ଓଡିଶା

odisha

ETV Bharat / state

ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ ପ୍ରସଙ୍ଗ: ଡିସେମ୍ବର 9କୁ ଘୁଞ୍ଚିଲା ସ୍ବେଚ୍ଛାକୃତ ଜମି ପ୍ରଦାନ ଅବଧି - puri news

ଶ୍ରୀମନ୍ଦିର ସୁରକ୍ଷା ଜୋନ ପାଇଁ ଉଚ୍ଛେଦ ପ୍ରସଙ୍ଗରେ ସ୍ବେଚ୍ଛାକୃତ ଜମି ପ୍ରଦାନ ସମୟ ସୀମା ଡିସେମ୍ବର 9କୁ ଘୁଞ୍ଚିଲା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସୂଚନା ପ୍ରକାଶ ପାଇଛି ।

Srimandir land evacuation issue
ଫାଇଲ ଫଟୋ

By

Published : Dec 3, 2019, 3:11 PM IST


ପୁରୀ: ଶ୍ରୀମନ୍ଦିର ସୁରକ୍ଷା ଜୋନ ପାଇଁ ଉଚ୍ଛେଦ ପ୍ରସଙ୍ଗରେ ସ୍ବେଚ୍ଛାକୃତ ଜମି ପ୍ରଦାନ ସମୟ ସୀମା ଡିସେମ୍ବର 9କୁ ଘୁଞ୍ଚିଲା । ଏହି ସମୟ ସୀମାକୁ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରକାଶ ପାଇଛି ।

ଫଟୋ ସୌଜନ୍ୟ :ସମ୍ବାଦଦାତା, ପୁରୀ

ପୂର୍ବରୁ ଡିସେମ୍ବର 2ରେ ଜମି ପ୍ରଦାନର ଶେଷ ତାରିଖ ଧାର୍ଯ୍ୟ କରାଯାଇଥିଲା । ଏବେ ଆଉ ୭ ଦିନ ଅର୍ଥାତ ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ସମୟସୀମା ବୃଦ୍ଧି ହୋଇଛି । ପୂର୍ବ ନିର୍ଦ୍ଧାରିତ ସମୟ ମଧ୍ୟରେ ପ୍ରାୟ 75 ପ୍ରତିଶତ ଜମି ପ୍ରଶାସନକୁ ମିଳିଛି । 106ଟି ଫ୍ଲାଟ ପାଇଁ ଏଯାଏଁ 80ଟି କବଲା ବିକ୍ରି ହୋଇଥିବା ସୂଚନା ରହିଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details