ଓଡିଶା

odisha

ETV Bharat / state

ସ୍ନାନ ଯାତ୍ରା ଦର୍ଶନରୁ ବଞ୍ଚିତ ପରେ ଭାବବିହ୍ୱଳ ଭକ୍ତ - ପ୍ରଶାସନର କଟକଣା

ପ୍ରଶାସନର କଟକଣାକୁ ଭକ୍ତ କରୁଛି ସମର୍ଥନ । କିନ୍ତୁ ଭକ୍ତ ମନା ଅବା କିପରି ବୁଝିବ । କାଳିଆ ସାଆନ୍ତଙ୍କୁ ଟିକେ ସ୍ନାନ ମଣ୍ଡପରେ ଦେଖିବାର ଇଚ୍ଛା ଭକ୍ତମନକୁ ଆନ୍ଦୋଳିତ କରୁଛି ।

snana-purnima-will-be-held-without-devotional
snana-purnima-will-be-held-without-devotional

By

Published : Jun 4, 2020, 8:17 PM IST

ପୁରୀ: ଶୁକ୍ରବାର ମହାପ୍ରଭୁଙ୍କ ସ୍ନାନଯାତ୍ରା । ତେବେ କୋରୋନା ଭୂତାଣୁ ସଂକ୍ରମଣ ଆଶଙ୍କାକୁ ନେଇ 144 ଧାରା ଜାରି ନିଷ୍ପତ୍ତି ପରେ ନିରାଶ ହୋଇଛନ୍ତି ଭକ୍ତ । ଦୀର୍ଘ 2 ମାସ ହେବ ଲକଡାଉନ କଟକଣା ଯୋଗୁଁ ଶ୍ରୀମନ୍ଦିର ଭିତରେ ଭକ୍ତ ମାନେ ମହାପ୍ରଭୁଙ୍କ ଦର୍ଶନ ପାଇ ନାହାନ୍ତି । ସମସ୍ତେ ଭାବିଥିଲେ ସ୍ନାନଯାତ୍ରାରେ ମହାପ୍ରଭୁଙ୍କ ଦର୍ଶନ ମିଳିବ ।

ସ୍ନାନ ଯାତ୍ରା ଦର୍ଶନରୁ ବଞ୍ଚିତ ଭକ୍ତଙ୍କ ମନରେ ଦୁଃଖ

ତେବେ କୋରୋନା କଟକଣା ଭକ୍ତ ଓ ଭଗବାନ ଭିତରେ ପୁଣି ପ୍ରାଚୀର ସୃଷ୍ଟି କରିଛି । ସମ୍ପ୍ରତିକ ପରିସ୍ଥିତିକୁ ଦେଖି ପ୍ରଶାସନର କଟକଣାକୁ ମଧ୍ୟ ଭକ୍ତ ସମର୍ଥନ କରିଛନ୍ତି । ତେବେ ମହାପ୍ରଭୁ ସ୍ନାନ ମଣ୍ଡପ ବିଜେ ପରେ ନିଶ୍ଚିତ କୋରୋନା ଦୂର ହେବ ଓ ଭକ୍ତ ଭଗବାନ ମଧ୍ୟରେ ଦୂରତ୍ବ ହଟିବ ବୋଲି ଭକ୍ତମାନେ କହିଛନ୍ତି । ଯେତେ ନିଜ ମନକୁ ବୁଝାଇଲେ ମଧ୍ୟ ଭକ୍ତ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ଯୋଗୁଁ ଭକ୍ତ ମନରେ ରହିଛି ଗଭୀର ଦୁଃଖ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details