ଓଡିଶା

odisha

ETV Bharat / state

ପିପିଲି ଉପନିର୍ବାଚନ: ପ୍ରଚାର ମଇଦାନରେ ସମ୍ବିତ, ସୁର ଓ ମୁନା ଖାଁ - pipili muna khan campaign

ପିପିଲି ଜିତିବା ପାଇଁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ତାର ପ୍ରାର୍ଥୀ ମାନଙ୍କୁ ଧରି ଜୋରଦାର କରୁଛି ପ୍ରଚାର । ଷ୍ଟାର ପ୍ରଚାରକ ଭାବେ ବିଜେଡିରୁ ମୁନା ଖାଁ, ବିଜେପିରୁ ସମ୍ବିତ ପାତ୍ର ଏବି କଂଗ୍ରେସରୁ ସୁର ରାଉତରାୟ ପ୍ରଚାର କରିଛନ୍ତି । ଅଧିକ ପଢନ୍ତୁ...

ପିପିଲି ଉପନିର୍ବାଚନ: ପ୍ରଚାର ମଇଦାନରେ ସମ୍ବିତ, ସୁର ଓ ମୁନା ଖାଁ
ପିପିଲି ଉପନିର୍ବାଚନ: ପ୍ରଚାର ମଇଦାନରେ ସମ୍ବିତ, ସୁର ଓ ମୁନା ଖାଁ

By

Published : Apr 5, 2021, 11:03 PM IST

ପୁରୀ : କିଏ ଦଖଲ କରିବ ପିପିଲି ? ବିଜେଡି ତାର ଗଡ ରକ୍ଷା କରିବାରେ ସମର୍ଥ ହେବା ନା ପିପିଲିରେ ନୂଆ ସମୀକରଣ ଏହି ଉପନିର୍ଵାଚନ ଠାରୁ ଆରମ୍ଭ ହେବ । ସେନେଇ ଚର୍ଚ୍ଚା ଚାଲିଥିବା ବେଳେ ନିର୍ବାଚନ ଜିତିବା ପାଇଁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ତାର ପ୍ରାର୍ଥୀ ମାନଙ୍କୁ ଧରି ଜୋରଦାର କରୁଛି ପ୍ରଚାର । ବିଜେଡି ପ୍ରଚାର ମଇଦାନରେ ରାଜ୍ୟସଭା ସାଂସଦ ମୁନା ଖାଁକୁ ପିପିଲିରେ ଓହ୍ଲାଇ ସଂଖ୍ୟାଲଘୁ ଭୋଟ ହତେଇବା ପାଇଁ ଆରମ୍ଭ କରି ଦେଇଛି ଉଦ୍ୟମ । ପିପିଲିର ବିଭିନ୍ନ ସ୍ଥାନରେ ଥିବା ସଂଖ୍ୟାଲଘୁ ପାଖରେ ପହଞ୍ଚି ବିଜେଡିକୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି ସାଂସଦ ମୁନା ଖାଁ ।

ପିପିଲି ଉପନିର୍ବାଚନ: ପ୍ରଚାର ମଇଦାନରେ ସମ୍ବିତ, ସୁର ଓ ମୁନା ଖାଁ

ସେହିପରି ବିଜେଡି ନେତା ସଂଗ୍ରାମ କେଶରୀ ପାଇକରାୟ, ରୁଦ୍ର ମହାରଥୀଙ୍କୁ ସାଙ୍ଗରେ ଧରି ପିପିଲିର କଣ୍ଟି, ପାଣିଦୋଳ, ଦାଣ୍ଡମୁକୁନ୍ଦପୁର, କୁଳଶେଖରପାଟଣାରେ ଭୋଟ ଭିକ୍ଷା କରି ବାପାଙ୍କୁ ମିଳୁଥିବା ସ୍ନେହ ଶ୍ରଦ୍ଧା ତାଙ୍କ ଉପରେ ରଖିବାକୁ ଭୋଟର ମାନଙ୍କୁ ନିବେଦନ କରିଛନ୍ତି । ବିଜେଡି ପିପିଲିରେ ସବୁ ବର୍ଗର ଭୋଟରଙ୍କ ଠାରୁ ଭୋଟ ପାଇଁ ପିପିଲିରେ ବହୁମତ ହାସଲ କରିଵ ବୋଲି ଆଶାବାଦୀ ଥିବା ବେଳେ ବିଜେଡି ପ୍ରାର୍ଥୀ ପିପିଲିରେ ଉପନିର୍ଵାଚନରେ ମୁକୁଟ ପିନ୍ଧିବ ବୋଲି ଅ।ଶାବାଦୀ ଅଛି । ପିପିଲିରେ ଗତ ନିର୍ଵାଚନ ଠାରୁ ବହୁ ଅଧିକ ଭୋଟରେ ବିଜେଡି ପିପିଲି ଦଖଲ କରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛି ବିଜେଡି ।

ସେପଟେ ବିଜେପି ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ଵିତ ପାତ୍ର । ଆଜି ପିପିଲିର 16 ଗୋଟି ଏନଏଏସି, ପିପିଲିର ଯଶୁଆପୁର, ସହଜପୁର ଅଞ୍ଚଳରେ ଆଶ୍ରୀତଙ୍କ ପାଇଁ ଭୋଟ ଭିକ୍ଷା କରିଥିଲେ । ପିପିଲିରେ ଏଥର ପରିବର୍ତ୍ତନ ପାଇଁ ଲୋକ ମନ କରିଛନ୍ତି । ନିଶ୍ଚିତ ବିଜେପି ଜିତିବ ଓ ଦୀର୍ଘ ବର୍ଷ ଗୁଣ୍ଡାରାଜ ଶାସନରୁ ପିପିଲି ମୁକ୍ତ ହେବ ବୋଲି ସମ୍ବିତ କହିଛନ୍ତି ।

ଅପରପଟେ ପିପିଲି ଭୋଟର ଉଭୟ ବିଜେପି ଓ ବିଜେଡିକୁ ପ୍ରତ୍ୟାଖାନ କରି କଂଗ୍ରେସକୁ ବହୁମତ ଦେଇ ନିର୍ଵାଚିତ କରାଇବେ ବୋଲି କଂଗ୍ରେସ ନେତା ସୁର ରାଉତରାୟ କହିଛନ୍ତି । ଦରଦାମ ନିୟନ୍ତ୍ରଣ କରିବାରେ ବିଜେପି ଓ ବିଜେଡି ବିଫଳ ହୋଇଥିବାରୁ ପିପିଲି ଭୋଟର ପିପିଲିରେ ଭୋଟ କଂଗ୍ରେସ ସପକ୍ଷରେ ଦେବେ ବୋଲି ଅଶାବାଦୀ ରହିଛି କଂଗ୍ରେସ । କଂଗ୍ରେସ ପାଇଁ ସୁର ପିପିଲି ଲକ୍ଷ୍ମିନାରାୟଣପୁର ଅଞ୍ଚଳରେ ଭୋଟ ଭିକ୍ଷା କରିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ ଡେଲାଙ୍ଗ ଘୋରଡିଅ।, ସାଉରିଅ।, ଗୋଡିପୁଟ ମାଟିଆପଡା, ରେଙ୍ଗଳରେ ନିଜେ ନିଜ ପାଇଁ ପ୍ରଚାର କରି ଭୋଟ ଭିକ୍ଷା କରିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details