ଓଡିଶା

odisha

ETV Bharat / state

ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟଫୋନ୍ ମନା, ଜାନୁଆରୀ ପହିଲାରୁ କଡାକଡି - ଜାନୁୟାରୀରୁ କଡାକଡି ହେବ ପାଳନ

ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ । ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ସମ୍ପର୍କିତ ବିଭିନ୍ନ ପ୍ରକଳ୍ପ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତିକ୍ରମରେ ଜାନୁଆରୀ 1 ତାରିଖ ରୁ ଶ୍ରୀମନ୍ଦିରକୁ ସ୍ମାର୍ଟ ଫୋନ ନିଷିଦ୍ଧ କରାଯାଇଛି । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ଭିତରୁ ମୋବାଇଲା ମନା, ଜାନୁୟାରୀରୁ କଡାକଡି ହେବ ପାଳନ
ଶ୍ରୀମନ୍ଦିର ଭିତରୁ ମୋବାଇଲା ମନା, ଜାନୁୟାରୀରୁ କଡାକଡି ହେବ ପାଳନ

By

Published : Dec 15, 2022, 10:01 PM IST

ଶ୍ରୀମନ୍ଦିର ଭିତରୁ ମୋବାଇଲା ମନା, ଜାନୁୟାରୀରୁ କଡାକଡି ହେବ ପାଳନ

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ । ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶ୍ରୀମନ୍ଦିର ସମ୍ପର୍କିତ ବିଭିନ୍ନ ପ୍ରକଳ୍ପ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହି ନିଷ୍ପତ୍ତିକ୍ରମରେ ଜାନୁଆରୀ 1 ତାରିଖ ରୁ ଶ୍ରୀମନ୍ଦିରକୁ ସ୍ମାର୍ଟ ଫୋନ ନିଷିଦ୍ଧ କରାଯାଇଛି ।

ନିଷ୍ପତ୍ତି ଅନୁସାରେ ଶ୍ରୀମନ୍ଦିର ଭିତରକୁ ଆସନ୍ତା ଜାନୁଆରୀ ୧ ତାରିଖରୁ ସ୍ମାର୍ଟ ଫୋନ ସମ୍ପୂର୍ଣ୍ଣ ଭାବେ ନିଷିଦ୍ଧ ନେଇ ଗତ ୭ ତାରିଖରେ ହୋଇଥିବା ଛତିଶା ନିଯୋଗ ବୈଠକର ନିଷ୍ପତ୍ତି ଉପରେ ମୋହର ମାରିଛି ଶ୍ରୀମନ୍ଦିର ପରିଚାଳନା କମିଟି । ଶ୍ରୀମନ୍ଦିରକୁ ଯାଉଥିବା ସେବାୟତ ମାନେ ସିଂହଦ୍ଵାର ଓ ଦକ୍ଷିଣ ଦ୍ଵାରରେ ହେବାକୁ ଥିବା ଦୁଇଟି କେନ୍ଦ୍ରରେ ସ୍ମାର୍ଟ ଫୋନ ଜମା ଦେଇଯିବେ । କେବଳ ମହାପ୍ରଭୁଙ୍କ ନୀତି କାନ୍ତିର ସୂଚନା ପାଇଁ ଗୋଟିଏ ସ୍ମାର୍ଟ ଫୋନ ଶ୍ରୀମନ୍ଦିର କମାଣ୍ଡରଙ୍କ ପାଖରେ ରହିବ । ଏଣିକି ଜାନୁଆରୀ ୧ ରୁ ଭକ୍ତ, ସେବାୟତ, ପୋଲିସ ଓ ପ୍ରଶାସନିକ ଅଧିକାରୀ ମାନେ ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟ ଫୋନ ନେଇ ପାରିବେ ନାହିଁ । ନୂଆବର୍ଷରୁ ଏହାକୁ କଡାକଡି ଭାବେ ଲାଗୁ କରିବା ପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ହୋଇଛି ।

ଏହାବି ପଢନ୍ତୁ- ରାମଚଣ୍ଡୀ କୁଶଭଦ୍ରା ନଦୀ ମୁହାଣରେ ଉଦଘାଟନ ହେଲା ଇକୋ ରିଟ୍ରିଟ

ସେହିପରି ଶ୍ରୀମନ୍ଦିର ସେବାୟତ ପିଲାଙ୍କ ପାଇଁ ଆଦର୍ଶ ଗୁରୁକୂଳ ନିମନ୍ତେ ବିର୍ଲା ଏଜୁକେସନ ସୋସାଇଟି ସହ ଏମଓୟୁ ଆଜି ସ୍ବାକ୍ଷରିତ ହୋଇଛି। ଏଥିପାଇଁ ମାଟି ତୋଟା ମୌଜାରେ ଆଦର୍ଶ ଗୁରୁକୂଳ ସୋସାଇଟି ନାଁ ରେ ୩୪ ଏକର ଜମି ପଞ୍ଜିକରଣ କରାଯାଇଛି। ନିର୍ଦ୍ଧାରିତ ସମୟ ଭିତରେ ଗୁରୁକୂଳ‌ ନିର୍ମାଣ କାର୍ଯ୍ୟ ସାରିବା ପାଇଁ ଲକ୍ଷ୍ୟ ରଖାଯାଇଛି।‌ ଶ୍ରୀଜଗନ୍ନାଥ ବନ ପ୍ରକଳ୍ପର ସ୍ଥିତାବସ୍ଥା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି। ପିସିସିଏଫ ଦେବୀଦତ ବିଶ୍ବାଳ ସମଗ୍ର ରାଜ୍ୟରେ ୪ହଜାର ହେକ୍ଟର ମଧ୍ୟରୁ ୩ ହଜାର ୬ଶହ ହେକ୍ଟରରେ ରଥ ନିର୍ମାଣ ପାଇଁ ଆବଶ୍ୟକ ଫାସୀ, ଅସନ ଓ ଧଉରା କାଠ ପାଇଁ ବୃକ୍ଷ ରୋପଣ କରାଯାଇଥିବା ସୂଚନା ଦେଇଛନ୍ତି।

ସେହିଭଳି ମହାପ୍ରଭୁଙ୍କ ନାମରେ ଥିବା ୧୬ ଶହ ଏକର ଜଙ୍ଗଲ କିସମ ଜମିରେ ବୃକ୍ଷରୋପଣ ପାଇଁ ବନ ବିଭାଗକୁ ଚିଠି ଲେଖାଯାଇଥିବା ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରମୋଦ ଉଦ୍ୟାନ ଓ ଗୁଣ୍ଡିଚା ମନ୍ଦିର ଉନ୍ନତିକରଣ ପାଇଁ ହୋଇଥିବା ପ୍ଲାନ ବୈଠକରେ ଉପସ୍ଥାପିତ ହୋଇଥିଲା। ଟେଣ୍ଡର ପରେ ପ୍ଲାନ କୁ କାର୍ଯ୍ୟକାରୀ କରାଯିବ। ଗୁଣ୍ଡିଚା ମନ୍ଦିର ନାଟମଣ୍ଡପ ବିମରେ ସୃଷ୍ଟି ହୋଇଥିବା ଫାଟର ମରାମତି କାର୍ଯ୍ୟ ଏପ୍ରିଲ ସୁଦ୍ଧା ସରିବ ।

ଏହାବି ପଢନ୍ତୁ- ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଜାରି, ଆଲୋଚନାରେ ନାହିଁ ରତ୍ନଭଣ୍ଡାର ପ୍ରସଙ୍ଗ

ନିକଟରେ ଖୋର୍ଦ୍ଧା ଜିଲ୍ଲାରେ ଖଣି ନେଇ ଏନଜିଟି ପକ୍ଷରୁ ଶ୍ରୀମନ୍ଦିର ପ୍ରଶାସନକୁ ହୋଇଥିବା ୧୨ କୋଟି ଟଙ୍କା ଜରିମାନା ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଏନଜିଟିର ନିର୍ଦ୍ଦେଶ ବିରୋଧରେ ଶ୍ରୀମନ୍ଦିର ପରିଚାଳନା କମିଟି ଉପର କୋର୍ଟକୁ ଯିବ । ଏଥିସହ ବୈଠକରେ ୫-୯-୨୦୨୨ ଓ ୨୮-୧୦-୨୦୨୨ ରେ ହୋଇଥିବା ସେବକ କଲ୍ୟାଣ କମିଟି ଓ ଅର୍ଥ ସବ କମିଟିର ନିଷ୍ପତ୍ତିକୁ ପରିଚାଳନା କମିଟି ମୋହର ମାରିଛି ।

ବୈଠକରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସମେତ ଜିଲ୍ଲପାଳ ସମର୍ଥ ବର୍ମା, ଏସପି କେ ବିଶାଳ ସିଂ, ପରିଚାଳନା କମିଟିର ସମସ୍ତ ପଦାଧିକାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details