ପୁରୀ:ରୂପା ଛାଉଣିରେ ଝଲସିବ ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର 3 ଦୁଆର । ନୂଆବର୍ଷରେ ମନ୍ଦିରର 3 ଦୁଆର ଜୟ ବିଜୟ ଦ୍ବାର, ବେହରଣ ଦ୍ବାର ଏବଂ କଳାହାଟ ଦ୍ବାରରେ ରୂପା କବାଟ ଲଗାଯିବ । ଏହା ପୂର୍ବରୁ ଛାଉଣି ହେବାକୁ ଥିବା 3 ଦ୍ବାର ପାଇଁ ସ୍ବତନ୍ତ୍ର ଦାମୀ କାଠ ବର୍ମାଟିକ କାଠ ଲଗାଯିବ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । କାର୍ତ୍ତିକ ମାସରେ କବାଟ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।
ବାହାର ରାଜ୍ୟର 15 ଜଣିଆ କାରିଗର ଖୁବଶୀଘ୍ର ପୁରୀରେ ପହଞ୍ଚି କବାଟ ପାଇଁ କାମ ଆରମ୍ଭ କରିବେ । ନୀଳାଦ୍ରୀ ଭକ୍ତ ନିବାସରେ ତିନି ଦ୍ବାର କାମ ଶେଷ ହେବା ପରେ ଏହାକୁ ସଂଯୋଗ କରାଯିବ । ମରାମତି କାମର ତଦାରଖ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର କମିଟି ଗଠନ କରାଯାଇଛି ।