ଓଡିଶା

odisha

By

Published : Oct 26, 2019, 4:56 PM IST

ETV Bharat / state

ଦୀପାବଳି ପାଇଁ ପୁରୀରେ ସ୍ବତନ୍ତ୍ର ବ୍ୟବସ୍ଥା

ରାତି ପାହିଲେ ଦୀପାବଳି ଅମାବାସ୍ୟା । ଆଉ ଦୀପାବଳିରେ ପୁରୀରେ ପୟାଶ୍ରାଦ୍ଧ ଦେବାକୁ ଭକ୍ତଙ୍କ ଭିଡ ଲାଗିଥାଏ । ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଦୀପାବଳି ପାଇଁ ପୁରୀରେ ସ୍ବତନ୍ତ୍ର ବ୍ୟବସ୍ଥା

ପୁରୀ: ରାତି ପାହିଲେ ଆଲୋକର ପର୍ବ ଦୀପାବଳି । ଦୀପାବଳିକୁ ନେଇ ଚାରିଆଡେ ଉତ୍ସବର ମାହୋଲ । ଆଉ ଦୀପାବଳି ଅମାବାସ୍ୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ ଦେବାର ବିଧି ରହିଛି । ପୟା ଶ୍ରାଦ୍ଧ ଓ ବଡବଡୁଆ ଡାକ ପାଇଁ ପୁରୀରେ ଜମିବ ଲୋକଙ୍କ ଭିଡ । ଏହାକୁ ଦୃଷ୍ଟିରେ ରଖି ପୋଲିସ ଓ ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ଦୀପାବଳି ପାଇଁ ପୁରୀରେ ସ୍ବତନ୍ତ୍ର ବ୍ୟବସ୍ଥା

ଏମାର ମଠ ଚକଡ଼ା ତଥା ଅରୁଣ ସ୍ତମ୍ଭ ଡାହାଣ ପଟ ଖୋଲା ସ୍ଥାନରେ ବଡ଼ ବଡୁଆ ଡାକିବା ଓ ଶ୍ରାଦ୍ଧ କାର୍ଯ୍ୟ ନିମନ୍ତେ ସ୍ଥାନ ରଖାଯାଇଛି । ଶାନ୍ତି ଶୃଙ୍ଖଳା ପାଇଁ 20 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯିବ । ସେହିପରି କୌଣସି ଅଘଟଣ ଯେପରି ନ ଘଟେ ସେ ନେଇ ଅଗ୍ନିଶମ ବିଭାଗର କର୍ମଚାରୀ ମଧ୍ୟ ମୂତୟନ ରହିବେ ।

ଭକ୍ତଙ୍କ ଶୃଙ୍ଖଳିତ ପ୍ରବେଶ ପାଇଁ ସିଂହଦ୍ବାର ଠାରୁ ବଡ଼ ଅଖଡା ମଠ ପର୍ଯ୍ୟନ୍ତ ବ୍ୟାରିକେଡ ବ୍ୟବସ୍ଥା କରାଯାଇଛି । ବଡ଼ଦାଣ୍ଡ ଓ ଶ୍ରୀମନ୍ଦିର ଚାରିପଟେ ସିସିଟିଭି ମାଧ୍ୟମରେ ନଜର ରଖାଯାଇଛି । ପରମ୍ପରା ଅନୁଯାୟୀ, ପବିତ୍ର ମହାଳୟା ତିଥିରେ ପିତୃପୁରୁଷଙ୍କ ପିଣ୍ଡଦାନ କରାଯାଇଥିବା ବେଳେ ଦୀପାବଳି ତିଥିରେ ଆଲୋକ ଦେଖାଇ ସେମାନଙ୍କୁ ବିଦାୟ ଦିଆଯାଇଥାଏ । ସେଥିପାଇଁ କାର୍ତ୍ତିକ ମାସର ଦୀପାବଳିରେ ଦୀପ ଓ କାଉଁରିଆ ଜାଳି ବଡବଡୁଆ ଡାକିଥାନ୍ତି ଲୋକେ ।

ଅନ୍ୟପଟେ ଦୀପାବଳିରେ ବାଣ ଫୁଟାକୁ ନେଇ ପୁରୀ ପୋଲିସ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଉଛି । ଉଚ୍ଚଶକ୍ତି ସମ୍ପନ୍ନ ବାଣ ନ ଫୁଟାଇବାକୁ ଲୋକଙ୍କୁ ପୋଲିସ ପରାମର୍ଶ ଦିଆଯାଇଛି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details