ଓଡିଶା

odisha

By ETV Bharat Odisha Team

Published : Sep 24, 2023, 9:19 PM IST

ETV Bharat / state

ଅତିବଡି଼ ଜଗନ୍ନାଥ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ

ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସାତଲହଡି ମଠ ପରିସରରେ ଅତିବଡି଼ ଜଗନ୍ନାଥ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ । ଅଧିକ ପଢନ୍ତୁ State level birth anniversary of Jagannath Das was celebrated in puri by Odisha Sahitya Academy

ଅତିବଡି଼ ଜଗନ୍ନାଥ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ
ଅତିବଡି଼ ଜଗନ୍ନାଥ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ

ଅତିବଡି଼ ଜଗନ୍ନାଥ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ

ପୁରୀ:ସହରରେ ଅତିବଡି଼ ଜଗନ୍ନାଥ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସାତଲହଡି ମଠ ପରିସରରେ ଅତିବଡି଼ ଜଗନ୍ନାଥ ଦାସଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ସମାରୋହରେ ଓଡିଆ ଭାଗବତର ସର୍ବକାଳୀନ ଉପଯୋଗୀତା ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର ଯୋଗ ଦେଇଥିଲେ ।

ମନ୍ତ୍ରୀ ଅଶ୍ଵିନୀ କୁମାର ପାତ୍ର କହିଛନ୍ତି,"ପଞ୍ଚସଖାଙ୍କ ମଧ୍ୟରେ ଅନନ୍ୟ ସଖା ତଥା ଭାଗବତ ପ୍ରଣେତା ଅତିବଡ଼ି ଜଗନ୍ନାଥ ଦାସଙ୍କ ରଚିତ ଭାଗବତ,ଦୀର୍ଘ ପାଞ୍ଚଶହ ବର୍ଷ ଧରି ଭାରତବର୍ଷରେ ଧର୍ମିୟ ଜନଜାଗରଣ ସୃଷ୍ଟି ସହ ଶ୍ରୀଜଗନ୍ନାଥ ଓ ଉତ୍କଳୀୟ ସଂସ୍କୃତିକୁ ବିକଶିତ କରି ଚାଲିଛନ୍ତି । ମଣିଷ ଜୀବନକୁ ଉପଯୁକ୍ତ ମାର୍ଗଦର୍ଶନ ପାଇଁ ଭାଗବତ ଶ୍ରେଷ୍ଠ ମାଧ୍ୟମ ।"

ଓଡ଼ିଆ ସାହିତ୍ୟ ଏକାଡେମୀର ସଭାପତି କବି ହୃଷୀକେଶ ମଲ୍ଲିକଙ୍କ ଅଧ୍ୟକ୍ଷତା ଓ ସଂପାଦିକା ସୁଚିସ୍ମିତା ମନ୍ତ୍ରୀଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ସାରସ୍ବତ କ଼ାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ରାଜ୍ୟ ଯୋଜନା ଵୋର୍ଡର ପ୍ରାକ୍ତନ ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା, ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ,ସାହିତ୍ୟ-ସଂସ୍କୃତି ବିଭାଗର ସ୍ବତନ୍ତ୍ର ଶାସନ ସଚିବ ମଧୁସୂଦନ ଦାଶ ଯୋଗ ଦେଇଥିବା ବେଳେ ଆଲୋଚନା ଚକ୍ରରେ ଆଲୋଚକ ଭାବେ ଡକ୍ଟର କୈଳାଶ ଚନ୍ଦ୍ର ଟିକାୟତ ରାୟ, ଡକ୍ଟର ସୁରେନ୍ଦ୍ର କୁମାର ମିଶ୍ର, କୃପାସିନ୍ଧୁ ମିଶ୍ର, ସୁମିତ୍ରା କୁମାରୀ ପଟ୍ଟନାୟକ ଯୋଗଦେଇ ଭାଗବତ ଓଡ଼ିଆ ଜାତିର ଧର୍ମୀୟ ଭାବନା ପାଇଁ ଏକ ସମ୍ବିଧାନ ସଦୃଶ୍ୟ ଓ ଏହା ବର୍ଷ ପରେ ବର୍ଷ ମାନବ ଜାତିକୁ ନୀତି ଓ ଆଦର୍ଶ ପଥରେ ଯିବାକୁ ପ୍ରେରଣା ଦେଉଥିବ ମତ ପ୍ରକାଶ ପାଇଥିଲା ।

ଏହା ମଧ୍ୟ ପଢନ୍ତୁ...ରାଜ୍ୟର ବିଭିନ୍ନ ଅଞ୍ଚଳ ପାଇଁ ବଜ୍ରପାତ ଆଲର୍ଟ, 29ରେ ଆଉ ଏକ ଘୂର୍ଣ୍ଣିବଳୟ !

ଅତିବଡ଼ିଙ୍କ ଜୟନ୍ତୀ ସମାରୋହ ପରିପ୍ରେକ୍ଷୀରେ ପ୍ରାତଃ କାଳରେ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀଙ୍କ ନେତୃତ୍ବରେ ଭବ୍ୟ ସଂକୀର୍ତ୍ତନ ପଦଯାତ୍ରା ସିଂହଦ୍ବାର ଠାରୁ ବାହାରି ସାତଲହଡି ମଠରେ ପହଞ୍ଚିଥିଲା । ଏଥିରେ ସେବାୟତ ଜଗନ୍ନାଥ ପୂଜାପଣ୍ଡା ସାମନ୍ତ, ପ୍ରଫୁଲ୍ଲ କୁମାର ସାମନ୍ତରାୟ,ଷ୍ଟାଲିନ ପରିଜାଇ ସମେତ ଓଡ଼ିଶାର କୋଣ ଅନୁକୋଣରୁ ଆସିଥିବା କୀର୍ତ୍ତନ ମଣ୍ଡଳି, ପାଲାକାର ଏବଂ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

ଇଟିଭି ଭାରତ,ପୁରୀ

ABOUT THE AUTHOR

...view details