ପୁରୀ: ଆଜି ବି ମନେପଡେ ସେଦିନ । ଚାହୁଁ ଚାହୁଁ ସେ କଳାଦିନକୁ ପୁରିଗଲା ଦୁଇବର୍ଷ । ମାତ୍ର ସେ ଚିତ୍ର ଆଖିଆଗକୁ ଆସିଗଲେ ମନରେ ସୃଷ୍ଟିହୁଏ କମ୍ପନ । ସତରେ କେତେ ବୀଭତ୍ସ ଆଉ ଅଭିଶପ୍ତ ଥିଲା ସେ ଦିନ । ନିମିଷକ ମାତ୍ରେ ଖଣ୍ଡବିଖଣ୍ଡିତ ହୋଇ ମାଟିରେ ମିଶିଯାଇଥିଲା 44 ଜୀବନ । ଆଜ୍ଞା ହଁ ଆପଣ ଠିକ୍ ଅନୁମାନ କରିପାରୁଛନ୍ତି, ଆମେ କହୁଛୁ ସେହି ଲୋମହର୍ଷଣକାରୀ ପୁଲଓ୍ବାମା ଆଇଡି ବିସ୍ଫୋରଣ କଥା ।
ଆଇସକ୍ରିମ କାଠିରେ ଛାତ୍ରଙ୍କ ନିଆରା ଶ୍ରଦ୍ଧାଞ୍ଜଳି - ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି
ଚାହୁଁ ଚାହୁଁ ପୁଲଓ୍ବାମା କଳାଦିନକୁ ପୁରିଯିବ ଦୁଇବର୍ଷ । ଏହି ଦୁର୍ଦ୍ଦିନରେ ପ୍ରାଣ ହରାଇଥିବା ନିରୀହ ଯବାନଙ୍କୁ ମନେପକାଇ ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପୁରୀର ଜଣେ ଛାତ୍ର । ଅଧିକ ପଢନ୍ତୁ....
ଫେବ୍ରୁଆରୀ 14 ରବିବାରକୁ ପୁରିବ ଏହି ଦୁର୍ଦ୍ଦିନକୁ ଦୁଇବର୍ଷ । ଦେଶ ପାଇଁ ବଳିଦାନ ଦେଇଥିବା ସେହି 44 ଶହୀଦ ଯବାନଙ୍କୁ ମନେପକାଇ ଦିଲ୍ଲୀ ଠୁ ପଲ୍ଲୀ ସବୁଠି ପାଳନ ହେବ ଶ୍ରଦ୍ଧାଞ୍ଜଳି ଉତ୍ସବ । ଏହି ପରିପ୍ରେକ୍ଷୀରେ ପୁରୀର ଜଣେ ଛାତ୍ର ଶହୀଦ ଯବାନଙ୍କୁ ନିଆରା ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହି କଳା ଦିନକୁ ମନେ ପକାଇ ପୁରୀର ଛାତ୍ର ବିଶ୍ୱଜିତ ନାୟକ 375ଟି ଆଇସକ୍ରିମ କାଠିରେ ସୁନ୍ଦର ଚିତ୍ର ସହ ନିଆରା ସନ୍ଦେଶ ଦେଇଛନ୍ତି । ବିଶ୍ବଜିତ ଆଇସକ୍ରିମ କାଠି ବ୍ୟବହାର କରି ଏକ ଯବାନଙ୍କ ପ୍ରତିକୃତି ସହ ଭାରତୀୟ ଜାତୀୟ ପତାକା ତ୍ରିରଙ୍ଗା ଏବଂ ଶାନ୍ତି ବାର୍ତ୍ତା ଦେଉଥିବା ଦୁଇଟି କପୋତର ପ୍ରତିକୃତିକୁ ସ୍ଥାନ ଦେଇଛନ୍ତି । 5 ଦିନ ଧରି ଲାଗି ବିଶ୍ୱଜିତ ଏହି 15 ଇଞ୍ଚ ଉଚ୍ଚତା ଓ 26 ଇଞ୍ଚ ଲମ୍ବ ବିଶିଷ୍ଟ ଏହି ନିଆରା କଳାକୃତିକୁ ଅଙ୍କନ କରିଛନ୍ତି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ