ଓଡିଶା

odisha

ETV Bharat / state

ପୁରୀରେ ଟ୍ରାଫିକ ଗୁରୁତର ଟ୍ରାଫିକ ସମସ୍ୟା, ଉଠା ଦୋକାନୀଙ୍କୁ ଉଠାଇଲା ପୋଲିସ - ମହାପ୍ରଭୁଙ୍କ ପଞ୍ଚୁକ ନୀତି

ପଞ୍ଚୁକରେ ଶ୍ରୀମନ୍ଦିର ଚାରି ପାଖରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ଥ।ଏ ନେଇ ଉଠା ଦୋକାନୀକୁ ଉଚ୍ଛେଦ କଲା ପୁରୀ ପୋଲିସ। ଅଧିକ ପଢନ୍ତୁ

street vendors evicted due to traffice problem during panchuka in puri
ପୁରୀରେ ଟ୍ରାଫିକ ଗୁରୁତର ଟ୍ରାଫିକ ସମସ୍ୟା, ଉଠା ଦୋକାନୀଙ୍କୁ ଉଠାଇଲା ପୋଲିସ

By

Published : Nov 6, 2022, 10:44 PM IST

ପୁରୀ: ଚାଲିଛି ମହାପ୍ରଭୁଙ୍କ ପଞ୍ଚୁକ ନୀତି । ଏନେଇ ଶ୍ରୀକ୍ଷେତ୍ରକୁ ହଜାରହଜାର ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଥିବାରୁ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳିଛି । ତେବେ ଶ୍ରୀମନ୍ଦିର ଚାରିପାଖରେ ଉଠା ଦୋକାନୀ ରାସ୍ତା ଉପରେ ବସି ରହିବା ଫଳରେ ଟ୍ରାଫିକ ସମସ୍ୟା ଗୁରୁତର ରୂପ ଧାରଣା କରିଛି ।

ପୁରୀରେ ଟ୍ରାଫିକ ଗୁରୁତର ଟ୍ରାଫିକ ସମସ୍ୟା, ଉଠା ଦୋକାନୀଙ୍କୁ ଉଠାଇଲା ପୋଲିସ

ଅନ୍ୟପଟେ ଭକ୍ତମାନେ ଯିବାଆସିବା ନେଇ ବହୁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଏହାକୁ ନେଇ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ପରେ ପୁରୀ ପୋଲିସ ତତ୍ପର ହୋଇଛି । ଶ୍ରୀମନ୍ଦିର ଚାରି ପାଖ କୁ ନୋ ଭେଣ୍ଡିଂ କରାଯାଇଛି । ଭକ୍ତଙ୍କ ଯାତାୟତ ସୁବିଧା ପାଇଁ ଉଠା ଦୋକାନୀଙ୍କୁ ଉଚ୍ଛେଦ କରଯାଇଛି । ତେବେ ମାର୍କେଟ ଛକରୁ ଶ୍ରୀମନ୍ଦିର ଯାଏଁ ଉଠା ଦୋକାନୀ କବଜାରେ ବଡ଼ ଦାଣ୍ଡ ଥିବାରୁ ଟ୍ରାଫିକ ସମସ୍ୟା ଗୁରୁତର ହୋଇଥିବା ଦେଖିବାକୁ ମିଳିଛି । ଏଣୁ ଏହାର ସ୍ଥାୟୀ ପ୍ରତିକାର ପାଇଁ ବିଭିନ୍ନ ମହଲରେ ଦାବି ହୋଇଛି।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details