ପୁରୀ: ନାଗାର୍ଜୁନ ବେଶ ସାମଗ୍ରୀ ଗାଏବ ଘଟଣାର କାର୍ଯ୍ୟନୁଷ୍ଠାନ ଦାବିକଲା ଶ୍ରୀଜଗନ୍ନାଥ ସେନା । ମାମଲାରେ ସମ୍ପୃକ୍ତି ଥିବା ବ୍ୟକ୍ତିଙ୍କୁ କଠୋର ଦଣ୍ଡବିଧାନ କରିବାକୁ ଦାବି କରିଛି ସେନା । ତେବେ ସେନା ପକ୍ଷରୁ ଜିଲ୍ଲା ପ୍ରଶାସନର ଅବହେଳାକୁ ତୀବ୍ର ନିନ୍ଦା କରାଯାଇଛି ।
ନାଗାର୍ଜୁନ ବେଶ ସାମଗ୍ରୀ ଗାଏବ ଘଟଣା, କାର୍ଯ୍ୟନୁଷ୍ଠାନ ଦାବି କଲା ଶ୍ରୀଜଗନ୍ନାଥ ସେନା - ଶ୍ରୀଜଗନ୍ନାଥ ସେନା
ମହାପ୍ରଭୁଙ୍କ ନାଗାର୍ଜୁନ ବେଶରେ ଲାଗିଥିବା ସୂର୍ଯ୍ୟ, ଚନ୍ଦ୍ର ଗାଏବ ଘଟଣାର ତଦନ୍ତ ଦାବିକଲା ଜଗନ୍ନାଥ ସେନା । ଅଧିକ ପଢନ୍ତୁ...
![ନାଗାର୍ଜୁନ ବେଶ ସାମଗ୍ରୀ ଗାଏବ ଘଟଣା, କାର୍ଯ୍ୟନୁଷ୍ଠାନ ଦାବି କଲା ଶ୍ରୀଜଗନ୍ନାଥ ସେନା ନଗାର୍ଜୁନ ବେଶ ସାମଗ୍ରୀ ଗାଏବ ଘଟଣା, କାର୍ଯ୍ୟନୁଷ୍ଠାନ ଦାବିକଲା ଶ୍ରୀଜଗନ୍ନାଥ ସେନା](https://etvbharatimages.akamaized.net/etvbharat/prod-images/768-512-9731742-thumbnail-3x2-puri.jpg)
ସୂଚନା ଅନୁଯାୟୀ ଚତୁର୍ଦ୍ଧାମୂର୍ତ୍ତିଙ୍କ ନାଗାର୍ଜୁନ ବେଶରେ ଲାଗିଥିବା ସୂର୍ଯ୍ୟ, ଚନ୍ଦ୍ର ଗାଏବ ହୋଇଯାଇଛି । ଯାହାର ପତ୍ତା ପାଉନାହାନ୍ତି ସେବାୟତ । ସୂର୍ଯ୍ୟ, ଚନ୍ଦ୍ର କେଉଁଆଡେ ଗଲା ଏବଂ କିଏ ନେଇ ରଖିଛି ସେନେଇ ନା ମନ୍ଦିର ପ୍ରଶାସନ କିଛି ପକ୍ଷ ରଖୁଛି ନା ସେବାୟତଙ୍କ ପାଖରେ କିଛି ସୂଚନା ଅଛି । ତେବେ ମହାପ୍ରଭୁଙ୍କ ବେଶ ଗାଏବକୁ 3, 4 ଦିନ ବିତିବା ପରେ ଜଗନ୍ନାଥ ସେନା ବର୍ତ୍ତମାନ ଘଟଣାର ତଦନ୍ତ ପାଇଁ ଦାବି କରିଛି ।
ଘଟଣାରେ ସମ୍ପୃକ୍ତି ଥିବା ବ୍ୟକ୍ତିଙ୍କୁ ତୁରନ୍ତ ଠାବ କରାଯାଇ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରିଛି ସେନା । ଏଥିସହ ଘଟଣାରେ ଜିଲ୍ଲା ପ୍ରଶାସନର ଅବହେଳାକୁ ଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ତୀବ୍ର ନିନ୍ଦା କରିଛନ୍ତି । ତେବେ ଏନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆନଗଲେ ସେନା ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।
ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ