ଓଡିଶା

odisha

ETV Bharat / state

ଖୋଲିଲା ଶ୍ରୀମନ୍ଦିର: ହଟହଟା କରୁଛି କୋଭିଡ ଗାଇଡ଼ଲାଇନ, ଜଗାର ଦର୍ଶନ ପାଇଁ ହନ୍ତସନ୍ତ ଭକ୍ତ

କଡାକଡି କୋଭିଡ ଗାଇଡ ଲାଇନ ବ୍ୟବସ୍ଥା ଯୋଗୁଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦେଖାନାହିଁ । ବ୍ୟାରିକେଡ ଓ ଶ୍ରୀମନ୍ଦିର ଭିତର ଏକଦମ ଖାଁ ଖାଁ।

By

Published : Jan 5, 2021, 7:59 PM IST

କୋଭିଡ ଗାଇଡ଼ଲାଇନ ଯୋଗୁଁ ଖାଁ ଖାଁ ଶ୍ରୀମନ୍ଦିର
କୋଭିଡ ଗାଇଡ଼ଲାଇନ ଯୋଗୁଁ ଖାଁ ଖାଁ ଶ୍ରୀମନ୍ଦିର

ପୁରୀ: ଦୀର୍ଘ ମାସର କୋରୋନା କଟକଣା ପରେ ସର୍ବସାଧାରଣଙ୍କ ପାଇଁ ଖୋଲିଛି ଶ୍ରୀମନ୍ଦିର। କଡାକଡି କୋଭିଡ ଗାଇଡ ଲାଇନ ବ୍ୟବସ୍ଥା ଯୋଗୁଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଦେଖାନାହିଁ। ବ୍ୟାରିକେଡ ଓ ଶ୍ରୀମନ୍ଦିର ଭିତର ଏକଦମ ଖାଁ ଖାଁ। ଏଭଳି ଅବସ୍ଥା କାହିଁକି ଏବେ ମୁଖ୍ୟ ପ୍ରସଙ୍ଗ ହୋଇଥିବା ବେଳେ ଶ୍ରୀମନ୍ଦିରକୁ ପ୍ରବେଶ ନେଇ କୋଭିଡ ଗାଇଡ଼ଲାଇନକୁ ନେଇ ଭକ୍ତ ଓ ସେବାୟତ ଆପତ୍ତି ଉଠାଇଛନ୍ତି।

ଏପଟେ ଦୀର୍ଘଦିନ ପରେ ଶ୍ରୀମନ୍ଦିର ଖୋଲିଥିବାରୁ ପର୍ଯ୍ୟଟକଙ୍କ ଆଗମନ ନେଇ ପୁରୀ ବ୍ୟବସାୟିକ କାରବାର ଭଲ ହେବା ଆଶା କରାଯାଉ ଥିବାବେଳେ ଭକ୍ତଙ୍କ ବିନା ସେବାୟତଙ୍କ ଆର୍ଥିକ ସଙ୍କଟ ଆହୁରି ଜଟିଳ ହେବ ବୋଲି ଆଶା କରାଯାଉଛି । ଏଣୁ ସମସ୍ତଙ୍କ ସୁବିଧାକୁ ଦେଖି ଶ୍ରୀମନ୍ଦିର ପ୍ରଶାସନ ମାଗଣାରେ କୋଭିଡ ଟେଷ୍ଟ ବ୍ୟବସ୍ଥା କରୁ ବୋଲି ସେବାୟତ ଓ ଭକ୍ତ ମତ ଦେଇଛନ୍ତି ।

କୋଭିଡ ଗାଇଡ଼ଲାଇନ ଯୋଗୁଁ ଖାଁ ଖାଁ ଶ୍ରୀମନ୍ଦିର

ନହେଲେ ଅଗାମୀ ଦିନରେ ବିନା ଭକ୍ତଙ୍କ ଆଗମନରେ ପୁଣି ଲକଡାଉନ ସମୟ ସମସ୍ୟା ଭଳି ସେବାୟତଙ୍କ ଠାରୁ ଆରମ୍ଭ କରି ପୁରୀ ବାସିନ୍ଦା ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବେ ବୋଲି ମତ ପ୍ରକାଶ ପାଇଛି । ତୁରନ୍ତ ଏହା ଉପରେ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ମିଳିତ ଭାବେ ଶ୍ରୀମନ୍ଦିରରେ କିଭଳି ଦର୍ଶନ ବ୍ୟବସ୍ଥା ସୁରୁଖୁରୁରେ ହୋଇ ପାରିବ ସେ ନେଇ ପଦକ୍ଷେପ ନେବାକୁ ଦାବି ହୋଇଛି।

ଭକ୍ତ ଅଭିଯୋଗ କରିଛନ୍ତି ଯେ, ଭକ୍ତଙ୍କ ଶ୍ରୀମନ୍ଦିର ପ୍ରବେଶ ନେଇ ଶ୍ରୀମନ୍ଦିର ପ୍ରଶାସନ ଯେଉଁ କୋଭିଡ ନେଗେଟିଭ ରିପୋର୍ଟ ମାଗୁଛି ତାହା ଶ୍ରୀମନ୍ଦିର ପ୍ରଶାସନ ନିଜେ ମାଗଣା କରୁ । ଏହାଦ୍ବାରା ଭକ୍ତ ଶ୍ରୀମନ୍ଦିରକୁ ଆସି ପାରିବେ । ଅନେକ ଭକ୍ତ ଓ ଗରିବ ଶ୍ରେଣୀର ହୋଇଥିବାରୁ ଏହି ଗାଇଡ଼ଲାଇନ ପାଇଁ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ।

କୋଭିଡ ନେଗେଟିଭ ରିପୋର୍ଟ ପୁରୀ ସରକାରୀ ମେଡ଼ିକାଲରେ ଦିଆଯାଉ ନଥିବାବେଳେ ଏକ ଘରୋଇ ହସ୍ପିଟାଲକୁ ଏହି ଦାୟିତ୍ବ ଦିଆଯାଇଛି। ସେହି ହସ୍ପିଟାଲ 400 ରୁ 600 ଟଙ୍କା ଲେଖାଏଁ ରିପୋର୍ଟ ପିଛା ଟଙ୍କା ଆଦାୟ କରୁଛି। ଫଳରେ ସବୁଦିନ ପୁରୀର ସାଧାରଣ ଲୋକଟିଏ 400 ଟଙ୍କା ଖର୍ଚ୍ଚ କରି ଦର୍ଶନ କରିବା ସ୍ଥିତିରେ ନାହାଁନ୍ତି। ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସେପଟେ ପୁରୀ ହସ୍ପିଟାଲରେ ଜିଲ୍ଲା ବାହାର ଲୋକଙ୍କ ପାଇଁ କୋଭିଡ ଟେଷ୍ଟ ବ୍ୟବସ୍ଥା ନଥିବା ହେତୁ ରାଜ୍ୟ ବାହାର ଭକ୍ତ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ଅନେକ ରାଜ୍ୟ ବାହାର ଭକ୍ତ କୋଭିଡ ଟେଷ୍ଟ କରି ପୁରୀରେ ପହଞ୍ଚିବା ବେଳକୁ ପ୍ରଶାସନ ଗାଇଡ଼ଲାଇନ ଅନୁଯାୟୀ, 96 ଘଣ୍ଟା ଅବଧି ସରି ଯାଉଥିବା ହେତୁ ପୁଣି କୋଭିଡ ଟେଷ୍ଟ ପାଇଁ ଭୁବନେଶ୍ବର ଓ କଟକ ଯାଉଛନ୍ତି।

ଫଳରେ ଅନେକ ପର୍ଯ୍ୟଟକ ଓ ଭକ୍ତଙ୍କ ସମୟ ଅପଚୟ ହେବା ସହ ଅଯଥାରେ ଅର୍ଥ ଖର୍ଚ୍ଚ ହେଉଛି। ସେହିପରି ରାଜ୍ୟ ବିଭିନ୍ନ ସରକାରୀ ମେଡ଼ିକାଲ କୋଭିଡ ଟେଷ୍ଟରେ ବିଭିନ୍ନ ଜଟିଳତା ଥିବାରୁ ଅନେକ ଭକ୍ତ କୋଭିଡ ନେଗେଟିଭ ରିପୋର୍ଟ ଯୋଗାଡ଼ କରି ନପାରି କେଵଳ ପତିତପାବନ ଦର୍ଶନ କରି ଫେରୁଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details