ଓଡିଶା

odisha

ETV Bharat / state

RTI ତଥ୍ୟକୁ ନେଇ ପୁଣି ଚର୍ଚ୍ଚାରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର

ପୁଣି ଚର୍ଚ୍ଚାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗ । RTI ଆଧାରରେ ମିଳିଥିବା ତଥ୍ୟକୁ ନେଇ ପୁଣି ଚର୍ଚ୍ଚା । ରତ୍ନଭଣ୍ଡାରର ସ୍ଥିତି ବିପଦ ସଙ୍କୁଳ ଥିବା ନେଇ ବାରମ୍ବାର ଭଣ୍ଡାର ମେକାପ ଅଭିଯୋଗ କଲେ ବି କେହି ଏ ଦିଗରେ କର୍ଣ୍ଣପାତ କରୁନାହାନ୍ତି ବୋଲି ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

By

Published : Aug 30, 2021, 4:55 PM IST

RTI ତଥ୍ୟକୁ ନେଇ ପୁଣି ଚର୍ଚ୍ଚାରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର
RTI ତଥ୍ୟକୁ ନେଇ ପୁଣି ଚର୍ଚ୍ଚାରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର

ପୁରୀ: ପୁଣି ଚର୍ଚ୍ଚାରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗ । RTI ଆଧାରରେ ମିଳିଥିବା ତଥ୍ୟକୁ ନେଇ ପୁଣି ଚର୍ଚ୍ଚା । ରତ୍ନଭଣ୍ଡାରର ସ୍ଥିତି ବିପଦ ସଙ୍କୁଳ ଥିବା ନେଇ ବାରମ୍ବାର ଭଣ୍ଡାର ମେକାପ ଅଭିଯୋଗ କଲେ ବି କେହି ଏଦିଗରେ କର୍ଣ୍ଣପାତ କରୁନାହାନ୍ତି ବୋଲି ଅଭିଯୋଗ ହୋଇଛି । ଭିତର ରତ୍ନଭଣ୍ଡାରର ଚାବି ଅଛି କି ନାହିଁ ଏଯାଏଁ ସ୍ପଷ୍ଟ ହୋଇନାହିଁ । ନିୟମ ଅନୁଯାୟୀ ପ୍ରତି ୩ ବର୍ଷରେ ଥରେ ମହାପ୍ରଭୁଙ୍କ ଅଳଙ୍କାରର ଆକଳନ କରାଯାଇଥାଏ ।

RTI ତଥ୍ୟକୁ ନେଇ ପୁଣି ଚର୍ଚ୍ଚାରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର

ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୨୦୧୮ ମସିହା ଏପ୍ରିଲ ୪ ତାରିଖରେ ୧୭ ଜଣିଆ ପ୍ରତିନିଧି ଦଳ ରତ୍ନଭଣ୍ଡାର ସ୍ଥିତି ଜାଣିବା ପାଇଁ ବାହାର ରତ୍ନଭଣ୍ଡାରର ଚାବି ଖୋଲିଥିଲେ । ସେତେବେଳେ ବାହାର ରତ୍ନଭଣ୍ଡାରରୁ ଭିତର ରତ୍ନଭଣ୍ଡାରକୁ ଟର୍ଚ୍ଚ ଲାଇଟ ପକାଇ ବୈଷୟିକ କମିଟି ସଦସ୍ୟମାନେ ଦେଖିବା ପରେ ଜଣାପଡିଥିଲା ଯେ ସେଠାରେ ପାଣି ଗଳୁଛି ଓ ଛାତ ଦୁର୍ବଳ ଅଛି ।

RTI ତଥ୍ୟକୁ ନେଇ ପୁଣି ଚର୍ଚ୍ଚାରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର
RTI ତଥ୍ୟକୁ ନେଇ ପୁଣି ଚର୍ଚ୍ଚାରେ ଶ୍ରୀମନ୍ଦିର ରତ୍ନ ଭଣ୍ଡାର

ଏ ସମସ୍ତ ତଥ୍ୟ ରତ୍ନଭଣ୍ଡାର ରେଜିଷ୍ଟରରେ ଉଲ୍ଲେଖ ଥିବାବେଳେ ଚାବି ହଜିବା ସମ୍ପର୍କରେ କିଛି ଲେଖାଯାଇ ନାହିଁ । ତେଣୁ, ପ୍ରକୃତରେ ଚାବି ହଜିଥିବା ନେଇ ବିଭିନ୍ନ ମହଲରେ ଏବେ ପ୍ରଶ୍ନ ଉଠୁଛି । ରତ୍ନଭଣ୍ଡାରର ଭିତରେ ମରାମତିର ଆବଶ୍ୟକ ଥିବାବେଳେ କାହିଁକି କରାଯାଉ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ଜଗନ୍ନାଥ ପ୍ରେମୀ । ସେପଟେ ସରକାରଙ୍କ ସହ ଆଲୋଚନା କରି ରତ୍ନ ଭଣ୍ଡାର ଯାଞ୍ଚ ନେଇ ପଦକ୍ଷେପ ନିଆଯିବ ବୋଲି ନୂତନ ପରିଚାଳନା କମିଟି ସଦସ୍ୟ ମତ ରଖିଛନ୍ତି।

ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୧୮ ମସିହା ଏପ୍ରିଲ୍ ୪ରେ ରତ୍ନଭଣ୍ଡାର ଖୋଲିବା ନେଇ ବ୍ୟବସ୍ଥା ହୋଇଥିଲା। ତେବେ ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗକୁ ନେଇ ଜୁନ୍ ୬ ତାରିଖରେ ଜଷ୍ଟିସ ରଘୁବୀର ଦାସଙ୍କୁ ତଦନ୍ତ କମିଶନ ଦାୟିତ୍ବ ଦିଆଯାଇଥିଲା। କମିଶନ ତଦନ୍ତ କରି ବିସ୍ତୃତ ରିପୋର୍ଟ ଗୃହ ବିଭାଗକୁ ପ୍ରଦାନ କରିଥିଲେ। ଗୋଟିଏ ପଟେ ରିପୋର୍ଟକୁ ସାର୍ବଜନୀନ କରାଯାଇନଥିବା ବେଳେ ଅନ୍ଯପଟେ ଏବେ ଆସିଥିବା ଆରଟିଆଇ ତଥ୍ୟ ରତ୍ନଭଣ୍ଡାର ପ୍ରସଙ୍ଗକୁ ଅଧିକ ବିବାଦୀୟ କରିଛି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details