ଓଡିଶା

odisha

ETV Bharat / state

ଶ୍ରୀମନ୍ଦିରର 3 ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ୍ - 3 ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ୍

ପୁରୀ ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ 23ଟି ନିର୍ଦ୍ଦେଶନାମା କାର୍ଯ୍ୟକାରୀ ନେଇ ଆଲୋଚନା ହୋଇଛି । ଏହାସହ 3 ଜଣ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ୍ ଦିଆଯାଇଛି ।

temple meeting
ଫଟୋ ସୌଜନ୍ୟ:ସମ୍ବାଦଦାତା, ପୁରୀ

By

Published : Dec 20, 2019, 12:16 PM IST

Updated : Dec 20, 2019, 6:58 PM IST

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ସୁପ୍ରିମକୋର୍ଟଙ୍କ 23ଟି ନିର୍ଦ୍ଦେଶନାମା କାର୍ଯ୍ୟକାରୀ ନେଇ ଆଲୋଚନା ହୋଇଛି । ଏଥିସହ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ ନିଆଯାଇଛି ।

ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ

ଗତ 2018 ଡିସେମ୍ବର 27ରେ ଶ୍ରୀମନ୍ଦିର ଦ୍ବାର ଫିଟା ବିଳମ୍ବ ଘଟଣାକୁ ନେଇ ମଧ୍ୟ ଆଲୋଚନା ହୋଇଛି । ଏହି ଘଟଣାରେ 2 ଜଣଙ୍କୁ ଜବାବ ଦାଖଲ କରିଥିବାବେଳେ 3 ଜଣଙ୍କୁ କାରଣ ଦର୍ଶାଅ ନୋଟିସ ହୋଇଛି । ଆସନ୍ତା ଜାନୁଆରୀ 4ରେ ଏହାର ଶୁଣାଣି ହେବ।

ଶ୍ରୀମନ୍ଦିର ପରିଚାଳନା ନୀତିର ସୁପରିଚାଳନା ନେଇ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନିଆଯିବ । ସେହିପରି ସେବାୟତଙ୍କ ପାଠପଢା ବ୍ୟବସ୍ଥା ନେଇ ମାଟିତୋଟା ଅଞ୍ଚଳରେ 15 ଏକର ଜମିରେ ଏକ ଗୁରୁକୂଳ ପ୍ରତିଷ୍ଠା କରାଯିବ। ଶ୍ରୀମନ୍ଦିରରେ ଭକ୍ତଙ୍କୁ କିଭଳି ଆହୁରି ସୁବିଧା ଯୋଗାଇ ଦିଆଯିବ ସେ ନେଇ ମଧ୍ୟ ଆଲୋଚନା ହୋଇଛି । ଶ୍ରୀମନ୍ଦିର ସଂସ୍କାର ମାମଲାର ପରବର୍ତ୍ତୀ ଶୁଣାଣୀରେ ସୁପ୍ରିମକୋର୍ଟଙ୍କ ନିକଟରେ ଏହି ସବୁ ତଥ୍ୟ ଦିଆଯିବ ।

ଶ୍ରୀଜଗନ୍ନାଥଙ୍କ ଜମିରେ ଶ୍ରଦ୍ଧାଳୁଙ୍କ ରହିବା ଭକ୍ତ ନିବାସ ନିର୍ମାଣ କରାଯିବ । ଏହି ଭକ୍ତ ନିବାସ ନିର୍ମାଣ ନେଇ ବିଭିନ୍ନ କର୍ପୋରେଟ କମ୍ପାନୀ ମାନଙ୍କ ଠାରୁ ଡୋନେସନ ଆଦାୟ କରାଯିବ । ବ୍ୟାଙ୍କରେ ଥିବା ମହାପ୍ରଭୁଙ୍କ ଅର୍ଥ, ସୁନା କିଭଳି ଭଲ ଭାବରେ ବିନିଯୋଗ କରାଯାଇ ଅଧିକ ଅର୍ଥ ହାସଲ ହେବ ସେ ନେଇ ଏକ କମିଟି ଗଠନ କରାଯାଇଛି । ସେହିପରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ 60 ହଜାର ଏକ ଭୂ-ସମ୍ପତିର ରେକର୍ଡ ବ୍ୟବସ୍ଥା କରାଯିବ ।

ଶ୍ରୀମନ୍ଦିର ଚର୍ତୁଃପାର୍ଶ୍ବରେ ସରକାର ଅଧି ଗ୍ରହଣ କରୁଥିବା ଜମି ମହାପ୍ରଭୁଙ୍କ ନାମରେ କରିବା ନେଇ ଶ୍ରୀମନ୍ଦିର ପ୍ରଶାସନ ସରକାରଙ୍କୁ ଅନୁରୋଧ କରିବ ବୋଲି ଶ୍ରୀମନ୍ଦିର ପ୍ରଶାସକ କହିଛନ୍ତି । ସେହିପରି ସେବକ ମାନଙ୍କୁ ଖୁବଶୀଘ୍ର ପରିଚୟ ପତ୍ର ଦିଆଯିବ । ଏଥି ସହିତ ଆନନ୍ଦ ବଜାରରେ ଅବଢା ଦର ନେଇ ରେଟ ଚାର୍ଟ ମଧ୍ୟ ଲଗାଯିବ ।

ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, କାର୍ଯ୍ୟକାରୀ ଅଧ୍ୟକ୍ଷ ସୁରେଶ ମହାପାତ୍ର ଓ ପୁରୀ ଜିଲ୍ଲାପାଳଙ୍କ ସହ ବହୁ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ରହିଥିଲେ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Dec 20, 2019, 6:58 PM IST

ABOUT THE AUTHOR

...view details