ପୁରୀ: ପୁରୀରେ ଥିବା ବ୍ଲୁ ଫ୍ଲାଗ ବିଚ ଓ ଚକ୍ରତୀର୍ଥ ରୋଡ଼ରେ ହେବାକୁ ଥିବା ନୂତନ ବ୍ଲୁ ଫ୍ଲାଗ ବିଚ୍କୁ ଦୃଢ଼ ବିରୋଧ କରାଯାଇଛି । ଉଠା ଦୋକାନୀଙ୍କୁ ବିନା ଥଇଥାନରେ ଉଚ୍ଛେଦ କରାଯାଉଥିବାରୁ ଏହାକୁ ପ୍ରତିବାଦ କରି ପୁରୀ ଜିଲ୍ଲାପାଳଙ୍କ ଅଫିସ ଆଗରେ ଶହ ଶହ ଉଠା ଦୋକାନୀ ବିକ୍ଷୋଭ କରିଛନ୍ତି । ଉଠା ଦୋକାନୀ ସଂଘ ଅଭିଯୋଗ କରିଛି ଯେ, ପୁରୀରେ ଶ୍ରୀମନ୍ଦିର ଓ ବେଳାଭୂମିକୁ ନେଇ ପୁରୀ ବାସିନ୍ଦା ଚଳନ୍ତି ।
Blue Flag Beachକୁ ଉଠା ଦୋକାନୀଙ୍କ ବିରୋଧ - street vendor protest in puri
ପୁରୀରେ ଥିବା ବ୍ଲୁ ଫ୍ଲାଗ ବିଚ(blue flag beach In puri) ଓ ଚକ୍ରତୀର୍ଥ ରୋଡ଼ରେ ହେବାକୁ ଥିବା ନୂତନ ବ୍ଲୁ ଫ୍ଲାଗ ବିଚ୍କୁ ଦୃଢ଼ ବିରୋଧ କରାଯାଇଛି । ଅଧିକ ପଢନ୍ତୁ
ସେବକମାନେ ଶ୍ରୀମନ୍ଦିରକୁ ନେଇ ଚଳୁଥିବା ବେଳେ ହଜାର ହଜାର ସାଧାରଣ ଲୋକ ପୁରୀ ବେଳାଭୂମିରେ ବିଭିନ୍ନ ବ୍ୟବସାୟ କରି ଚଳନ୍ତି । ତେବେ ପୁରୀ ବେଳାଭୂମିରେ ବ୍ଲୁ ଫ୍ଲାଗ ବିଚ୍ ହେବା ଏବଂ ଚକ୍ରତୀର୍ଥ ରୋଡ଼ ବେଳାଭୂମିରେ ଆଉ ଏକ ବ୍ଲୁ ଫ୍ଲାଗ ବିଚ ତିଆରି ପାଇଁ ପ୍ରଶାସନ ଯୋଜନା ଯୋଗୁଁ ହଜାର ହଜାର ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଗଲେ ଲୋକଙ୍କ ଜୀବନ ଜୀବିକା ବିପନ୍ନ ହେବ । ଏଣୁ ଲୋକଙ୍କୁ ସ୍ୱାର୍ଥକୁ ଦେଖି ପ୍ରଶାସନ ପ୍ରଥମେ ଥଇଥାନ କରି ବ୍ଲୁ ଫ୍ଲାଗ ବିଚ କରୁ, ନହେଲେ ବ୍ୟାପକ ଆନ୍ଦୋଳନ ହେବ । ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ପ୍ରଶାସନ ଦାୟୀ ରହିବ ବୋଲି ଉଠା ଦୋକାନୀ ସଂଘ ଚେତାବନୀ ଦେଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ