ଓଡିଶା

odisha

By

Published : Nov 12, 2022, 8:09 PM IST

ETV Bharat / state

ହେତୁବାଦୀଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଛତିଶା ନିଯୋଗର ଚିଠି

ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣରେ ହେତୁବାଦୀଙ୍କ ଚିକେନ ବିରିୟାନୀ ଖାଇବା ପ୍ରସଙ୍ଗ । ମୁଖ୍ୟମନ୍ତ୍ରୀଙ୍କୁ ଛତିଶା ନିଯୋଗର ଚିଠି । ହେତୁବାଦୀଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ଦାବି । ଅଧିକ ପଢନ୍ତୁ

ହେତୁବାଦୀଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଛତିଶା ନିଯୋଗର ଚିଠି
ହେତୁବାଦୀଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଛତିଶା ନିଯୋଗର ଚିଠି

ପୁରୀ:ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣରେ ହେତୁବାଦୀଙ୍କ ଚିକେନ ବିରିୟାନୀ ଖାଇବା ପ୍ରସଙ୍ଗ (Chicken Biryani eating during Solar Eclipse) । ହେତୁବାଦୀ (Hetubadi)ଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଶ୍ରୀମନ୍ଦିର ଛତିଶା ନିଯୋଗ । ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣକୁ ନେଇ ଥିବା ବିଧି ବିଧାନ ଅନ୍ଧବିଶ୍ବାସ କହିବା, ସାମୁହିକ ଚିକେନ ବିରିୟାନୀ ଭୋଜନ କରିବା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଚିକେନ ଭୋଗ ଲଗାଇବା, ପ୍ରଭୁ ରାମ ଲକ୍ଷ୍ମଣଙ୍କ ପ୍ରତି ଆପତ୍ତିଜନକ ଟିପ୍ପଣୀ ଦେବା ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଦାବୀ କରାଯାଇଛି ।

ମୁଖ୍ୟମନ୍ତ୍ରୀଙ୍କୁ ଛତିଶା ନିଯୋଗର ଚିଠି

ଛତିଶା ନିଯୋଗର ନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ହେତୁବାଦୀ ମାନେ ତାଙ୍କ ଚିନ୍ତାଧାରାରେ ବଞ୍ଚିବା ନେଇ କାହାରି ଆପତ୍ତି ନାହିଁ । ହେଲେ ବିଜ୍ଞାନର ଦ୍ବାହି ଦେଇ କୋଟି କୋଟି ହିନ୍ଦୁଙ୍କ ଆସ୍ଥା, ବିଶ୍ବାସକୁ କୁଠାରଘାତ କରିବା ହେତୁବାଦୀଙ୍କର ଅଧିକାର ନାହିଁ । ହିନ୍ଦୁଙ୍କ ପରମ୍ପରା ହଜାର ହଜାର ବର୍ଷର ହୋଇଥିବା ବେଳେ ଏହାକୁ ଆକ୍ଷେପ କରିବା ହେତୁବାଦୀଙ୍କ ଅହଙ୍କାର ବଢ଼ି ଯାଇଛି । ଏହାକୁ ନେଇ କୋଟି କୋଟି ହିନ୍ଦୁଙ୍କ ମଧ୍ୟରେ ଅଶାନ୍ତି ସୃଷ୍ଟି କରିଛି ।

ହେତୁବାଦୀଙ୍କ ବିରୋଧରେ କଡ଼ା କାର୍ଯ୍ୟନୁଷ୍ଠାନ ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଛତିଶା ନିଯୋଗର ଚିଠି

ଆଗାମୀ ଦିନରେ ଏହା ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି । ଏଣୁ ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ତୁରନ୍ତ ହେତୁବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ନେବାକୁ ଛତିଶା ନିଯୋଗର ନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ସାଧାରଣତଃ ପରାଗ ସମୟରେ ରୋଷେଇ କରିବା ଓ ରନ୍ଧା ଖାଦ୍ୟ ଖାଇବାକୁ ବାରଣ କରାଯାଇଥାଏ । କିନ୍ତୁ ଏହି ନିୟମକୁ ଅବମାନନା କରିଛି ଓଡିଶା ହେତୁବାଦୀ ସମାଜ । ପରାଗରେ ଖାଦ୍ୟ ନିଷେଧ ଏକ କୁସଂସ୍କାର । ଯାହା ସମ୍ବିଧାନର ଉପରେ ନୁହେଁ ତେଣୁ ଏହାକୁ ନ ମାନି ଖାଦ୍ୟ ଖାଇବା ଦରକାର ବୋଲି କହିଛନ୍ତି ହେତୁବାଦୀ । ଏନେଇ ଭୁବନେଶ୍ବରର ଏକ ସ୍ଥାନରେ ବିରିୟାନୀ ଷ୍ଟଲ ଖୋଲିବା ସହ ଲୋକଙ୍କୁ ମଧ୍ୟ ଚିକେନ ବିରିୟାନୀ ଖାଇବାକୁ ଦେଇଛନ୍ତି ।

ଏହା ବି ପଢନ୍ତୁ- ସ୍ଥାୟୀ ନିଯୁକ୍ତି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ବାସ୍ଥ୍ୟ ଠିକା କର୍ମଚାରୀଙ୍କ ଦାବିପତ୍ର

''ସେମାନଙ୍କ କହିବା କଥା ହେଉଛି ସୂର୍ଯ୍ୟ ପରାଗ ସମସୟରେ ଖାଦ୍ୟ ନଖାଇବା ଏକ ଅନ୍ଧ ବିଶ୍ବାସ । ଏହାକୁ ବଦଳାଇବା ଦରକାର । କାରଣ ସୂର୍ଯ୍ୟ ଆଉ ଚନ୍ଦ୍ରଙ୍କ ଚଳନ ମହାଜାଗତିକର ଏକ ପ୍ରକ୍ରିୟା । ଏହା ଦ୍ବାରା କୌଣସିକୁ ପ୍ରଭାବ ସମାଜରେ ଉପରେ ପଡ଼େନି । ଆମେ ଭଗବାନଙ୍କୁ ମାନୁ ନାହୁଁ କି ଧର୍ମ ନାରେ ଲୋକଙ୍କ ତଣ୍ଟି ଚିପୁ ନାହୁଁ । କିନ୍ତୁ ସମୟ ଆସିଛି ପରିବର୍ତ୍ତନର । ସଚେତନ ହୁଅନ୍ତୁ ଆଉ ଧର୍ମ ବା ପରମ୍ପରା ନାରେ ହେଉଥିବା କୁ ସଂସ୍କାରକୁ ବଦଳାନ୍ତୁ, ଏହାକୁ ପରିବର୍ତ୍ତନ କରିବା ପାଇଁ ଚିକେନ ବିରିୟାନୀ ଲୋକଙ୍କୁ ଦିଆଯାଉଥିବା ପ୍ରତିକ୍ରିୟା ରଖିଛନ୍ତି ହେତୁବାଦୀ ସମାଜର ସଦସ୍ୟ ।''

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details