ଓଡିଶା

odisha

ETV Bharat / state

ଶ୍ରୀମନ୍ଦିରରେ ମା'ଙ୍କ ଷୋଡଶ ପୂଜାର୍ଚ୍ଚନା ଆରମ୍ଭ - 24 ଜଣ ବ୍ରାହ୍ମଣଙ୍କୁ ଆଚାର୍ଯ୍ୟବରଣ କଲେ ଗଜପତି ମହାରାଜ ରାଜଗୁରୁ

ଶ୍ରୀମନ୍ଦିରରେ ମା' ବିମଳାଙ୍କ ଷୋଡଶ ଉପଚାର ପୂଜା ଆରମ୍ଭ ହୋଇଯାଇଛି । ଗଜପତି ମହାରାଜ ରାଜଗୁରୁ 24 ଜଣ ବ୍ରାହ୍ମଣଙ୍କୁ ଆଚାର୍ଯ୍ୟବରଣ କରି ଦେବୀ ପୀଠମାନଙ୍କରେ ଷୋଡଶ ଦିନାତ୍ମକ ପୂଜାର୍ଚ୍ଚନା ପାଇଁ ଆମନ୍ତ୍ରଣ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

By

Published : Sep 22, 2019, 6:35 PM IST

ପୁରୀ: ଆସୁଛି ଦଶହରା । ଆଉ ଦିନ କେଇଟା ପରେ ଧରାପୃଷ୍ଠରେ ଅବତରଣ କରିବେ ଜଗତଜନନୀ ମା' ଦୁର୍ଗା । ଏଥିପାଇଁ ଗାଁଠୁ ସହର ଚଳଚଞ୍ଚଳ । ଏହି କ୍ରମରେ ରବିବାର ଠାରୁ ଶ୍ରୀମନ୍ଦିରରେ ମା' ବିମଳାଙ୍କ ଷୋଡଶ ଉପଚାର ପୂଜା ଆରମ୍ଭ ହୋଇଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଶନିବାର ଶ୍ରୀକ୍ଷେତ୍ରରେ ସହସ୍ରାକୁମ୍ଭାଭିଷେକ ନୀତି ପରେ ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ବିମଳାଙ୍କୁ ନିଦ୍ରାରୁ ଜାଗ୍ରତ କରାଯାଇ ଘଟସ୍ଥାପନ ଓ ଦେବୀ ଉତ୍ଥାପନ ଆଦି ବହୁବିଧ କର୍ମ ସମ୍ପାଦିତ କରାଯାଇଛି । ରବିବାର ଶ୍ରୀନଅର ଭିତରେ ଗଜପତି ମହାରାଜ ରାଜଗୁରୁ 24 ଜଣ ବ୍ରାହ୍ମଣଙ୍କୁ ଆଚାର୍ଯ୍ୟବରଣ କରି ଦେବୀ ପୀଠମାନଙ୍କରେ ଷୋଡଶ ଦିନାତ୍ମକ ପୂଜାର୍ଚ୍ଚନା ପାଇଁ ଆମନ୍ତ୍ରଣ କରିଛନ୍ତି । ସେପଟେ ଶାରଦୀୟ ପୂଜା ପାଇଁ ସର୍ବତ୍ର ମା ଦୁର୍ଗାଙ୍କ ପୂଜା ଚାଲୁଥିବା ବେଳେ ଶ୍ରୀମନ୍ଦିରରେ ଶାକ୍ତ ଓ ଶକ୍ତିଙ୍କ ଉପାସନା ସ୍ବରୂପ ଦୁର୍ଗାମାଧବଙ୍କୁ ଏକତ୍ର ପୂଜାର୍ଚ୍ଚନା କରିବାର ପରମ୍ପରା ରହିଛି ।

ତେବେ ଏହି ଷୋଡଶ ଉପଚାର ପୂଜା ସମୟରେ ବିମଳାଙ୍କ ପୀଠକୁ ମହିଳାମାନଙ୍କ ଦର୍ଶନରେ ବାରଣ କରାଯାଇଛି । ହବିଷ୍ୟାନ୍ନ ଖାଇ ଏଠି ସ୍ବତନ୍ତ୍ର ଭାବେ ଶ୍ରୀମନ୍ଦିର ସହ ଜଡିତ ପୀଠମାନଙ୍କର ପୂଜାର୍ଚ୍ଚନା କରିଥାନ୍ତି ଏହି ବରଣ ବ୍ରାହ୍ମଣ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details