ଓଡିଶା

odisha

ETV Bharat / state

ରଥଯାତ୍ରା ଆୟୋଜନ ନେଇ ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ଦଇତାପତିଙ୍କ ସାକ୍ଷାତ - puri shankaracharya

ଯଦି କୋରୋନା ନେଇ ପୁଣି କଟକଣା ଜାରି ହୁଏ ତେବେ ରଥଯାତ୍ରା ଅୟୋଜନ ପରମ୍ପରା କିଭଳି ହୋଇପାରିବ ସେନେଇ ନିଷ୍ପତ୍ତି ନିଆଯିବ । ଅନ୍ୟପଟେ ଗୁରୁଜୀଙ୍କ ପରାମର୍ଶକୁ ମଧ୍ୟ ଦଇତାପତି ନିଯୋଗ ସମର୍ଥନ କରିଛି । ଅଧିକ ପଢନ୍ତୁ...

ରଥଯାତ୍ରା ଆୟୋଜନ ନେଇ ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ଦଇତାପତିଙ୍କ ସାକ୍ଷାତ
ରଥଯାତ୍ରା ଆୟୋଜନ ନେଇ ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ଦଇତାପତିଙ୍କ ସାକ୍ଷାତ

By

Published : Apr 29, 2020, 11:58 PM IST

Updated : Apr 30, 2020, 1:10 PM IST

ପୁରୀ: ଚଳିତ ବର୍ଷ ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ଅୟୋଜନ ନେଇ ଏବେ ଆଶା ଓ ଆଶଙ୍କା ସୃଷ୍ଟି ହୋଇଛି । କୋରୋନା ମହାମାରୀ ଭୟ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଛି । ଏଭଳି ପରିସ୍ଥିତିରେ କିଭଳି ରଥଯାତ୍ରା ଅୟୋଜନ ହେବ ସେଥିପାଇଁ ଦଇତାପତି ନିଯୋଗ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟି ମତ ଲୋଡିଛନ୍ତି ।

ରଥଯାତ୍ରା ଆୟୋଜନ ନେଇ ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ଦଇତାପତିଙ୍କ ସାକ୍ଷାତ

ସେପଟେ ଶଙ୍କରାଚାର୍ଯ୍ୟଙ୍କ କହିବା ଅନୁସାରେ ଦେଶରେ ଲକଡାଉନ ଆସନ୍ତା 3 ତାରିଖ ଯାଏଁ ରହିଛି । ଏହାପରେ କେନ୍ଦ୍ର ସରକାର ଲକଡାଉନ ନେଇ କଣ ନୂଆ ଗାଇଡଲାଇନ ଆଣୁଛନ୍ତି ତାହା ଉପରେ ତର୍ଜମା ହେବ । ଏହା ଆଧାରରେ ରଥଯାତ୍ରା ଅୟୋଜନ ନେଇ ନିଷ୍ପତ୍ତି ଶୁଣାଇବେ ।

ଯଦି କୋରୋନା ନେଇ ପୁଣି କଟକଣା ଜାରି ହୁଏ ତେବେ ରଥଯାତ୍ରା ଅୟୋଜନ ପରମ୍ପରା କିଭଳି ହୋଇପାରିବ ସେନେଇ ନିଷ୍ପତ୍ତି ନିଆଯିବ । ଅନ୍ୟପଟେ ଗୁରୁଜୀଙ୍କ ପରାମର୍ଶକୁ ମଧ୍ୟ ଦଇତାପତି ନିଯୋଗ ସମର୍ଥନ କରିଛି । ଜନସାଧାରଣଙ୍କ ହିତ ଓ ମହାପ୍ରଭୁଙ୍କ ପରମ୍ପରା ପାଇଁ ଜଗତଗୁରୁ ଶଙ୍କରାଚାର୍ଯ୍ୟ ଯାହା ନିର୍ଦ୍ଦେଶ ଦେବେ ତାହା ପାଳନ ହେବ ବୋଲି ଦଇତାପତି ନିଯୋଗ କହିଛି ।

ତେବେ ମହାପ୍ରଭୁଙ୍କ ପରମ୍ପରା ଯେଭଳି ନଭାଙ୍ଗେ ସେପରି କଟକଣାଯୁକ୍ତ ରଥଯାତ୍ରା କରିବା ନେଇ ଦଇତାପତି ନିଯୋଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି । ଭକ୍ତଙ୍କୁ ଅନୁମତି ନଦେଇ କେବଳ ସେବକମାନଙ୍କୁ ନେଇ ରଥଯାତ୍ରା ଅୟୋଜନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଛନ୍ତି ଦଇତାପତି ନିଯୋଗ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Apr 30, 2020, 1:10 PM IST

ABOUT THE AUTHOR

...view details