ପୁରୀ : ପୁରୀରେ ଚାଲିଥିବା ରାଜ୍ୟସ୍ତରୀୟ କବାଡ଼ି ଚମ୍ପିଆନସିପର ପୁରୁଷ ବିଭାଗ ଫାଇନାଲରେ ଢ଼େଙ୍କାନାଳ ଓ କଟକ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ କଟକ ୨୭ ପଏଣ୍ଟରେ ଚାମ୍ପିଅନ ହୋଇଥିବା ବେଳେ ଢେଙ୍କାନାଳ ୧୬ ପଏଣ୍ଟରେ ରନର୍ସଅପ ହୋଇଛି । ଅନ୍ୟପକ୍ଷରେ ସେମି ଫାଇନାଲରେ କଟକ ୩୪ ପଏଣ୍ଟ ଠାରୁ ଓଡ଼ିଶା ପୋଲିସ ୩୨ ପଏଣ୍ଟ ଓ ଢ଼େଙ୍କାନାଳ ୨୭ ପଏଣ୍ଟ ଦ୍ବାରା ନୂଆପଡ଼ା ୨୫ ପଏଣ୍ଟ ପରାଜିତ ହୋଇ ଉଭୟ ଓଡ଼ିଶା ପୁଲିସ ଏବଂ ନୂଆପଡା ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅକ୍ତିଆର କରିଛନ୍ତି।
ଉଦଯାପିତ ହେଲା ରାଜ୍ୟ କବାଡି ଚମ୍ପିୟାନସିପ ସେହିଭଳି ମହିଳା ବିଭାଗରେ ପୂର୍ବତଟ ରେଳବାଇ ଓ ଢେଙ୍କାନାଳ ମଧ୍ୟରେ ଅନୁଷ୍ଠିତ ସେମିଫାଇନାଲ ମ୍ୟାଚରେ ପୂର୍ବତଟ ରେଳବାଇ ୩୮ ପଏଣ୍ଟରେ ଚାମ୍ପିଅନ ହୋଇଥିବା ବେଳେ ଢେଙ୍କାନାଳ ୧୩ ପଏଣ୍ଟରେ ରନର୍ସ ଅପ ହୋଇଛି ।
ଉଦଯାପିତ ହେଲା ରାଜ୍ୟ କବାଡି ଚମ୍ପିୟାନସିପ ସେହିଭଳି ମହିଳା ବିଭାଗ ସେମି ଫାଇନାଲରେ ପୂର୍ବତଟ ରେଳବାଇ ୪୫ ପଏଣ୍ଟରେ କିଟ ବିଶ୍ବବିଦ୍ୟାଳୟ ୮ ପଏଣ୍ଟ ଓ ଢେଙ୍କାନାଳ ୨୯ ପଏଣ୍ଟ ଦ୍ବାରା ଗଞ୍ଜାମ ୨୬ ପଏଣ୍ଟ ପରାଜିତ ହୋଇ କିଟ ବିଶ୍ବବିଦ୍ୟାଳୟ ଏବଂ ଗଞ୍ଜାମ ଯୁଗ୍ମ ଭାବେ ତୃତୀୟ ସ୍ଥାନ ଅକ୍ତିଆର କରିଛନ୍ତି । ପ୍ରତ୍ୟେକ ଚମ୍ପିୟନ ଟିମକୁ ୩୦ ହଜାର ଟଙ୍କା, ରନର୍ସ ଅପ ମାନଙ୍କୁ ୨୦ ହଜାର, ତୃତୀୟ ସ୍ଥାନ ନିମନ୍ତେ ୧୫ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଛି । ପ୍ରତ୍ୟେକ ବିଭାଗରୁ ୩ ଜଣ ଶ୍ରେଷ୍ଠ ଖେଳାଳି ମାନଙ୍କୁ ପ୍ରତ୍ୟେକ ୩ ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଛି ।
ଉଦଯାପିତ ହେଲା ରାଜ୍ୟ କବାଡି ଚମ୍ପିୟାନସିପ ଉଦଯାପିତ ହେଲା ରାଜ୍ୟ କବାଡି ଚମ୍ପିୟାନସିପ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ, ଜିଲ୍ଲା କ୍ରୀଡ଼ାଧିକାରୀ ଚନ୍ଦନ କୁମାର ସାହୁ, ଜିଲ୍ଲା କ୍ରୀଡ଼ାସଂସଦ ସମ୍ପାଦକ ରବି ପ୍ରତିହାରୀ ପ୍ରମୁଖ କୋଚ ଏବଂ ଅଫିସିଆଲ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ଏହାସହ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ସୁଭାଷ ଚନ୍ଦ୍ର ନାଥଶର୍ମା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ ଖେଳାଳି, କବାଡ଼ି ପ୍ରଶିକ୍ଷିକା ସଂହିତା ଦାସ, ଜୁଡୋ ପ୍ରଶିକ୍ଷିକା ସବିତା ନନ୍ଦ ଓ ଟିମ ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ