ପୁରୀ: ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପିର ରାଷ୍ଟ୍ରୀୟ ଉପସଭାପତି ଶିବରାଜ ସିଂ ଚୌହାନ ଶନିବାର ରାତିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ କରି ସେ ବେଶ ଆନନ୍ଦ ଲାଭ କରିଥିବା କହିଛନ୍ତି ।
ଶିବରାଜ ପ୍ରଥମେ ଶ୍ରୀମନ୍ଦିର ଭିତରକୁ ଯାଇ ପାର୍ଶ୍ବ ଦେବାଦେବୀଙ୍କ ମନ୍ଦିର ବୁଲିବା ସହ ପୂଜାର୍ଚ୍ଚନା କରିଥିଲେ । ଏହାପରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ । ଶିବରାଜ ସିଂହଦ୍ବାର ସମ୍ମୁଖରେ ପହଞ୍ଚିବା ପରେ ବିଜେପି କର୍ମୀମାନେ ତାଙ୍କୁ ସ୍ବାଗତ କରିଥିଲେ । ଖଣ୍ଡୁଆ ପାଟ ଦେଇ ତାଙ୍କୁ ସ୍ବାଗତ କରାଯାଇଥିଲା । ଏହାପରେ ମହାପ୍ରସାଦ ସେବନ କରିଥିଲେ ।