ପୁରୀ:ସହରରେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ । ସ୍ଥାୟୀ ନିଯୁକ୍ତି, ବକେୟା ଅର୍ଥ, ନିୟମିତ ଦରମା ପ୍ରଦାନ ଏବଂ ଦରମା ବୃଦ୍ଧି ଭଳି ବିଭିନ୍ନ ଦାବି ନେଇ ଶ୍ରୀଜଗନ୍ନାଥ ପରିମଳ ସଫେଇ କର୍ମଚାରୀ ସଙ୍ଘ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।
ବିଭିନ୍ନ ଦାବି ନେଇ ସଫେଇ କର୍ମଚାରୀଙ୍କ ବିକ୍ଷୋଭ - ଶ୍ରୀ ଜଗନ୍ନାଥ ପରିମଳ ସଫେଇ କର୍ମଚାରୀ ସଙ୍ଘ
ସ୍ଥାୟୀ ନିଯୁକ୍ତି, ବକେୟା ଅର୍ଥ ପ୍ରଦାନ ଭଳି ବିଭିନ୍ନ ଦାବି ନେଇ ପୁରୀରେ ଶ୍ରୀଜଗନ୍ନାଥ ପରିମଳ ସଫେଇ କର୍ମଚାରୀ ସଙ୍ଘର ଆନ୍ଦୋଳନ । ଅଧିକ ପଢନ୍ତୁ...
ବିଭିନ୍ନ ଦାବି ନେଇ ସଫେଇ କର୍ମଚାରୀଙ୍କ ବିକ୍ଷୋଭ
ବିଭିନ୍ନ ଦାବି ନେଇ ସଫେଇ କର୍ମଚାରୀଙ୍କ ବିକ୍ଷୋଭ
ଏହି ସଫେଇ କର୍ମଚାରୀମାନେ ଏକ ଶୋଭାଯାତ୍ରା କରିଛନ୍ତି । ଶୋଭାଯାତ୍ରାଟି ଟାଉନ ହଲ ଛକ ନିକଟରୁ ବାହାରି ପ୍ରଥମେ ପୌରପାଳିକା କାର୍ଯ୍ୟାଳୟ ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ ରାସ୍ତା ରୋକ କରିଛନ୍ତି । ଯାହାଫଳରେ ଯାତାୟତ ସମସ୍ୟା ସୃଷ୍ଟି ହୋଇଛି । ତେବେ ପ୍ରଶାସନ ଯଦି ତୁରନ୍ତ ସେମାନଙ୍କ ସମସ୍ୟାର ସମାଧାନ ନ କରେ ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରିବାକୁ ଧମକ ଦେଇଛନ୍ତି ଶ୍ରୀଜଗନ୍ନାଥ ପରିମଳ ସଫେଇ କର୍ମଚାରୀ ସଙ୍ଘ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ