ଓଡିଶା

odisha

ETV Bharat / state

ମଙ୍ଗୁ ମଠ ଉନ୍ନତିକରଣ କାର୍ଯ୍ୟ ଅନୁଧ୍ୟାନ କଲେ ଜାତୀୟ ସଂଖ୍ୟାଲଘୁ କମିଶନ ଓ ଅଧ୍ୟକ୍ଷ - ମଙ୍ଗୁ ମଠରେ ଶିଖ ପ୍ରତିନିଧି ମଣ୍ଡଳୀ

ମଙ୍ଗୁ ମଠର ଉନ୍ନତି କରଣ ସହ ଏହାର ଧାର୍ମିକ ଦିଗ ଯେଭଳି ଅକ୍ଷୁର୍ଣ୍ଣ ରହିବ ସେ ଦିଗରେ ଓଡ଼ିଶା ସରକାର ଧ୍ୟାନ ଦେବାକୁ ଏହି ପ୍ରତିନିଧି ମଣ୍ଡଳୀ ପରାମର୍ଶ ଦେଇଛି। ଯାହାବି ସମସ୍ୟା ରହିଛି ପ୍ରଶାସନ ମଠ ସହିତ ଆଲୋଚୋନା କରି ପଦକ୍ଷେପ ନେବାକୁ ପ୍ରତିନିଧି ମଣ୍ଡଳୀ ପରାମର୍ଶ ଦେଇଛି। ଏହି ଅବସରରେ ପୁରୀ ଜିଲା ପ୍ରଶାସନ ସହିତ ଜାତିୟ ସଂଖ୍ୟା ଲଘୁ କମିଶନ ଅଧ୍ୟକ୍ଷ ଏବଂ ଶିଖ ପ୍ରତିନିଧି ମଣ୍ଡଳୀ ଆଲୋଚୋନା କରିଥଲେ। ଅଧିକ ପଢନ୍ତୁ

ମଙ୍ଗୁ ମଠ ଉନ୍ନତିକରଣ କାର୍ଯ୍ୟ ଅନୁଧ୍ୟାନ କଲେ ଜାତୀୟ  ସଂଖ୍ୟାଲଘୁ କମିଶନ ଓ ଅଧ୍ୟକ୍ଷ
ମଙ୍ଗୁ ମଠ ଉନ୍ନତିକରଣ କାର୍ଯ୍ୟ ଅନୁଧ୍ୟାନ କଲେ ଜାତୀୟ ସଂଖ୍ୟାଲଘୁ କମିଶନ ଓ ଅଧ୍ୟକ୍ଷ

By ETV Bharat Odisha Team

Published : Dec 6, 2023, 5:06 PM IST

ମଙ୍ଗୁ ମଠ ଉନ୍ନତିକରଣ କାର୍ଯ୍ୟ ଅନୁଧ୍ୟାନ କଲେ ଜାତୀୟ ସଂଖ୍ୟାଲଘୁ କମିଶନ ଓ ଅଧ୍ୟକ୍ଷ

ପୁରୀ: ଜାତୀୟ ସଂଖ୍ୟାଲଘୁ କମିଶନର ଅଧ୍ୟକ୍ଷ ଓ ଶିଖ ପ୍ରତିନିଧି ମଣ୍ଡଳୀ ପୁରୀ ଗସ୍ତରେ ଆସି ମଙ୍ଗୁ ମଠର ଉନ୍ନତି କରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଶ୍ରୀମନ୍ଦୀର ସମ୍ମୁଖରେ ଥିବା ଏହି ମଠର ଉନ୍ନତି ଦିଗରେ ରାଜ୍ୟ ସରକାର ପଦକ୍ଷେପ ନେଇଥିବାରୁ ଜାତୀୟ ସଂଖ୍ୟା ଲଘୁ କମିଶନ ଅଧ୍ୟକ୍ଷ ଓ ତାଙ୍କ ସହ ଆସିଥିବା ଶିଖ ପ୍ରତିନିଧି ମଣ୍ଡଳୀ ଉନ୍ନତି କରଣ କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।

ମଙ୍ଗୁ ମଠର ଉନ୍ନତି କରଣ ସହ ଏହାର ଧାର୍ମିକ ଦିଗ ଯେଭଳି ଅକ୍ଷୁର୍ଣ୍ଣ ରହିବ ସେ ଦିଗରେ ଓଡ଼ିଶା ସରକାର ଧ୍ୟାନ ଦେବାକୁ ଏହି ପ୍ରତିନିଧି ମଣ୍ଡଳୀ ପରାମର୍ଶ ଦେଇଛି। ଯାହାବି ସମସ୍ୟା ରହିଛି ପ୍ରଶାସନ ମଠ ସହିତ ଆଲୋଚୋନା କରି ପଦକ୍ଷେପ ନେବାକୁ ପ୍ରତିନିଧି ମଣ୍ଡଳୀ ପରାମର୍ଶ ଦେଇଛି। ଏହି ଅବସରରେ ପୁରୀ ଜିଲା ପ୍ରଶାସନ ସହିତ ଜାତିୟ ସଂଖ୍ୟା ଲଘୁ କମିଶନ ଅଧ୍ୟକ୍ଷ ଏବଂ ଶିଖ ପ୍ରତିନିଧି ମଣ୍ଡଳୀ ଆଲୋଚୋନା କରିଥଲେ। ତେବେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ପାଇଁ ମଙ୍ଗୁ ମଠ ମନ୍ଦିର, ପୂଜା ସ୍ଥଳୀକୁ ଛାଡି ସବୁ ଗୃହକୁ ଉଚ୍ଛେଦ କରାଯାଇଥିଲା। ଯାହାକୁ ନେଇ ବିବାଦୀୟ ସ୍ଥିତି ଉପୁଜିଥିଲା।

ଅଧିକ ପଢନ୍ତୁ- ମଙ୍ଗୁ ମଠ ଅନୁଧ୍ୟାନ କଲେ ଶିଖ ପ୍ରତିନିଧି

ଶିଖ ଧର୍ମ ପ୍ରତିଷ୍ଠାତା ଗୁରୁ ନାନକ ପୁରୀ ଆସି ଶ୍ରୀମନ୍ଦିର ସମ୍ମୁଖରେ ମହାପ୍ରଭୁଙ୍କ ପାଇଁ ଆଳତୀ କରିଥିବା କିମ୍ବଦନ୍ତୀ ରହିଛି। ଏହି ପରିପ୍ରେକ୍ଷୀରେ ସେଠାରେ ଏକ ମଠ ପ୍ରତିଷ୍ଠା ସହ ମହାପ୍ରଭୁଙ୍କୁ ପୂଜାର୍ଚ୍ଚନା କରାଯାଉଅଛି। ଏହି ମଙ୍ଗୁ ମଠ କୁ ଶିଖ ମାନେ ପବିତ୍ର ସ୍ଥଳ ଭାବେ ଗ୍ରହଣ କରିଥାନ୍ତି। ଯେତେବେଳେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ମଙ୍ଗୁ ମଠର ଉଚ୍ଛେଦ ହୋଇଥିଲା ସେତେବେଳେ ପଞ୍ଜାବରେ ଅସନ୍ତୋଷ ପ୍ରକାଶ ପାଇଥିଲା। ପରେ ଓଡିଶା ସରକାର ଏହା ନେଇ ସ୍ପଷ୍ଟୀକରଣ ଦେଇଥିଲେ। ମଠ ଉଚ୍ଛେଦ ନ ହୋଇ ପୁରୁଣା ଅସୁରକ୍ଷିତ ଗୃହ, ବ୍ୟବସାୟ ଗୃହ କେବଳ ଉଚ୍ଛେଦ କରାଯାଇ ଥିବା ଓଡ଼ିଶା ସରକାର ସଫେଇ ଦେଇଥିଲେ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନିର୍ମାଣରେ ଯେଭଳି କିଛି ବାଧା ନ ଉପୁଜେ ସେନେଇ ଏହି ଉଚ୍ଛେଦ କରାଯାଇଥିଲା। କେବଳ ଏହି ଗୋଟିଏ ମଠ ନୁହେଁ 17 ଟି ମଠର ପୂଜାସ୍ଥଳ, ମନ୍ଦିରକୁ ଛାଡି ଅନ୍ୟ ଗୃହ ଗୁଡିକ ଉଚ୍ଛେଦ କରାଯାଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ଥିବା ଏହି ମଠ ଗୁଡିକର ଉନ୍ନତି କରଣ ପାଇଁ ସରକାର ସ୍ଵତନ୍ତ୍ର ଅନୁଦାନ ଦେଇଛନ୍ତି। ଉଚ୍ଛେଦ ମଠର ପୁନଃରୁଦ୍ଧାର ସହ ଆୟ ପାଇଁ ମାର୍କେଟ କମ୍ପ୍ଲେକ୍ସ ମଠକୁ ଦିଆଯିବ ବୋଲି ପ୍ରଶାସନ ପକ୍ଷରୁ ଜାତୀୟ ସଂଖ୍ୟାଲଘୁ କମିଶନ ଓ ଶିଖ ପ୍ରତିନିଧି ମଣ୍ଡଳୀକୁ ଅବଗତ କରାଯାଇଛି।

ଅନ୍ୟପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ଆସନ୍ତା ମାସ 17 ତାରିଖରେ ଏହାକୁ ଲୋକାର୍ପିତ କରିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details