ଓଡିଶା

odisha

ETV Bharat / state

ରତ୍ନ ଭଣ୍ଡାାର ଖୋଲିବା ଦାବି ନେଇ ପୁରୀରେ ଶ୍ରୀଜଗନ୍ନାଥ ସେନାର ବିକ୍ଷୋଭ - ଶ୍ରୀଜଗନ୍ନାଥ ସେନାର ବିକ୍ଷୋଭ

ଶ୍ରୀମନ୍ଦିରର ରତ୍ନ ଭଣ୍ଡାର ଖୋଲିବା ସହ ଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି କରାଯାଇ ସର୍ବସାଧାରଣରେ ପ୍ରକାଶ କରିବାକୁ ପୁଣି ଦାବି ଉଠିଛି । ଏହାକୁ ନେଇ ଶ୍ରୀଜଗନ୍ନାଥ ସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ଅଧିକ ପଢନ୍ତୁ

sri jagannath sena association
sri jagannath sena association

By

Published : Jan 4, 2023, 6:59 PM IST

ପୁରୀରେ ଶ୍ରୀଜଗନ୍ନାଥ ସେନାର ବିକ୍ଷୋଭ

ପୁରୀ: ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଖୋଲିବା ନେଇ ଜଗନ୍ନାଥ ସେନା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ । ଶ୍ରୀମନ୍ଦିର ରତ୍ନ ଭଣ୍ଡାର ତୁରନ୍ତ ଖୋଲାଯାଉ। ଏହାର ମରାମତି କରାଯିବା ସହ ରତ୍ନ ଭଣ୍ଡାର ରେ ଥିବା ରତ୍ନ ଅଳଙ୍କାର ର ଗଣତି କରାଯାଇ ସର୍ବ ସାଧାରଣ ରେ ପ୍ରକାଶ କରାଯାଉ । ଏହି ଦାବି ନେଇ ଶ୍ରୀମନ୍ଦିର ସିଂହ ଦ୍ବାର ସମ୍ମୁଖରେ ଶ୍ରୀ ଜଗନ୍ନାଥ ସେନା ପକ୍ଷରୁ ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଆସନ୍ତା କାଲି ହାଇକୋର୍ଟରେ ରତ୍ନ ଭଣ୍ଡାରର ସୁରକ୍ଷା ଓ ମରାମତି ନେଇ ମାମଲାର ଶୁଣାଣି ରହିଛି । ଏହି ଶୁଣାଣିରେ ରାଜ୍ୟ ସରକାର ସତ୍ୟ ପାଠ ଦାଖଲ କରି ରତ୍ନ ଭଣ୍ଡାରରେ ରତ୍ନ ଓ ଭଣ୍ଡାର ଘର ସୁରକ୍ଷିତ ଅଛିକି ନାହିଁ ତାହା ସତ୍ୟପାଠ ଦିଅନ୍ତୁ ବୋଲି ଜଗନ୍ନାଥ ସେନା ଦାବି କରିଛି । ଗତ 2018 ମସିହାରେ ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରତ୍ନ ଭଣ୍ଡାର ମରାମତି ଓ ରତ୍ନ ଅଳଙ୍କାର ଗଣତି ନେଇ ଏକ ଟିମ୍ ରାଜ୍ୟ ସରକାରଙ୍କ ପକ୍ଷରୁ ଯାଇ ଥିଲେ। ହେଲେ ଚାବି ହଜିବା କହି ରତ୍ନ ଭଣ୍ଡାର ଖୋଲା ଯାଇ ନଥିଲା।

ତେବେ ରତ୍ନ ଭଣ୍ଡାର ଅସୁରକ୍ଷିତ ଥିବା ବେଳେ ଏହାର ମରାମତି ଅତି ଜରୁରୀ ଥିବା ନେଇ ଗଜପତି ମହାରାଜାଙ୍କ ଉଦବେଗ ପ୍ରକାଶ ପରେ ASI ଏହାର ମରାମତି ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟିକୁ ଚିଠି ମଧ୍ୟ ଦେଇ ସାରିଛି । ହେଲେ ରତ୍ନ ଭଣ୍ଡାର ମରାମତି ଓ ରତ୍ନ ଅଳଙ୍କାର ଗଣତି ନେଇ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି । ତେବେ କଣ ପାଇଁ ରାଜ୍ୟ ସରକାର ପଛ ଘୁଞ୍ଚା ଦେଉଛନ୍ତି, ରତ୍ନ ଭଣ୍ଡାରରେ ରତ୍ନ ଅଛିକି କେହି ଏହାକୁ ଲୁଟ କରି ନେଇଛି ସେନେଇ ସାଧାରଣରେ ଆଶଙ୍କା ବଢ଼ିବାରେ ଲାଗିଛି । କୋଟିକୋଟି ଜଗନ୍ନାଥପ୍ରେମୀଙ୍କ ଆସ୍ଥା ସହ ନଖେଳି ରାଜ୍ୟ ସରକାର ରତ୍ନ ଭଣ୍ଡାର ମରାମତି ଓ ରତ୍ନ ଅଳଙ୍କାର ଗଣତି ପାଇଁ ତୁରନ୍ତ ସରକାର ରତ୍ନ ଭଣ୍ଡାର ଖୋଲିବାକୁ ଶ୍ରୀଜଗନ୍ନାଥ ସେନା ଦାବି କରିଛି ।

ଏନେଇ ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ କହିଛନ୍ତି, "ଆସନ୍ତାକାଲି ହାଇକୋର୍ଟରେ ରତ୍ନଭଣ୍ଡାରର ଶୁଣାଣି ଅଛି । 2018 ମସିହାରେ ମଧ୍ୟ 17 ଜଣିଆ ଟିମ୍‌ ଏନେଇ ଆସିଥିଲେ । ହେଲେ ଚାବି ନାହିଁ ବୋଲି କହି ଲୋକଙ୍କୁ ଭୂଆଁ ବୁଲାଇ ସେ ଆଉ ରତ୍ନ ଭଣ୍ଡାର ଖୋଲିଲେ ନାହିଁ । କିନ୍ତୁ ସେବେଠୁ ସେ କହୁଛନ୍ତି ରତ୍ନ ଭଣ୍ଡାରର ଅବସ୍ଥା ଖରାପ ରହିଛି। ଯଦି ସତରେ ଏହାର ଅବସ୍ଥା ଖରାପ ତାହାଲେ 5ବର୍ଷ ବିତିଯିବା ସତ୍ତ୍ବେ ସରକାର ଏନେଇ କୌଣସି ପଦକ୍ଷେପ ନେଇ ନାହାଁନ୍ତି । ଏନେଇ ଆମେ ଦାବି କରିଛୁ ଯେ କାଲି ହାଇକୋର୍ଟରେ ସରକାର ଜବାବ ଦାଖଲ କରନ୍ତୁ କି ରତ୍ନ ଭଣ୍ଡାର ସୁରକ୍ଷିତ ଅଛି ।"

ଇଟିଭି ଭାରତ , ପୁରୀ

ABOUT THE AUTHOR

...view details