ପୁରୀ:ଓଡିଶା ଜଗରନଟ୍ସ ଖୋ ଖୋ ଦଳ ଚଳିତ ବର୍ଷ ଅଗଷ୍ଟରେ ପୁନେରେ ଅନୁଷ୍ଠିତ ପ୍ରତିଯୋଗିତାରେ ଚମ୍ପିଆନ ହୋଇଥିଲା । ତେଣୁ ଖୋ ଖୋ ଖେଳକୁ ରାଜ୍ୟରେ ଅଧିକ ଲୋକ ପ୍ରିୟ କରିବା ଲକ୍ଷ୍ୟରେ ପୁରୀରେ ୫୫ ତମ ସିନିୟର ବର୍ଗର ଖୋ ଖୋ ଚମ୍ପିୟାନସିପ ଚଳିତ ମାସ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ପୁରୀ ଜିଲ୍ଲା ହାଇସ୍କୁଲ ପରିସରରେ ଅନୁଷ୍ଠିତ ହେବ । ଏନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ।
ଖୋ ଖୋ ସଂଘର ରାଜ୍ୟ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର ବିସ୍ତୃତ ସୂଚନା ଦେଇ ଖୋ ଖୋ ଖେଳ ଆୟୋଜନର ରୂପରେଖ ସମ୍ପର୍କରେ ମତ ଦେଇଥିଲେ । ଏହି ପ୍ରତିଯୋଗିତା ଜିଲ୍ଲା ହାଇସ୍କୁଲ ଠାରେ ନଭେମ୍ବର ୧୩ ତାରିଖ ଅପରାହ୍ନ ୫.୩୦ ମିନିଟ ସମୟରେ ଉଦଘାଟିତ ହେବ ଓ ୧୫ ତାରିଖ ସଂଧ୍ୟା ୭ ଘଟିକାରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବାର କାର୍ଯ୍ୟକ୍ରମ ରହିଛି । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲା ସହ, କିଟ ବିଶ୍ବବିଦ୍ୟାଳୟ ଓ ପୁରୀ ଖୋ ଖୋ ସ୍ପୋର୍ଟ୍ସ ହଷ୍ଟେଲ ଅଂଶଗ୍ରହଣ କରିବେ ।