ଓଡିଶା

odisha

ETV Bharat / state

ନିର୍ମାଣ ଶ୍ରମିକଙ୍କ ସମସ୍ୟାର ସମାଧାନ ନିମନ୍ତେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ - ନିର୍ମାଣ ଶ୍ରମିକ

ସହରରେ ଅନୁଷ୍ଠିତ ହୋଇଛି ଓଡିଶା ନିର୍ମାଣ ମଜଦୁର ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ଆସନ୍ତା ସାଧାରଣ ନିର୍ବାଚନରେ 22 ଲକ୍ଷ ନିର୍ମାଣ ଶ୍ରମିକ କିପରି ରାଜନୀତିରେ ଭାଗ ନେଇ ପାରିବେ, ସେ ସମ୍ପର୍କରେ ଆଲୋଚନା ହୋଇଥିଲା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Mar 17, 2019, 11:18 PM IST

ପୁରୀ: ସହରରେ ଅନୁଷ୍ଠିତ ହୋଇଛି ଓଡିଶା ନିର୍ମାଣ ମଜଦୁର ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ । ଆୟୋଜିତ ଏହି ବୈଠକରେ ନିର୍ମାଣ ଶ୍ରମିକଙ୍କ ସମସ୍ୟା ସବୁର ଆଗାମୀ ଦିନରେ କିପରି ସହଜ ସମାଧାନ ହୋଇପାରିବ, ସେ ନେଇ ଆଲୋଚନା ହୋଇଥିଲା । ଏଥିସହ ଆସନ୍ତା ସାଧାରଣ ନିର୍ବାଚନରେ 22 ଲକ୍ଷ ନିର୍ମାଣ ଶ୍ରମିକ କିପରି ରାଜନୀତିରେ ଭାଗ ନେଇ ପାରିବେ, ସେ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଏହି ଅବସରରେ ଅଣସଙ୍ଗଠିତ ଶ୍ରମିକଙ୍କୁ ପରିଚୟପତ୍ର ପ୍ରଦାନ, ପେନସନ ବ୍ୟବସ୍ଥା, ମୃତ୍ୟୁକାଳୀନ 2 ଲକ୍ଷ ଟଙ୍କାର ସହାୟତା, ବିବାହ ପାଇଁ 50 ହଜାର ଟଙ୍କା ସହାୟତା ରାଶି ଘୋଷଣା ନେଇ ରାଜ୍ୟ ସରକାରଙ୍କୁ ସଂଘ ପକ୍ଷରୁ ସ୍ବାଗତ କରାଯାଇଛି । ତେବେ ରାଜ୍ୟ ସଭାପତି କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ସମସ୍ତ ସଦସ୍ୟ ଓ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details