ଓଡିଶା

odisha

ETV Bharat / state

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ - puri Shrimandir Management Committee meeting

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ । ଏଥିରେ ସ୍ନାନ ଯାତ୍ରାର ନୀତି ନିର୍ଘଣ୍ଟ ଚୂଡାନ୍ତ ହୋଇଥିଲା।

puri Shrimandir Management Committee meeting
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

By

Published : May 30, 2020, 6:45 PM IST

ପୁରୀ: ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଭିଡିଓ କନଫ୍ରେନ୍ସିଂ ମାଧ୍ୟମରେ ପୁରୀ ଓ ଭୁବନେଶ୍ବରରୁ ଅନୁଷ୍ଠିତ ହୋଇଥିଲା । ଏଥିରେ ଛତିଶା ନିଯୋଗର ଅନୁମୋଦନ କ୍ରମେ ସ୍ନାନପୂର୍ଣ୍ଣିମା ପୂର୍ଵ ଦିନ ରାତ୍ରି 1 ଟା ରୁ ସକାଳ 4 ଟା ଭିତରେ ପହଣ୍ଡି ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଥିଲା । ତେବେ ଏନେଇ ବିଧିବଦ୍ଧ ଘୋଷଣା ରବିବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଘୋଷଣା ହେବ ବୋଲି ସୂଚନା ମିଳିଛି । ସ୍ନାନଯାତ୍ରା ରେ କିଭଳି ଅତି କମ ସେବାୟତଙ୍କ ସହାୟତା ରେ ମହାପ୍ରଭୁଙ୍କ ନୀତିକାନ୍ତି ହେବ ଓ ସାମାଜିକ ଦୂରତା କିଭଳି ରକ୍ଷା କରିହେବ ସେ ନେଇ ବୈଠକରେ ଚର୍ଚ୍ଚା ହୋଇଥିଲା ।

ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ସେହିଭଳି ଏଥର କେଵଳ ପାସ ଦିଆଯାଇ ଥିବା ସେବକଙ୍କୁ ଛାଡି ଶ୍ରୀମନ୍ଦିର ଭିତରକୁ ଅନ୍ୟ ସେବାୟତଙ୍କ ପ୍ରବେଶ କଟକଣା ରହିଥିବା ବେଳେ ଏହାକୁ ନେଇ ସେବାୟତ ମହଲରେ ଅସନ୍ତୋଷ ଦେଖା ଦେଇଥିଲା । ଅନ୍ୟ ସେବାୟତଙ୍କ ନିମନ୍ତେ ମହାପ୍ରଭୁଙ୍କ ଦର୍ଶନର ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ବୈଠକ ରେ ଚର୍ଚ୍ଚା ହୋଇଥିବା ବେଳେ ଏ ନେଇ ଗଜପତି ମହାରାଜଙ୍କ ଉପରେ ନିଷ୍ପତ୍ତି ଛଡାଯାଇଥିବା ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ କହିଛନ୍ତି ।

ପରିଚାଳନା ବୈଠକ ପାଇଁ ଭୁବନେଶ୍ବର ଓକାକ ରେ ଶ୍ରୀମନ୍ଦିର ପରିଚାଳନା କମିଟି ର ଅଧ୍ୟକ୍ଷ ଗଜପତି ମହାରାଜା ଦିବ୍ୟ ସିଂହ ଦେବ, କାର୍ଯ୍ୟକାରୀ ଅଧ୍ୟକ୍ଷ ବରିଷ୍ଠ ଆଇଏଏସ ସୁରେଶ ମହାପାତ୍ର , ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଷନ କୁମାର ଉପସ୍ଥିତ ଥିଲେ। ଅନ୍ୟପଟେ ପୁରୀ ରେ ଜିଲ୍ଲାପାଳଙ୍କ ଭିଡିଓ କନଫ୍ରେନ୍ସିଂ ହଲ ରେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଙ୍କ ସମେତ ପୁରୀ ଜିଲ୍ଲାପାଳ ବଲବନ୍ତ ସିଂ, ଏସପି ଉମାଶଙ୍କର ଦାସ ଯୋଗ ଦେଇଥିଲେ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details