ପୁରୀ: ଚଳିତ ଦେଶରେ କୋରୋନା କାୟା ପାଇଁ ସବୁ ପୂଜା ପାର୍ବଣ ଫିକା ପଡିଛି । କୋରୋନା କଟକଣା ସହ ଜଗନ୍ନାଥ ଧାମ ପୁରୀରେ ଗୋଷାଣୀ ପୂଜା ଓ ଭଷାଣ ଉତ୍ସଵ ନେଇ ବୈଠକ ଅନୁଷ୍ଠିତ ହୋଇଛି ।
କୋରୋନା କଟକଣା ସହ ହେବ ପୁରୀର ଗୋଶାଣୀ ଓ ଭାଷାଣ ଉତ୍ସଵ କୋଭିଡ କଟକଣା ଏବଂ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କିପରି ପୂଜା ସମ୍ପର୍ଣ୍ଣ ହେବା ନେଇ ଶୁକ୍ରବାର ପୁରୀ ଜିଲ୍ଲା ପ୍ରଶାସନ ଓ ସାତ ସାହି ପୂଜା କମିଟି ମଧ୍ୟରେ ବିସ୍ତୃତ ଭାବରେ ଆଲୋଚନା ହୋଇଛି । କୋଭିଡ ଗାଇଡଲାଇନ ଅନୁସାରେ ପୂଜା ମଣ୍ଡପରେ କେବଳ 7ଜଣ କର୍ମକର୍ତ୍ତା ରହିବେ । ପୂଜାରେ ଯେପରି ଗହଳି ନହୁଏ ସେଥି ପ୍ରତି ପୂଜା କମିଟି ପ୍ରସ୍ତୁତ ରହିବେ । ଲୋକେମାନେ ଯେପରି ଦର୍ଶନ ପାଇଁ ନ ଆସନ୍ତି ସେଥିପାଇଁ ପୂଜା କମିଟି ପକ୍ଷରୁ ବ୍ୟବସ୍ଥା କରାଯିବ ।
ଅନ୍ୟପଟେ ମଙ୍ଗଳବାର ହେବାକୁ ଥିବା ଭାଷାଣ ଉତ୍ସବ ମଧ୍ୟ କୋଭିଡ ଗାଇଡ଼ ଲାଇନରେ ହେବ । ଶ୍ରୀମନ୍ଦିର ସିଂହଦ୍ବାର ସମ୍ମୁଖରେ ହେବାକୁ ଥିବା ଦେବି ସଭାରେ କେଵଳ ଅଳ୍ପ କିଛି ପୂଜା ମଣ୍ଡପ କର୍ମକର୍ତ୍ତା ରହିବେ । ସେମାନେ ପୋଲିସ ପରିଚୟ ବ୍ୟବହାର କରି ମଣ୍ଡପକୁ ଆସିବେ ।
ସେହିପରି ବଡ଼ଦାଣ୍ଡର ସମସ୍ତ ଗଳି ରାସ୍ତାକୁ ସିଲ କରାଯିବ । କୌଣସି ଲୋକ ଦେବୀ ସଭା ଦେଖି ବାକୁ ଯାଇ ପାରିବେ ନାହିଁ । ସେହିପରି ମଙ୍ଗଳାଘାଟରେ ବିସର୍ଜନ ପାଇଁ କୃତ୍ରିମ ପୋଖରୀ ହୋଇଛି । ସବୁ ମେଢ଼ ସେହି କୁତ୍ରିମ ପୋଖରୀରେ ବିସର୍ଜନ ହେବ । ସେହିପରି ଭଷାଣ ପୂଜା ଦିନ 15 ପ୍ଲାଟୁନ ପୋଲିସ ଫୋର୍ସକୁ ଶାନ୍ତି ଶୃଙ୍ଖଳା ନେଇ ମୁତୟନ କରାଜିବ ବୋଲି କହିଛନ୍ତି ପୁରୀ ଏସପି । ଅନ୍ୟପଟେ ପୂଜାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ଉଜ୍ଵଳ ଆଲୋକର ବ୍ୟବସ୍ଥା ସହ ଆନୁଷଙ୍ଗିକ ବ୍ୟବସ୍ଥା ଜିଲା ପ୍ରଶାସନ ଯୋଗାଇ ଦେବାକୁ ପୂଜା ମଣ୍ଡପ କର୍ମକର୍ତା କହିଛନ୍ତି ।
ପ୍ରଶାସନକୁ ପୂଜା କାର୍ଯ୍ୟକ୍ରମରେ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ସାତ ସାହି ପୂଜା କମିଟି କହିଛି । ଯଦି କୌଣସି ପୂଜା କମିଟି ନିୟମ ଉଲଘଂନ କରନ୍ତି ତେବେ ଉକ୍ତ ପୂଜା ମଣ୍ଡପ କର୍ମକର୍ତାଙ୍କ ବିରୋଧ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ବଳବନ୍ତ ସିଂ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ