ପୁରୀ:ପୌଷ ପୂର୍ଣ୍ଣିମା ଅବସରରେ ଅନୁଷ୍ଠିତ ମହାପ୍ରଭୁଙ୍କ ରାଜ ରାଜେଶ୍ବର ବେଶ ନୀତି ବିଳମ୍ବ ପ୍ରସଙ୍ଗ ନେଇ ଦ୍ବିତୀୟ ସମୀକ୍ଷା ବୈଠକ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ରବିବାର ଏହି ବୈଠକଟି ଅନୁଷ୍ଠିତ ହୋଇଛି । ଏଥିରେ ମେକାପ ନିଯୋଗ ସେବାୟତମାନେ ଉପସ୍ଥିତ ଅଛନ୍ତି । ଗତ 28 ତାରିଖ ଦିନ ମହାପ୍ରଭୁଙ୍କ ସୁନାବେଶ ସମୟରେ କେଉଁ କାରଣରୁ ନୀତି ବିଭ୍ରାଟ ହୋଇଥିଲା ସେନେଇ ଆଲୋଚନା କରାଯାଇଛି ।
ଶନିବାର ପୁଷ୍ପାଳକ ନିଯୋଗଙ୍କ ଉପସ୍ଥିତିରେ ପ୍ରଥମ ସମୀକ୍ଷା ବୈଠକ କରାଯାଇଥିଲା । ଯେଉଁଥିରେ ପ୍ରଶାସନିକ ଅବହେଳା କାରଣରୁ ମହାପ୍ରଭୁଙ୍କ ସୁନାବେଶରେ ବିଳମ୍ବ ଘଟିଛି ବୋଲି ଅଭିଯୋଗ ଆଣିଥିଲେ ସିଂହାରୀ ନିଯୋଗ । ଅନ୍ୟପଟେ ଶ୍ରୀମନ୍ଦିର ସତ୍ବଲିପି ଅନୁଯାୟୀ କେବଳ 3 ଜଣ ପୁଷ୍ପାଳକ ସେବାୟତଙ୍କୁ ବେଶ ପାଇଁ ଅନୁମତି ପ୍ରଦାନ କରାଯାଏ ବୋଲି ମେକାପ ନିଯୋଗ ପକ୍ଷରୁ କୁହାଯାଇଛି ।