ପୁରୀ:ରାଜ୍ୟସ୍ତରୀୟ ଖୋ ଖୋ ଚମ୍ପିଆନସିପ୍ ଉଦଘାଟିତ ହୋଇଛି । ପୁରୀ ତାଳବଣିଆ ସ୍ପୋର୍ଟ୍ସ ଗ୍ରାଉଣ୍ଡ ପରିସରରେ ୪ ଦିନିଆ ରାଜ୍ୟସ୍ତରୀୟ ୧୨ତମ ଜୁନିଅର ଓ ୧୬ତମ ସବ୍ ଜୁନିଅର ବାଳକ ଓ ବାଳିକା ବର୍ଗ ଖୋ ଖୋ ଚମ୍ପିଆନସିପ୍ ଉଦଘାଟିତ ହୋଇଯାଇଛି । ଜିଲ୍ଲା ପ୍ରଶାସନ, କ୍ରୀଡ଼ା ବିଭାଗ ଓ ରାଜ୍ୟ ଖୋଖୋ ସଂଘର ମିଳିତ ସହଯୋଗରେ ଅନୁଷ୍ଠିତ ଏହି କ୍ରୀଡ଼ାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ଏହାକୁ ଉଦଘାଟନ କରିଛନ୍ତି ।
କ୍ରୀଡା ପ୍ରତିଭାର ବିକାଶ ଦିଗରେ ଖୋ ଖୋ ଖେଳ ସହାୟକ ହୋଇ ପାରିବ ବୋଲି କହିଥିଲେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ । ସରକାର କ୍ରୀଡ଼ାକୁ ଅଗ୍ରାଧିକାର ଦେଇଛନ୍ତି । ଆମ ଜିଲ୍ଲାର କିଶୋର ଜେନା ଜାଭେଲିନ ଥ୍ରୋରେ ଏସିଆନ ଗେମସରେ ସଫଳତା ହାସଲ କରି ଯୁଵ ଵର୍ଗ ପାଇଁ ପ୍ରେରଣା ସାଜିଛନ୍ତି ବୋଲି ସେ କହିଥିଲେ । ରାଜ୍ୟ ଖୋ ଖୋ ସଂଘର ସଭାପତି ନାରାୟଣ ପାତ୍ର, ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର, ପୁରୀ ଜିଲ୍ଲା ଆଥଲେଟିକ ଆସୋସିଏସନର ପୂର୍ବତନ ସମ୍ପାଦକ ରବି ଶଙ୍କର ପ୍ରତିହାରୀ, ପୂର୍ବତନ ଉପ ସଭାପତି ରାମଚନ୍ଦ୍ର ଦାସ ମହାପାତ୍ର ଖୋ ଖୋ ପ୍ରତିଯୋଗିତାର ଲକ୍ଷ୍ୟ ଉଦ୍ଦେଶ୍ୟ, ଅତୀତରେ ତାହାର ସ୍ଥିତି ଓ ବର୍ତ୍ତମାନର ଉଜ୍ଜ୍ୱଳ ଅବସ୍ଥା ସମ୍ପର୍କରେ ଆଲୋକପାତ କରିବା ସହ ଆୟୋଜନରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ । ଏହି ପ୍ରତିଯୋଗିତାର ଆୟୋଜନ ନେଇ ପୁରୀ ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜଣାଇଥିଲେ ।
ଏହା ବି ପଢନ୍ତୁ...ଗୌରବ ଆଣିଲେ ଲାଞ୍ଜିଗଡର ଲାଲୁ, ବିଶ୍ବ ଆଥଲେଟିକ୍ସ ଚମ୍ପିଆନସିପରେ ନେବେ ଭାଗ