ଓଡିଶା

odisha

ETV Bharat / state

ଖଳିଲାଗି ଏକାଦଶୀ: ନଟବର ବେଶରେ ଦର୍ଶନ ଦେଲେ ପ୍ରଭୁ ଅଲାରନାଥ - ଅଲାରନାଥଙ୍କ ଦର୍ଶନ

ଶ୍ରୀମନ୍ଦିରରେ ମହାପ୍ରଭୁ ଅନବସରରେ ଥିବାରୁ ବ୍ରହ୍ମଗିରି ଅଲାରନାଥ ମନ୍ଦିରକୁ ଛୁଟିଛି ଭକ୍ତଙ୍କ ସୁଅ । ଆଜି ଖଳିଲାଗି ଏକାଦଶୀ ଅବସରରେ ଭକ୍ତଙ୍କୁ ଦୁର୍ଲ୍ଲଭ ନଟବର ବେଶରେ ଦର୍ଶନ ଦେଲେ ପ୍ରଭୁ ଅଲାରନାଥ । ଅଧିକ ପଢ଼ନ୍ତୁ

ନଟବର ବେଶରେ ଦର୍ଶନ ଦେଲେ ପ୍ରଭୁ ଅଲାରନାଥ
ନଟବର ବେଶରେ ଦର୍ଶନ ଦେଲେ ପ୍ରଭୁ ଅଲାରନାଥ

By

Published : Jun 14, 2023, 5:39 PM IST

ନଟବର ବେଶରେ ଦର୍ଶନ ଦେଲେ ପ୍ରଭୁ ଅଲାରନାଥ

ପୁରୀ: ମହାପ୍ରଭୁ ଶ୍ରୀଜଗନ୍ନାଥ ଏବେ ଅଣସର ପିଣ୍ଡିରେ ବିରାଜମାନ କରିଥିବାବେଳେ ଦଇତାପତି ସେବକମାନେ ପାରମ୍ପାରିକ ପଦ୍ଧତିରେ ଉପଚାର ଓ ସେବା ପୂଜା କରୁଛନ୍ତି । ପରମ୍ପରା ଅନୁଯାୟୀ ଅନବସର ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରାଯାଏନାହିଁ । ଏହି ସମୟରେ ବ୍ରହ୍ମଗିରି ଠାରେ ପ୍ରଭୁ ଅଲାରନାଥଙ୍କ ଦର୍ଶନ କରିବାର ବିଦ୍ଧି ରହିଛି । ଏଥିପାଇଁ ଏହି ସମୟରେ ପ୍ରତିଦିନ ହଜାର ହଜାର ଭକ୍ତ ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି । ଆଜି ଏକାଦଶୀ ତିଥିରେ ପ୍ରଭୁ ଅଲାରନାଥ ନଟବର ବେଶରେ ବିଭୂଷିତ ହୋଇ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି ।

ମହାପ୍ରଭୁ ଅଲାରନାଥଙ୍କର ଏହି ଦୁର୍ଲ୍ଲଭ ବେଶ ଦର୍ଶନ ପାଇଁ ଅଲାରନାଥଙ୍କ ମନ୍ଦିରରେ ଭକ୍ତଙ୍କର ପ୍ରବଳ ସମାଗମ ହୋଇଛି । ସକାଳୁ ରାତି ୧୨ଟା ପର୍ଯ୍ୟନ୍ତ ଭକ୍ତମାନେ ଅଲାରନାଥଙ୍କୁ ଅର୍ଗଳୀ ନିକଟରୁ ଦର୍ଶନ କରି ପାରିବେ । ପ୍ରତିଦିନ ଭଳି ଆଜି ଭୋର୍ ସାଢେ ୪ଟାରୁ ମନ୍ଦିର ଦ୍ବାର ଖୋଲାଯାଇ ମଙ୍ଗଳ ଆଳତି, ଅବକାଶ, ଅଣସର ବେଶ, ଚନ୍ଦନ ତୁଳସୀଲାଗି, ବଲ୍ଲଭ ନୀତିକାନ୍ତି ହେବାପରେ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା । ସକାଳ ଧୂପ ପରେ ଦ୍ବିପ୍ରହର ଧୂପରେ ପ୍ରତିଦିନ ଭଳି ଅନ୍ନ, କାନିକା, ଖେଚୁଡି, ଡାଲମା, ଶାଗ, ବେସର, ମହୁର ଇତ୍ୟାଦି ଭୋଗ ହୋଇଥିଲା । ଏହା ସହିତ ସ୍ଵତନ୍ତ୍ର କ୍ଷୀରି ପ୍ରସାଦ ଭୋଗ ହୋଇ ଦିନ ସାଢ଼େ ୧୨ଟା ସମୟରେ ପହୁଡ ହୋଇଥିଲା । ପୁନର୍ବାରଦିନ ୨ଟାରେ ଚିଆଁ ପହୁଡ ହୋଇ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା । ତେବେ ଅନ୍ୟାନ୍ୟ ନୀତି ପରେ ବିଳମ୍ବିତ ରାତିରେ ପ୍ରଭୁଙ୍କ ବଡ଼ସିଂହାର ବେଶ ଓ ପରେ ପହୁଡ଼ ନୀତି ସଂପନ୍ନ ହେଉଛି ।

ଏହା ମଧ୍ୟ ପଢ଼ନ୍ତୁ...ଆଜି ଶ୍ରୀମନ୍ଦିରରେ ଖଳିଲାଗି ଏକାଦଶୀ, ଦଶମୂଳ ମହୌଷଧି ସେବନ ପରେ ସୁସ୍ଥ ହେବେ ଶ୍ରୀଜିଉ

ମହାପ୍ରଭୁଙ୍କ ସ୍ନାନପୂର୍ଣ୍ଣିମା ପରେ ଅନବସର ସମୟରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବାରୁ ବଞ୍ଚିତ ହେଉଥିବାରୁ ଭକ୍ତମାନେ ବ୍ରହ୍ମଗିରି ଅଲାରନାଥ ମନ୍ଦିର ମୁହାଁ ହୋଇଥାନ୍ତି । ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ରହ୍ମଗିରି ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ହୋଇଛି । ପ୍ରବଳ ଗୁଳୁଗୁଳି, ଗରମକୁ ଦୃଷ୍ଟିରେ ରଖି ଭକ୍ତଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା ସହିତ ଅସ୍ଥାୟୀ ଆଶୁ ଚିକିତ୍ସା କେନ୍ଦ୍ର ଖୋଲାଯାଇଛି । କୌଣସି ଅଘଟଣକୁ ରୋକିବା ପାଇଁ ଅଗ୍ନିଶମ ବାହିନୀକୁ ୨୪ ଘଣ୍ଟା ମୁତୟନ କରାଯାଇଛି । ନୀରବଛିନ୍ନ ବିଦ୍ୟୁତ୍ ବ୍ୟବସ୍ଥା ପାଇଁ ଟାଟା ପାୱାର କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details