ଓଡିଶା

odisha

ETV Bharat / state

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୋଳ ଉତ୍ସବ ପାଳନ - ମହାପ୍ରଭୁଙ୍କ ଦୋଳ ଉତ୍ସବ ପାଳନ

ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ପବିତ୍ର ଦୋଳ ଉତ୍ସବ ପାଳିତ ହୋଇଛି । ଦୋଳବେଦୀକୁ 7 ଥର ପରିକ୍ରମା କରିବା ସହ ଭକ୍ତ ଓ ସେବାୟତମାନଙ୍କ ସହ ମିଶି ଫଗୁ ଓ ଅବିରରେ ହୋଲି ଖେଳିଥିଲେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା l ଅଧିକ ପଢନ୍ତୁ...

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୋଳ ଉତ୍ସବ ପାଳନ
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୋଳ ଉତ୍ସବ ପାଳନ

By

Published : Mar 28, 2021, 5:13 PM IST

ପୁରୀ: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା | ଏହି ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ପବିତ୍ର ଦୋଳ ଉତ୍ସବ ପାଳିତ ହୋଇଛି | ଶ୍ରୀଜୀଉଙ୍କ ଚଳନ୍ତି ପ୍ରତିମା ଦୋଳ ଗୋବିନ୍ଦ, ଭୂଦେବୀ ଓ ଶ୍ରୀଦେବୀ ମଣି ବିମାନରେ ବସି ଦୋଳବେଦୀକୁ ଏକ ଶୋଭାଯାତ୍ରାରେ ପହଞ୍ଚିଥିଲେ l

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦୋଳ ଉତ୍ସବ ପାଳନ

ଦୋଳବେଦୀକୁ 7 ଥର ପରିକ୍ରମା କରିବା ସହ ଭକ୍ତ ଓ ସେବାୟତମାନଙ୍କ ସହ ମିଶି ଫଗୁ ଓ ଅବିରରେ ହୋଲି ଖେଳିଥିଲେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା l ପରମ୍ପରା ଅନୁସାରେ ଆଜି(ରବିବାର) ଦୋଳବେଦୀରେ ମହାପ୍ରଭୁ ଦୋଳି ଖେଳିବା ସହ ଭକ୍ତଙ୍କୁ ଦର୍ଶନ ଦେଇଥିଲେ l

ଏପଟେ ଶ୍ରୀମନ୍ଦିରରେ ରବିବାର ଶ୍ରୀଜୀଉଙ୍କର ରାଜାଧିରାଜ ବେଶ ବା ସୁନାବେଶ ଅନୁଷ୍ଠିତ ହୋଇଥିଲା l ରବିବାର ଭୋର 5.40 ରେ ମଙ୍ଗଳ ଆଳତୀ ପରେ ଅବକାଶ, ସୂର୍ଯ୍ୟ ପୂଜା ଦ୍ୱାରପାଳ ପୂଜା କରାଯାଇ ମହାପ୍ରଭୁଙ୍କ ରାଜଧିରାଜ ତଥା ସୁନାବେଶ ଅନୁଷ୍ଠିତ ହୋଇଥିଲା l

ମହାପ୍ରଭୁ ସ୍ୱର୍ଣ୍ଣ ଅଳଙ୍କାରରେ ବିଭୂଷିତ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥିଲେ l ଦୋଳପୂର୍ଣ୍ଣିମା ଓ ସୁନାବେଶ ପାଇଁ ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା ଶ୍ରୀମନ୍ଦିରରେ l

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details