ଓଡିଶା

odisha

ETV Bharat / state

5Tରେ ହେବ ୮୦ରୁ ଅଧିକ କଲେଜର ରୂପାନ୍ତରୀକରଣ , ମୁଖ୍ୟମନ୍ତ୍ରୀଙ୍କୁ ଛାତ୍ରଛାତ୍ରୀଙ୍କ ଧନ୍ୟବାଦ

5T ଯୋଜନାରେ ପୁରୀ ଜିଲ୍ଲାର ୮୦ରୁ ଅଧିକ କଲେଜ ରୂପାନ୍ତରଣ ନେଇ ୫୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି ରାଜ୍ୟ ସରକାର । ଏହାକୁ ନେଇ ବୁଦ୍ଧିଜୀବୀ ଓ ଶିକ୍ଷାବିତ୍‌ ମହଲରେ ପ୍ରଶଂସା କରାଯାଉଥିବାବେଳେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଛାତ୍ରଛାତ୍ରୀ । ଅଧିକ ପଢ଼ନ୍ତୁ...

By ETV Bharat Odisha Team

Published : Sep 13, 2023, 6:44 PM IST

5Tରେ ହେବ ୮୦ରୁ ଅଧିକ କଲେଜର ରୂପାନ୍ତରଣ
5Tରେ ହେବ ୮୦ରୁ ଅଧିକ କଲେଜର ରୂପାନ୍ତରଣ

5Tରେ ହେବ ୮୦ରୁ ଅଧିକ କଲେଜର ରୂପାନ୍ତରଣ

ପୁରୀ: 5T ଯୋଜନାରେ ପୁରୀ ଜିଲ୍ଲାର ୮୦ରୁ ଅଧିକ କଲେଜର ହେବ ରୂପାନ୍ତରୀକରଣ । କଲେଜଗୁଡିକରେ ରହିବ ଅତ୍ୟାଧୁନିକ କ୍ଲାସ ରୁମ୍, ହଷ୍ଟେଲ, ଲ୍ୟାବ୍, ଖେଳ ପଡ଼ିଆର ଉନ୍ନତିକରଣ ସହିତ ବିଭିନ୍ନ ଆନୁସଙ୍ଗିକ କାର୍ଯ୍ୟର ବିକାଶ କରାଯିବ । ରାଜ୍ୟ ସରକାରଙ୍କ ପକ୍ଷରୁ ୫୦ କୋଟି ଟଙ୍କା ଏଥିପାଇଁ ମଞ୍ଜୁର କରାଯାଇଛି ।‌ ତେବେ ବିଭିନ୍ନ କଲେଜର ଛାତ୍ରଛାତ୍ରୀ, କଲେଜର ଆଲୁମିନି ଓ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରାଯାଇ ପ୍ରଥମେ ଏକ ପ୍ରୋଜେକ୍ଟ ପ୍ରସ୍ତୁତ କରାଯିବ। ପରେ ଟେଣ୍ଡର କରାଯାଇ କଲେଜଗୁଡ଼ିକର ରୂପାନ୍ତରଣ ଆରମ୍ଭ ହେବ ।

ତେବେ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ଏନେଇ ବୈଠକ କରାଯାଇ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ । ସେପଟେ କଲେଜର ଉନ୍ନତିକରଣ ପାଇଁ ରାଜ୍ୟ ସରକାର ସ୍ଵତନ୍ତ୍ର ଅନୁଦାନ ଦେଇଥିବାରୁ ଏହାକୁ ସ୍ବାଗତ କରିଛନ୍ତି ବିଜୁ ଯୁବ ଜନତା ଦଳର ଉପସଭାପତି ସୁନୀଲ ମହାନ୍ତି । ଏହାଦ୍ବାରା ପୁରୀ ଜିଲ୍ଲାରେ ବିଭିନ୍ନ କଲେଜରେ ପଢୁଥିବା ଛାତ୍ରଛାତ୍ରୀ ବେଶ୍ ଉପକୃତ ହେବେ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ପୁରୀ ଜିଲ୍ଲା ଗସ୍ତରେ 5T ସଚିବ: ମଙ୍ଗଳା ପୀଠର ଉନ୍ନତିକରଣ, 2023 ଏପ୍ରିଲ ସୁଦ୍ଧା କୋଣାର୍କ-ଚନ୍ଦ୍ରଭାଗା ରାସ୍ତା ସମ୍ପ୍ରସାରଣ

ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ଉନ୍ନତିକରଣ ପାଇଁ ପ୍ରୟାସ କରି ଆସୁଛନ୍ତି ରାଜ୍ୟ ସରକାର । ଯୁଗ ବଦଳିବା ସହ ପାଠ୍ୟକ୍ରମର ଢାଞ୍ଚା ଏବଂ ଭିତ୍ତିଭୂମିରେ ପରିବର୍ତ୍ତନ ହେଉଛି । ଏଣୁ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ଶିକ୍ଷା ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ଲାଗି ପଡିଛନ୍ତି ରାଜ୍ୟ ସରକାର । କଲେଜଗୁଡ଼ିକରେ ଉନ୍ନତମାନର ଶିକ୍ଷା ଭିତ୍ତିଭୂମି‌ ରହିଲେ ଛାତ୍ରଛାତ୍ରୀ ଉତ୍ତମ ଶିକ୍ଷା ଲାଭକରି ଭବିଷ୍ୟତରେ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇପାରିବେ । ସେପଟେ 5T ଯୋଜନାରେ ପୁରୀ ଜିଲ୍ଲାର ୮୦ରୁ ଅଧିକ କଲେଜର ରୂପାନ୍ତରୀକରଣ କାର୍ଯ୍ୟ ରାଜ୍ୟ ସରକାର ହାତକୁ ନେଇଥିବାରୁ ଏହାଦ୍ବାରା ଛାତ୍ରଛାତ୍ରୀ ବେଶ୍ ଉପକୃତ ହେବେ ବୋଲି ଆଶା କରାଯାଉଛି । ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଏଭଳି ପଦକ୍ଷେପ ନିଆଯାଇଥିବାରୁ ଏହାକୁ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷାବିତଙ୍କ ସହ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି ।

ଗତ ଅଗଷ୍ଟ ୧୮ ଓ ୧୯ ତାରିଖରେ 5T ସଚିବ ଭିକେ ପାଣ୍ଡିଆନ ପୁରୀ ଗସ୍ତରେ ଆସି ଜିଲ୍ଲାରେ ଥିବା ସମସ୍ତ କଲେଜଗୁଡ଼ିକର ରୂପାନ୍ତରୀକରଣ ନେଇ ଘୋଷଣା କରିଥିଲେ । ତେବେ ଏନେଇ ୫୦ କୋଟି ଟଙ୍କା ସ୍ବତନ୍ତ୍ର ଅନୁଦାନ ଆସିଥିବାରୁ ପୁରୀ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କର‌ ଏଭଳି ପଦକ୍ଷେପକୁ ସ୍ବାଗତ କରାଯାଇଛି । ବିଭିନ୍ନ କଲେଜର ଛାତ୍ରଛାତ୍ରୀ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details