ଓଡିଶା

odisha

ETV Bharat / state

୧୭ ବର୍ଷରୁ କମ ଫୁଟବଲ ପ୍ରତିଯୋଗିତା, ଉଦଘାଟନ କଲେ ରାଜ୍ୟ କ୍ରୀଡ଼ାମନ୍ତ୍ରୀ

ପୁରୀରେ ଆରମ୍ଭ ହେଲା ୧୭ ବର୍ଷରୁ କମ ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଉଦଘାଟନ କଲେ ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା । ଅଧିକ ପଢ଼ନ୍ତୁ

By

Published : Oct 13, 2022, 7:52 AM IST

୧୭ ବର୍ଷରୁ କମ ଫୁଟବଲ ପ୍ରତିଯୋଗିତା: ଉଦଘାଟନ କଲେ ରାଜ୍ୟ କ୍ରୀଡ଼ାମନ୍ତ୍ରୀ
୧୭ ବର୍ଷରୁ କମ ଫୁଟବଲ ପ୍ରତିଯୋଗିତା: ଉଦଘାଟନ କଲେ ରାଜ୍ୟ କ୍ରୀଡ଼ାମନ୍ତ୍ରୀ

ପୁରୀ: ଆରମ୍ଭ ହେଲା ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଉଦଘାଟନ କଲେ ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା । ଫୁଟବଲ ଖେଳର ଲୋକପ୍ରିୟତା ବୃଦ୍ଧି ସହିତ ଫିଫା ୧୭ ବର୍ଷରୁ କମ ମହିଳା ଫୁଟବଲ ବିଶ୍ବକପର ପ୍ରଚାର ପ୍ରସାର ପାଇଁ ସବୁ ଜିଲ୍ଲାରେ ୧୭ ବର୍ଷରୁ କମ ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଖେଳାଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

୧୭ ବର୍ଷରୁ କମ ଫୁଟବଲ ପ୍ରତିଯୋଗିତା: ଉଦଘାଟନ କଲେ ରାଜ୍ୟ କ୍ରୀଡ଼ାମନ୍ତ୍ରୀ

ଅକ୍ଟୋବର ୧୧ (ମଙ୍ଗଳବାର) ଠାରୁ ଆରମ୍ଭ ହୋଇଛି ଅଣ୍ଡର୍‌ ୧୭ ମହିଳା ଫିଫା ବିଶ୍ବକପ । ଏଥିପାଇଁ ନଭୀ ମୁମ୍ବାଇ, ଗୋଆ ଏବଂ ଭୁବନେଶ୍ବରର କଳିଙ୍ଗ ଷ୍ଟାଡିୟମ ଭେନ୍ୟୁ ଘୋଷଣା ହୋଇଥିବା ବେଳେ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଏହାର ଉଦଘାଟନୀ ମ୍ୟାଚ ଖେଳାଯାଇଛି । ତେବେ ଓଡିଶାର କୋଣ ଅନୁକୋଣରେ ଫିଫା ବିଶ୍ବକପର କ୍ରେଜ ବୃଦ୍ଧି କରିବା ପାଇଁ ପ୍ରତି ଜିଲ୍ଲାରେ ଆନ୍ତଃବିଦ୍ୟାଳୟ ୧୭ ବର୍ଷରୁ କମ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଅନ୍ୟପଟେ ଏହିଭଳି ଆୟୋଜନ ଖେଳାଳି ମାନଙ୍କୁ ତୃଣମୂଳ ସ୍ତରରୁ ଚୟନ କରିବା ଦିଗରେ ଆହୁରି ସହାୟକ ହେବ ବୋଲି ମଧ୍ୟ ମତ ପ୍ରକାଶ ପାଇଛି ।

ଏହି କ୍ରମରେ ପୁରୀରେ ଆରମ୍ଭ ହୋଇଛି ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ । ଜିଲ୍ଲାର ୧୧ଟି ବ୍ଲକ ସମେତ ପୁରୀ ମ୍ୟୁନିସିପାଲିଟିରୁ ଗୋଟିଏ ଟିମ ଏବଂ ୬ ଟି ବାଳିକା ବର୍ଗର ଟିମ୍ ଏଥିରେ ଅଂଶଗ୍ରହଣ କରିଛନ୍ତି । ମୋଟ ୧୮ଟି ଟିମକୁ ନେଇ ୧୭ ବର୍ଷରୁ କମ୍ ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି । ତେବେ ଏହା ଆସନ୍ତା ଅକ୍ଟୋବର ୧୭ ତାରିଖ ପର୍ଯ୍ୟନ୍ତ ଜାରି ରହିବ ।‌ ପୁରୀ ତାଳବଣିଆ ସ୍ଥିତ ସ୍ପୋର୍ଟସ କମ୍ପ୍ଲେକ୍ସରେ ଆୟୋଜିତ ଏହି ଫୁଟବଲ୍ ମ୍ୟାଚର ଉଦଘାଟନୀ ଉତ୍ସବରେ ରାଜ୍ୟ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଫୁଟବଲ ଖେଳର‌ ପ୍ରଚାର ପ୍ରସାର ସ୍କୁଲ୍ ସ୍ତରରେ କରାଗଲେ ଆଗାମୀ ଦିନରେ ଅନେକ ପ୍ରତିଭା ବାହାରି ଓଡ଼ିଶାର ଗୌରବ ଆଣିବେ ବୋଲି କ୍ରୀଡା ମନ୍ତ୍ରୀ କହିଛନ୍ତି ।

ତେବେ ରାଜ୍ୟରେ କ୍ରୀଡ଼ାର ବିକାଶ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବେଶ୍ ଗୁରୁତ୍ବ ଦେଉଛନ୍ତି । ଏଥିପାଇଁ ରାଜ୍ୟରେ ହକି ବିଶ୍ବକପ୍ ଠାରୁ ଆରମ୍ଭ କରି ୧୭ ବର୍ଷରୁ କମ୍ ବାଳିକା ଫୁଟବଲ ଟୁର୍ଣ୍ଣାମେଣ୍ଟ ମଧ୍ୟ ଆୟୋଜନ କରିଛନ୍ତି । ତେବେ ଫୁଟବଲ ଭଳି ଏକ ଲୋକପ୍ରିୟ ଖେଳକୁ ଓଡ଼ିଶାରେ ପ୍ରଚାର ପ୍ରସାର କରିବା, ଭଲ ପ୍ରତିଭାବାନ ଖେଳାଳି ସୃଷ୍ଟି କରିବା ଉପରେ ଗୁରୁତ୍ବ ଦିଆଯାଇଥିବା ବେଳେ ଏବେ ଏହାର ମୂଳଦୁଆ ସ୍କୁଲ୍ ସ୍ତରରୁ ଆରମ୍ଭ ହୋଇଛି । ସେପଟେ ଏହି ଆନ୍ତଃବିଦ୍ୟାଳୟ ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ନେଇ ବେଶ ଖୁସି ଓ ଉତ୍ସାହିତ ଅଛନ୍ତି ଛାତ୍ରଛାତ୍ରୀ ।‌ ଫୁଟବଲ ଖେଳାଳୀଙ୍କ ପାଇଁ ଉପଯୁକ୍ତ ଭିତ୍ତିଭୂମି, ପ୍ରଶିକ୍ଷଣ କେନ୍ଦ୍ର, ଅନ୍ୟାନ୍ୟ ଆନୁଷଙ୍ଗିକ ସାମଗ୍ରୀ ରାଜ୍ୟ ସରକାର ଯୋଗାଇ ଦେଲେ ଆଗାମୀ ଦିନରେ ଅନେକ ପ୍ରତିଭାବାନ ଖେଳାଳୀ ବାହାରି ପାରିବେ ବୋଲି ଛାତ୍ରଛାତ୍ରୀମାନେ ମତ ରଖିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details