ଓଡିଶା

odisha

ETV Bharat / state

ଜନ୍ମାଷ୍ଟମୀରେ ଶ୍ରୀକ୍ଷେତ୍ର ଚଳଚଞ୍ଚଳ, ଉତ୍ସବମୁଖର ମଠ

ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀକୁ ନେଇ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇଉଠିଛି। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତି କାନ୍ତି ସମ୍ପନ ହୋଇଥିବା ବେଳେ ଶ୍ରୀକ୍ଷେତ୍ରରେ ଥିବା ମଠ ଗୁଡିକ ମଧ୍ୟ ଉତ୍ସଵ ମୁଖର ହୋଇଉଠିଛି। ଅଧିକ ପଢନ୍ତୁ...

ଜନ୍ମାଷ୍ଟମୀରେ ଶ୍ରୀକ୍ଷେତ୍ରରେ ମଠଗୁଡିକ ଚଳଚଞ୍ଚଳ
ଜନ୍ମାଷ୍ଟମୀରେ ଶ୍ରୀକ୍ଷେତ୍ରରେ ମଠଗୁଡିକ ଚଳଚଞ୍ଚଳ

By

Published : Aug 11, 2020, 3:38 PM IST

ପୁରୀ: ଆଜି ପବିତ୍ର ଜନ୍ମାଷ୍ଟମୀ। ପ୍ରଭୁ ଶ୍ରୀକୃଷ୍ଣ ଆଜି ଜନ୍ମ ଗ୍ରହଣ କରିଥିଲେ। ଏଣୁ ଏହି ପବିତ୍ର ଦିନକୁ ହିନ୍ଦୁ ଧର୍ମାବଲମ୍ବୀ ମାନେ ବେଶ ଆଡମ୍ବରରେ ପାଳନ କରିଥାନ୍ତି। କିନ୍ତୁ ଚଳିତ ବର୍ଷ କୋରୋନା କଟକଣା ଯୋଗୁଁ ଜନ୍ମାଷ୍ଟମୀ ଭକ୍ତଙ୍କୁ ଦର୍ଶନ ପାଇଁ ନିଷେଧ ଜାରୀ କରାଯାଇଛି ।

ଜନ୍ମାଷ୍ଟମୀରେ ଶ୍ରୀକ୍ଷେତ୍ରରେ ମଠଗୁଡିକ ଚଳଚଞ୍ଚଳ

ଶ୍ରୀକୃଷ୍ଣଙ୍କ ଜନ୍ମାଷ୍ଟମୀକୁ ନେଇ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ହୋଇଉଠିଛି। ଶ୍ରୀମନ୍ଦିରରେ ଏନେଇ ମହାପ୍ରଭୁଙ୍କ ସ୍ବତନ୍ତ୍ର ନୀତି କାନ୍ତି ସମ୍ପନ ହୋଇଥିବା ବେଳେ ଶ୍ରୀକ୍ଷେତ୍ରରେ ଥିବା ମଠ ଗୁଡିକ ମଧ୍ୟ ଉତ୍ସଵ ମୁଖର ହୋଇଉଠିଛି। ରଙ୍ଗିନ ଆଲୋକ ମାଳାରେ ପ୍ରଭୁଙ୍କୁ ସଜା ଯାଇ ପୂଜାର୍ଚ୍ଚନା କରାଯାଉଛି। ତେବେ କୋଭିଡ କଟକଣା ହେତୁ ମଠ ଗୁଡ଼ିକ ଭକ୍ତଙ୍କ ପ୍ରବେଶ ନିଷେଧ ରହିଛି। କେବଳ ମଠରେ ନୀତିକାନ୍ତି ଅନୁଷ୍ଠିତ ହୋଇଛି।

ଅନ୍ୟପଟେ ପୁରୀର ବାସିନ୍ଦା ମାନେ ଶ୍ରୀମନ୍ଦିରକୁ ପ୍ରବେଶ କରି ନ ପାରିଲେ ମଧ୍ୟ ଶ୍ରୀମନ୍ଦିର ସମ୍ମୁଖରେ ଠିଆ ହୋଇ ପତିତପାବନକୁ ମୁଣ୍ଡିଆ ମାରି ମହାପ୍ରଭୁଙ୍କୁ ସ୍ମରଣ କରିଛନ୍ତି। କୋରୋନା ମହାମାରୀ ସଂସାରରୁ ଦୂର ହେବା ସହ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଦୂରତ୍ବ ଦୂର ହେଉ ବୋଲି ଭକ୍ତ ମାନେ ପ୍ରାର୍ଥନା କରିଛନ୍ତି।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର,ଇଟିଭି ଭାରତ

ABOUT THE AUTHOR

...view details