ପୁରୀ: ଆଜିର ଦିନରେ ଠାକୁର ଅନୁକୂଳ ଚନ୍ଦ୍ର ଓଡ଼ିଶା ଆଗମନ କରିଥିଲେ(Anukulchandra Chakravarty) । ଏହି ଦିନକୁ ଆଜି ୧୦୦ ବର୍ଷ ପୁରିଥିବା ବେଳେ ଜିଲ୍ଲାରେ ଏକ ସ୍ବତନ୍ତ୍ର ସମାରୋହ ଅନୁଷ୍ଠିତ ହୋଇଛି(100 years visit of Thakur Anukulchandra to Puri ) । ଏହି କାର୍ଯକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି । ସତସଙ୍ଗ ଆଧ୍ୟାତ୍ମିକ ଜ୍ଞାନ ଦ୍ବାରା ସମାଜର ଉନ୍ନତି ହୋଇ ପାରିବ । ପ୍ରତ୍ୟେକ ବ୍ୟକ୍ତି ଏକାଠି ହୋଇ ସଶକ୍ତ ଓଡ଼ିଶା ଓ ଭାରତ ଗଠନରେ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ନିଜ ବାର୍ତ୍ତା ମାଧ୍ୟମରେ ଆହ୍ଵାନ ଦେଇଛନ୍ତି ।
ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିଲେ ସୁପ୍ରିମକୋର୍ଟଙ୍କ ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ର । ଏହି ଅବସରରେ ସେ କହିଥିଲେ ଯେ ପ୍ରତେକ ବ୍ୟକ୍ତି ସମାଜର ଉନ୍ନତି ଦିଗରେ ସବୁବେଳେ ସହଯୋଗ କରିବା ଦରକାର। ଏହାଦ୍ଵାରା ଏକ ସୁସ୍ଥ ସମାଜ ଗଠନ ହୋଇ ପାରିବ । ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର କାର୍ଯ୍ୟକ୍ରମରେ ପରିଚାଳନା କରିଥିଲେ । ସେ କହିଥିଲେ,"ଠାକୁର ଅନୁକୂଳ ଚନ୍ଦ୍ରଙ୍କ ସତ୍ସଙ୍ଗ ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇସାରିଛି ।
ଏହା ବି ପଢନ୍ତୁ- ସରିଲା ଧନୁଯାତ୍ରା, ଶ୍ରୀଜଗନ୍ନାଥ ଓ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ଶରଣରେ କଂସ ମହାରାଜା