ପୁରୀ: ଧୀରେ ଧୀରେ ଓଡିଶା ମୁହାଁ ହେଉଛି ବାତ୍ୟା ଫନି । ଆସନ୍ତାକାଲି ଅପରାହ୍ନ 3ଟା ସମୟରେ ପୁରୀରେ ଲ୍ୟାଣ୍ଡଫଲ କରିବା ନେଇ ଅନୁମାନ କରାଯାଉଛି । ଫନିର ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି । ପୁରୀକୁ ରାଜ୍ୟ ବାହାରୁ ଆସିଥିବା ପର୍ଯ୍ୟଟକ କିପରି ସୁରୁଖୁରୁରେ ପହଞ୍ଚିବେ, ସେଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।
ମାଡିଆସୁଛି ଫନି: 6ଟି ସ୍ବତନ୍ତ୍ର ବସରେ ପୁରୀ ଛାଡିଲେ ପର୍ଯ୍ୟଟକ - ପର୍ଯ୍ୟଟକ
ବାତ୍ୟା ‘ଫନି’ ପାଇଁ ପୁରୀ ଜିଲ୍ଲା ପ୍ରଶାସନ ତରଫରୁ ପର୍ଯ୍ୟଟକଙ୍କ ପାଇଁ 6ଟି ବସ୍ ବ୍ୟବସ୍ଥା କଲା ଓଏସ୍ଆର୍ଟିସି । ଯାତ୍ରୀ ବଢିଲେ ବସ୍ ସଂଖ୍ୟା ବଢାଯିବ ବୋଲି ପର୍ଯ୍ୟଟନ ଅଧିକାରୀ କହିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ
ପଶ୍ଚିମବଙ୍ଗରୁ ଆସିଥିବା ପର୍ଯ୍ୟଟକଙ୍କ ପାଇଁ ଓଏସ୍ଆର୍ଟିସି 6ଟି ବସ୍ର ବ୍ୟବସ୍ଥା କରାଯାଇଛି । କୋଲକାତା ଯିବା ପାଇଁ ପର୍ଯ୍ୟଟକଙ୍କ ପାଇଁ 650 ଟଙ୍କା ଟିକେଟ୍ର ମୂଲ୍ୟ ରଖାଯାଇଛି । ଏହି ବସ୍ ଗୁଡିକ ପୁରୀ ଠାରୁ ହାୱଡା ପର୍ଯ୍ୟନ୍ତ ଯିବ । ଯାତ୍ରୀଙ୍କ ସଂଖ୍ୟା ବଢିଲେ ଆହୁରି ବସ୍ ସଂଖ୍ୟା ବଢାଯିବ ବୋଲି କୁହାଯାଇଛି । ଏଥିସହ ଯାତ୍ରୀମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ସେଥିପାଇଁ ସମସ୍ତ ବ୍ୟବସ୍ଥା କରିଛି ଜିଲ୍ଲା ପ୍ରଶାସନ ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ
Last Updated : May 2, 2019, 12:54 PM IST