ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଦ୍ମ ବେଶ ପାଇଁ ଶୁଭ ଅନୁକୂଳ କରାଯାଇଛି । ବଡ଼ ଛତା ମଠ ତତ୍ତ୍ବାବଧାନରେ ଏହି ଶୁଭକାର୍ଯ୍ୟ ଅନୁକୂଳ ହୋଇଛି । ପଣ୍ଡୁ ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ବେଶ ନିର୍ମାଣକାରୀମାନେ ଏହି କାର୍ଯ୍ୟ ସମ୍ପନ୍ନ କରିଛନ୍ତି । ସୋଲ, ଜରି, ଜମ୍ବୁରା, କତୁରୀ, ସୂତା ଆଦି ବିଭିନ୍ନ ଜିନିଷ ରଖି ଅନୁକୂଳ କରାଯାଇଛି ।
ମହାପ୍ରଭୁଙ୍କ ପଦ୍ମ ବେଶ ପାଇଁ ଶୁଭ ଅନୁକୂଳ - lord jagannath padma vesa
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଦ୍ମ ବେଶ ପାଇଁ ଶୁଭ ଅନୁକୂଳ କରାଯାଇଛି । ବଡ଼ଛତା ମଠ ତତ୍ତ୍ବାବଧାନରେ ଏହି ଶୁଭକାର୍ଯ୍ୟ ଅନୁକୂଳ ହୋଇଛି । ଅଧିକ ପଢନ୍ତୁ...
ମହାପ୍ରଭୁଙ୍କ ପଦ୍ମ ବେଶ ପାଇଁ ଶୁଭ ଅନୁକୂଳ
ମାଘମାସ ଅମାବାସ୍ୟା ପରେ ବସନ୍ତ ପଞ୍ଚମୀ ମଧ୍ୟରେ ପଡୁଥିବା ବୁଧବାର କିମ୍ବା ଶନିବାରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଦ୍ମ ବେଶ ଅନୁଷ୍ଠିତ ହୋଇଥାଏ । ଶ୍ରୀଫଳ ଓ ମାହାର୍ଦ୍ଧ ରଖି ପ୍ରଭୁଙ୍କ ଦୟଣା ସେବକ ବସନ୍ତ ରଣା ପୂଜାର୍ଚ୍ଚନା କରି ଦରଜି ଓ ଚିତ୍ରକର ସେବକଙ୍କ ଉପସ୍ଥିତିରେ ଏହି ଶୁଭ କାର୍ଯ୍ୟ ଆରମ୍ଭ କରିଥିଲେ । ସପ୍ତଦଶ ଶତାବ୍ଦୀରେ ବଡ଼ଛତା ମଠ ମହନ୍ତ ରଘୁବର ଦାସ ଏହି ବେଶ ପ୍ରଚଳନ କରିଥିବା ଜଣାଯାଏ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ