ପୁରୀ: ଏଣିକି ମହାପ୍ରଭୁଙ୍କ ଠାରେ ଲାଗି ହେବାକୁ ଥିବା ଗୀତ ଗୋବିନ୍ଦ ଖଣ୍ଡୁଆ ପାଟ ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ ହେବ । ପୁର୍ବରୁ ଖଣ୍ଡୁଆ ପ୍ରସ୍ତୁତ ବେଳେ ରେଶମ ପୋକ ଗୁଡିକ ମରିଯାଉଥିଲେ । ହେଲେ ଏବେ ଏକ ନୂଆ ବୈଷୟିକ ଜ୍ଞାନ କୌଶଳରେ ଏହା ପ୍ରସ୍ତୁତ ହେବ। ରେଶମ ସୂତା ପ୍ରସ୍ତୁତ ବେଳେ ରେଶମ ପୋକ ମରିବେ ନାହିଁ। ଫଳରେ କୌଣସି ଜୀବ ହତ୍ୟା ବିନା ଏହି ନୂଆ ଗୀତ ଗୋବିନ୍ଦ ଖଣ୍ଡୁଆ ପ୍ରସ୍ତୁତ ହେବ ବୋଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ବୈଷୟିକ ଜ୍ଞାନ କୌଶଳରେ ତିଆରି ହେବ ମହାପ୍ରଭୁଙ୍କ ଖଣ୍ଡୁଆ ପାଟ - ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ ହେବ ମହାପ୍ରଭୁଙ୍କ ଖଣ୍ଡୁଆ ପାଟ
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ସ୍ନାନ ଯାତ୍ରା ଏବଂ ରଥ ଯାତ୍ରା ନୀତି ନିର୍ଘଣ୍ଟ ହେଲା ଅନୁମୋଦନ । ଅଧିକ ପଢ଼ନ୍ତୁ
ଗଜପତି ମହାରାଜାଙ୍କ ଅନୁପସ୍ଥିତିରେ ମୁଖ୍ୟ ଶାସନ ସଚିବ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ପ୍ରଦୀପ ଜେନାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଆଗାମୀ ସ୍ନାନ ଯାତ୍ରା, ରଥଯାତ୍ରାର ନୀତିକାନ୍ତି ସହ ରେଜେନ୍ଦ୍ରଭିସେକ ଠାରୁ ନୀଳାଦ୍ରି ବିଜେ ଯାଏ ସମସ୍ତ ନୀତିକାନ୍ତିର ନିର୍ଘଣ୍ଟକୁ ଅନୁମୋଦନ କରାଯାଇଛି । ପୁର୍ବରୁ ଶ୍ରୀମନ୍ଦିର ଛତିଶା ନୀଯୋଗ ଓ ନୀତି ସବକମିଟିର ନୀତି ନିର୍ଘଣ୍ଟକୁ ପରିଚାଳନା କମିଟିରେ ଅନୁମୋଦନ କରାଯାଇଛି । ସେହିପରି ଶ୍ରୀମନ୍ଦିର ସେବାୟତ ପିଲାଙ୍କ ପାଇଁ ହେବାକୁ ଥିବା ଗୁରୁକୁଳ ଆସନ୍ତା 2024 -25 ମସିହା ସୁଦ୍ଧା ସାରି ପାଠ ପଢା କିଭଳି ହୋଇ ପାରିବ ସେନେଇ ଆଲୋଚନା ହୋଇଛି । ତେବେ ଗୁରୁତ୍ଵପୂର୍ଣ୍ଣ କଥା ହେଲା ଏଣିକି ମହାପ୍ରଭୁଙ୍କ ଠାରେ ଲାଗି ହେବାକୁ ଥିବା ଗୀତ ଗୋବିନ୍ଦ ଖଣ୍ଡୁଆ ପାଟ ସ୍ଵତନ୍ତ୍ର ଭାବେ ପ୍ରସ୍ତୁତ ହେବ । ପୁର୍ବରୁ ଖଣ୍ଡୁଆ ପ୍ରସ୍ତୁତ ବେଳେ ରେଶମ ପୋକ ଗୁଡିକ ମରିଯାଉଥିଲେ। ହେଲେ ଏବେ ଏକ ନୂଆ ବୈଷୟିକ ଜ୍ଞାନ କୌଶଳରେ ଏହା ପ୍ରସ୍ତୁତ ହେବ । ରେଶମ ସୂତା ପ୍ରସ୍ତୁତ ବେଳେ ରେଶମ ପୋକ ମରିବେ ନାହିଁ । ଫଳରେ କୌଣସି ଜୀବ ହତ୍ୟା ବିନା ଏହି ନୂଆ ଗୀତ ଗୋବିନ୍ଦ ଖଣ୍ଡୁଆ ପ୍ରସ୍ତୁତ ହେବ। ଯାହାକି ମହାପ୍ରଭୁ ଙ୍କ ଠାରେ ଲାଗି ହେବ। ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କିଭଳି ଶୀଘ୍ର ଶେଷ ହେବ, ଭକ୍ତମାନେ ଶୃଙ୍ଖଳିତ ଭାବେ ଦର୍ଶନ କରି ଫେରିବେ ସେନେଇ ବୈଠକରେ ଆଲୋଚୋନ ହୋଇଛି ।
ଶ୍ରୀମନ୍ଦିରର ଥିବା ବିଭିନ୍ନ ସମସ୍ୟା କିଭଳି ଦୂର ହେବ, ଶ୍ରୀମନ୍ଦିର ପ୍ରଶାସନକୁ ଅଧିକ କ୍ରିୟାଶୀଳ କରିହେବ ସେନେଇ ଆଗାମୀ ଦିନରେ ବିଭିନ୍ନ ବୈଠକ କରାଯାଇ ନିଷ୍ପତ୍ତି ନିଆଯିବ । ଶ୍ରୀମନ୍ଦିର ଚାରି ଦ୍ଵାର ଖୋଲିବା ନେଇ ମୁଖ୍ୟ ଶାସନ ସଚିବ କହିଛନ୍ତି, "ଆଗାମୀ ଦିନରେ ବିଶେଷ ଆଲୋଚନା କରାଯାଇ ଲାଗି ରହିଥିବା ସମସ୍ୟା ନେଇ ପଦକ୍ଷେପ ନିଆଯିବ । ପୁରୀ ବାସିନ୍ଦାଙ୍କୁ ସ୍ଵତନ୍ତ୍ର ଏକ ଦ୍ଵାରରେ ପ୍ରବେଶ ଅନୁମତି ଲାଗି ଆଗାମୀ ଦିନରେ ଅଲୋଚନା କରାଯାଇ ନିଷ୍ପତ୍ତି ହେବ ।" ଶ୍ରୀମନ୍ଦିରରେ ନୀତିକାନ୍ତି ବିଳମ୍ୱକୁ ନେଇ ମୁଖ୍ୟ ଶାସନ ସଚିବ କହିଛନ୍ତି ବିଭିନ୍ନ ପର୍ବ ପର୍ବାଣୀରେ ଅନେକ ନୀତି ରହୁଛି । ସେହିପରି ପୂର୍ବ ଅପେକ୍ଷା ଶ୍ରୀମନ୍ଦିରକୁ ଭକ୍ତଙ୍କ ଆଗମନ ଯଥେଷ୍ଟ ବୃଦ୍ଧି ପାଇଛି । ଏଣୁ ମହାପ୍ରଭୁଙ୍କ ନୀତି ସହ ଭକ୍ତଙ୍କ ଦର୍ଶନ ପାଇଁ ମହାପ୍ରଭୁଙ୍କ ନୀତି ବିଳମ୍ୱ ହେଉଛି । ତେବେ ଆଗାମୀ ଦିନରେ ଏହା କିଭଳି ଅଧିକ ଶୃଙ୍ଖଳିତ ହେବ ତାହା ଉପରେ ଶ୍ରୀମନ୍ଦିର ପରିଚାଳନା କମିଟି ସହ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।
ଇଟିଭି ଭାରତ, ପୁରୀ