ପୁରୀ:ଓଡିଶା ଆୟୋଜନ କରୁଛି ୨୦୨୩ ର ପୁରୁଷ ହକି ବିଶ୍ବକପ। ଏହାକୁ ସ୍ମରଣୀୟ ଓ ଆକର୍ଷଣୀୟ କରିବା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ଗ୍ରହଣ କରିଛି ବିବିଧ କାର୍ଯ୍ୟକ୍ରମ । ଚଳିତ ମାସ ୧୧ ତାରିଖ ଅପରାହ୍ନରେ କଟକ ବାରବାଟୀ ଷ୍ଟାଡିୟମ ଠାରେ ଏହାର ଉଦଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ। ଏଥିରେ ବଲିଉଡ କଳାକାର ରଣବୀର ସିଂ, ଦିଶା ପଟାନୀ , ଗାୟକ ପ୍ରିତମ ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି କ୍ରିଡା ବିଭାଗ ସୂତ୍ରରୁ ପ୍ରକାଶ ।
ତେବେ ଏହାର ସିଧା ପ୍ରସାରଣ ଏକ ବିରାଟ ଏଲ ଇ ଡି ଟିଭି ମାଧ୍ୟମରେ ପୁରୀ ସମୁଦ୍ର କୂଳ ଭିକ୍ଟୋରିଆ ହୋଟେଲ ସମ୍ମୁଖରେ ଯାହା "ସିଟି ଫେଷ୍ଟ ଇନ୍ ଓଲିସ୍ ଲ୍ୟାଣ୍ଡ" ନାମରେ ନାମିତ ହୋଇଛି ସେଠାରେ ବ୍ୟବସ୍ଥା କରା ଯାଇଛି । ସେଠାରେ ମଧ୍ୟ ବିଶ୍ୱକପର ଏକ ପ୍ରତିକୃତି ସ୍ଥାପିତ ହୋଇଛି । ଏଥି ସହ ସାଂସ୍କୃତିକ କାର୍ଯ୍ୟକ୍ରମ, ବିଭିନ୍ନ କ୍ରିଡା ପ୍ରତିଯୋଗିତା, ଫୁଡ ପାର୍କ ର ଆୟୋଜନ କରାଯାଇଛି । ଅପରପକ୍ଷରେ ଜାନୁଆରୀ ୧୩ ତାରିଖ ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ଏହି ସ୍ଥାନରେ ବିଶ୍ୱକପର ସମସ୍ତ ମ୍ୟାଚର ସିଧା ପ୍ରସାରଣ କରାଯି ବ। ମ୍ୟାଚର ବିରତି ସମୟରେ ସାଂସ୍କୃତିକ ଓ କ୍ରିଡା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।