ପୁରୀ:ସର୍ବ ସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ଦର୍ଶନ ବ୍ୟବସ୍ଥା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ଉନ୍ନୟନ କମିଶନର ଓ ‘5ଟି’ ସଚିବ । ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ବୁଲି ଦେଖିବା ସହ ହେରିଟେଜ କରିଡୋର ଉନ୍ନୟନ କାର୍ଯ୍ୟର ମଧ୍ୟ ତଦାରଖ କରିଛନ୍ତି । ସମୀକ୍ଷା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପୁରୀରେ ଅବଢା ଯୋଜନାରେ ଚାଲିଥିବା ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସ଼ହ ଭକ୍ତଙ୍କ ପାଇଁ ସୁଲଭ ମୂଲ୍ୟର ଧର୍ମଶାଳା ନିର୍ମାଣ ଉପରେ ଆଲୋଚନା କରିଛନ୍ତି । ନିର୍ମାଣଧୀନ ୨ ଟି ମାର୍କେଟ କମ୍ପ୍ଲେକ୍ସ, ବହୁତଳ ପାର୍କିଂ ଓ ସ୍ବର୍ଗଦ୍ବାର ଉନ୍ନୟନମୂଳକ କାର୍ଯ୍ୟର ମଧ୍ୟ ସମୀକ୍ଷା କରାଯାଇଛି ।
ଭକ୍ତଙ୍କ ଭାବ ବୁଝିଲେ ସରକାର; ଶ୍ରୀକ୍ଷେତ୍ରରେ ଶହେ ଟଙ୍କାରେ ଯାତ୍ରୀ ନିବାସ - srimandira development work review
ସର୍ବ ସାଧାରଣଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ଦର୍ଶନ ବ୍ୟବସ୍ଥା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଉନ୍ନୟନ କମିଶନର ଓ 5ଟି ସଚିବ । ଅଧିକ ପଢନ୍ତୁ...

ଶ୍ରୀମନ୍ଦିର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ 5ଟି ସଚିବ
ଆସନ୍ତା ୨୩ ତାରିଖରେ ଶ୍ରୀମନ୍ଦିର ଖୋଲିବା ପୂର୍ବରୁ ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି । ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଜମି ଅଧିଗ୍ରହଣ କାର୍ଯ୍ୟ ଶୀଘ୍ର ଶେଷ କରିବା ସହ ୨୦ ମିଟର ବାହାର ରାସ୍ତା ନିର୍ମାଣ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି 5ଟି ସଚିବଙ୍କ ସମୀକ୍ଷା ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପୁରୀରେ ଚାଲିଥିବା ଉନ୍ନୟନଭିତ୍ତିକ କାର୍ଯ୍ୟଗୁଡିକର ମଧ୍ୟ ସମୀକ୍ଷା କରିଛନ୍ତି ।
ଶ୍ରୀମନ୍ଦିର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ 5ଟି ସଚିବ
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ