ପୁରୀ:ଆରମ୍ଭ ହୋଇଯାଇଛି ମା' ଦୁର୍ଗାଙ୍କ ଶାରଦୀୟ ପୂଜା । ସାରା ରାଜ୍ୟର ମା' ଦୁର୍ଗାଙ୍କୁ ଆବହନ କରାଯାଇ ପୂଜାର୍ଚ୍ଚନା କରାଯାଉଛି । ଆଉ ଏହି ଅବସରରେ ଶ୍ରୀମନ୍ଦିରରେ ମଧ୍ୟ ଆରମ୍ଭ ହୋଇଛି ମା'ଙ୍କ ସ୍ବତନ୍ତ୍ର ପୂଜା। ମା'ଙ୍କ ବିମଳାଙ୍କ ପୀଠରେ ଆଜି(ଗୁରୁବାର) ମହା ସପ୍ତମି ଅବସରରେ ତ୍ରିଦିବସ ପୂଜା ଆରମ୍ଭ ହୋଇଛି।
ମହାସପ୍ତମୀରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ପୂଜା - ଶ୍ରୀମନ୍ଦିରରେ ସ୍ବତନ୍ତ୍ର ପୂଜା
ମା'ଙ୍କ ବିମଳାଙ୍କ ପୀଠରେ ମହା ସପ୍ତମି ଅବସରରେ ତ୍ରିଦିବସ ପୂଜା ଆରମ୍ଭ ହୋଇଛି ।
ମହାସପ୍ତମୀରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ପୂଜା
ମହାସପ୍ତମୀରେ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ପୂଜା
ଗୁରୁବାର ମହା ସପ୍ତମୀଠାରୁ ଦେବୀ ବିମଳାଙ୍କ ପୀଠରେ ଆମିଷ ଭୋଗ ମଧ୍ୟ ହେବାର ପରମ୍ପରା ରହିଛି। ଏହି ନୀତି ଗୁଡିକ ରାତିର ନିଶାର୍ଦ୍ଧରେ ଗୋପନରେ ହୋଇଥାଏ। ତେବେ ଶାରଦୀୟ ଦୁର୍ଗା ପୂଜା ଅବସରରେ ଶ୍ରୀମନ୍ଦିରରେ ମା' ବିମଳାଙ୍କ ପୀଠରେ କଣ ଆଉ କିଭଳି ସବୁ ସ୍ବତନ୍ତ୍ର ରୀତିକ୍ରାନ୍ତି ହୋଇଥାଏ । ସେ ବିଷୟରେ ଅଧିକ ଜାଣିବା ପାଇଁ ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ଡକ୍ଟର ଶରତ ମହାନ୍ତିଙ୍କ ସହ ଆଲୋଚନା କରିଛନ୍ତି ଆମ ପୁରୀ ପ୍ରତିନିଧୀ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ
Last Updated : Oct 22, 2020, 7:33 PM IST