ଓଡିଶା

odisha

By

Published : Jan 13, 2021, 3:18 PM IST

ETV Bharat / state

ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ କ୍ରୀଡାମନ୍ତ୍ରୀ

କଟପୁର ବ୍ଲକ ଅଧିନସ୍ଥ କୁରୁଜଙ୍ଗ, ଅବଦାନ ଓ କାଦୁଆ ନୂଆଗାଁ ଗ୍ରାମପଞ୍ଚାୟତର ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା । ଅସମ୍ପୂର୍ଣ୍ଣ ପ୍ରକଳ୍ପକୁ ଶୀଘ୍ର ଶେଷ କରିବାକୁ ସମୀକ୍ଷାରେ ନିଷ୍ପତ୍ତି । ଅଧିକ ପଢନ୍ତୁ...

sports minister reviewed the development works
ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ କ୍ରୀଡାମନ୍ତ୍ରୀ

ପୁରୀ:ଜିଲ୍ଲାର କାକଟପୁର ବ୍ଲକ ଅଧିନସ୍ଥ କୁରୁଜଙ୍ଗ, ଅବଦାନ ଓ କାଦୁଆ ନୂଆଗାଁ ଗ୍ରାମପଞ୍ଚାୟତର ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା । ଅସମ୍ପୂର୍ଣ୍ଣ ପ୍ରକଳ୍ପକୁ ଶୀଘ୍ର ଶେଷ କରିବାକୁ ସମୀକ୍ଷାରେ ନିଷ୍ପତ୍ତି ନିଆଯାଇଛି।

ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କଲେ କ୍ରୀଡାମନ୍ତ୍ରୀ

ପୁରୀଜିଲ୍ଲାର ବିଭିନ୍ନ ଗ୍ରାମପଞ୍ଚାୟତର ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି କ୍ରୀଡାମନ୍ତ୍ରୀ । ଏହା ସହିତ ବାକି ପଡିଥିବା କାମକୁ ଶୀଘ୍ର ଶେଷ କରିବାରୁ ସମୀକ୍ଷା ବୈଠକରେ କହିଛନ୍ତି କ୍ରୀଡାମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ମୋଟ ତିନୋଟି ଗ୍ରାମପଞ୍ଚାୟତର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା ହୋଇଛି । ଆଗକୁ କେଉଁ କେଉଁ ପ୍ରକଳ୍ପ ଗୁଡିକର କାମ ହେବା ସହିତ ଆଗାମୀ ଦିନରେ କେଉଁ କେଉଁ ନୂତନ ପ୍ରକଳ୍ପର ଆରମ୍ଭ ହେବା ସେନେଇ ମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରମୁଖ ଭାବରେ ଆଲୋଚନା କରି ଲୋକେଙ୍କ ପ୍ରମୁଖାଭିମୂଖ୍ୟ ହେବା ନେଇ ସବିଶେଷ ଆଲୋଚନା କରିଛନ୍ତି ।

ଏହି ବୈଠକରେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀଙ୍କ ସହ କାକଟପୁର ବିଡିଓ ସୁଧରୀ ନାୟକ , କାକଟପୁର ବ୍ଲକ ଅଧକ୍ଷା ମନୋରମା ସ୍ବାଇଁ , ଅତିରିକ୍ତ ତହସିଲଦାର, ସମେତ କୁରୁଜଙ୍ଗ ଗ୍ରାମପଞ୍ଚାୟତର ସରପଞ୍ଚ ନିଗମାନନ୍ଦ ପରିଡା ଉପସ୍ଥିତ ଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details