ପୁରୀ: ଶ୍ରୀମନ୍ଦିର ସିଂହଦ୍ବାର କବାଟ ରୂପା ଛାଉଣି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ବାହୁଡା ପୂର୍ବରୁ ସିଂହଦ୍ଵାର ହେବ ରୂପା ଦ୍ବାର। ଏଥିପାଇଁ କାର୍ଯ୍ୟ ଜୋରସୋରରେ ଚାଲିଛି। ସିଂହଦ୍ଵାରର ପୁରୁଣା ପିତ୍ତଳ ଦ୍ବାରକୁ ବାହାର କରାଯାଇ ହେରାପଞ୍ଚମୀ ଦିନ ରାତିରେ ଲୁହା ଫ୍ରେମରେ ବର୍ମାଟିକ କାଠର କବାଟ ସଂଯୋଗ କରାଯାଇଛି। ତା ଉପରେ ଉତ୍କଳୀୟ ଢାଞ୍ଚାରେ ପ୍ରସ୍ତୁତ ରୂପା ଚଦରକୁ ଛାଉଣୀ କରାଯାଉଛି। ନୀତିକାନ୍ତିକୁ ନେଇ ରୂପା ଦ୍ବାର ସଂଯୋଗ ହେବା ପର୍ଯ୍ୟନ୍ତ ଏକ ଅସ୍ଥାୟୀ ଦ୍ବାର ଲଗାଯାଇଛି । ବର୍ମାଟିକ କାଠରେ ପ୍ରସ୍ତୁତ ଏହି ଦ୍ବାର ଉପରେ ସମ୍ପୂର୍ଣ୍ଣ ରୂପାଛାଉଣୀ କରାଯିବ। ଏହି ଦ୍ବାରରେ ମଧ୍ୟ ଏକ ଚୋରା କବାଟ ରହିଛି। ଏହିପଟେ ମନ୍ଦିର ଭିତରେ ରହିଯାଇଥିବା ଭକ୍ତ ଓ ସେବକ ଆସିଥାନ୍ତି ।
ସେପଟେ ପୂର୍ବରୁ ଶ୍ରୀମନ୍ଦିର ଭିତରେ ଆଠ ଗୋଟି ଦ୍ବାର ରୁପା ଛାଉଣୀ ସରିଥିବା ବେଳେ ସିଂହଦ୍ବାର ରୂପା ଛାଉଣୀ ନେଇ ଦାତା ରୂପା ଦେବାକୁ ସହମତି ପ୍ରକାଶ କରିଥିଲେ। ଯାହାକୁ ନେଇ ରୂପାଦ୍ବାର ହେବା ସମ୍ଭବ ହୋଇପାରିଛି। ରୂପା ଚଦର ଉପରେ ପାରମ୍ପରିକ ଡିଜାଇନ କରାଯାଇଛି। ବର୍ମାଟିକ କାଠ ଉପରେ ରୂପାଛାଉଣୀ ହେଉଛି । ସୁରକ୍ଷା ପାଇଁ ୨୪ ଘଣ୍ଟିଆ ସଶସ୍ତ୍ର ପୋଲିସ ଓ ସିସିଟିଭି କ୍ୟାମେରା ଲଗାଯାଇ ଶ୍ରୀମନ୍ଦିର ସିଂହଦ୍ଵାର ରୂପା ଛାଉଣୀ କରାଯାଉଛି। ପୂର୍ବରୁ ଯେଉଁ ଦାତା ରୁପା ଦାନ କରିଥିଲେ ସେହି ଦାତା ରୂପା ଦାନ କରିବା ନେଇ ସହମତି ଦେଇଥିବା ବେଳେ ଅଭିଜ୍ଞ କାରିଗର ସିଂହଦ୍ଵାର ଅନୁଧ୍ୟାନ କରିବା ସହ ଆବଶ୍ୟକୀୟ ଡିଜାଇନ ଅନୁସାରେ ନିଳାଦ୍ରୀ ଭକ୍ତ ନିବାସରେ ରୂପା ଦ୍ବାର ନିର୍ମାଣ କରାଯାଇଥିଲା। ଆବଶ୍ୟକୀୟ ଏନଓସି ଏଏସଆଇ ଠାରୁ ଅଣାଯିବା ପରେ ଦୁଆର କାର୍ଯ୍ୟ ଦୃତଗତିରେ ଚାଲିଛି।