ଓଡିଶା

odisha

ETV Bharat / state

ଶୁଣନ୍ତୁ, ଶ୍ରୀମନ୍ଦିର ଗର୍ଭଗୃହ ମରାମତି ନେଇ କଣ କହିଲେ ଏଏସଆଇ ସଦସ୍ୟ

ଫନି ବାତ୍ୟାରେ କ୍ଷତିଗ୍ରସ୍ତ ଶ୍ରୀମନ୍ଦିରର ମରାମତି ପାଇଁ ଏଏସଆଇ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲା । ତେବେ ମନ୍ଦିରର କେଉଁସବୁ ଭାଗକୁ ମରାମତି କରାଯାଇଛି ସେନେଇ ‘ଇଟିଭି ଭାରତ’ ସମ୍ବାଦଦାତାଙ୍କୁ କହିଛନ୍ତି ଏଏସଆଇ କୋର କମିଟିର ସଦସ୍ୟ ଡ ଏନସି ପାଲ...

By

Published : Jul 13, 2019, 7:01 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ପୁରୀ

ପୁରୀ: ଆଜି ମହାପ୍ରଭୁ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବା ପରେ ଆସନ୍ତାକାଲି (ରବିବାର) ଦ୍ବାଦଶୀ ତିଥିରେ ରଥାରୂଢ ଚତୁର୍ଦ୍ଧାବିଗ୍ରହଙ୍କୁ ଅଧରପଣା ଲାଗି କରାଯିବ । ଅଧର ନୀତି ସହିତ ଗରୁଡ ଶୟନ ନୀତି ମଧ୍ୟ ଅନୁଷ୍ଠିତ ହେବ । ଏହାପରେ ସୋମବାର ମହାବାହୁଙ୍କ ନିଳାଦ୍ରୀ ବିଜେ ହେବ ।

ସେପଟେ ଫନି ବାତ୍ୟାରେ କ୍ଷତିଗ୍ରସ୍ତ ଶ୍ରୀମନ୍ଦିରର ମରାମତି ପାଇଁ ଏଏସଆଇ ଏକ ସ୍ବତନ୍ତ୍ର ଟିମ୍ ଗଠନ କରିଥିଲା । ତେବେ ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ପୂର୍ବରୁ ମନ୍ଦିରର କେଉଁସବୁ ଭାଗକୁ ମରାମତି କରାଯାଇଛି ସେ ନେଇ ‘ଇଟିଭି ଭାରତ’ ସମ୍ବାଦଦାତା ଏଏସଆଇ କୋର କମିଟିର ସଦସ୍ୟ ଡ ଏନସି ପାଲଙ୍କ ସହ ଆଲୋଚନା କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଗର୍ଭ ଗୃହର ମରାମତି ସରିଥିବାବେଳେ ନାଟ ମଣ୍ଡପ ପ୍ଲାଏ ଗୁଡିକୁ ଅସ୍ଥାୟୀ ଭାବେ ରିପେୟାରିଂ କରାଯାଇଛି । ରୋଷ ଘରର ଚଟାଣକୁ ମଧ୍ୟ ମରାମତି ହୋଇଛି । ତେବେ ଆଗାମୀ ଦିନରେ ଶ୍ରୀମନ୍ଦିରର ଅନ୍ୟସବୁ ସମସ୍ୟାର ଦୀର୍ଘକାଳୀନ ସମାଧାନ କରାଯିବ ବୋଲି ଏନସି ପାଲ କହିଛନ୍ତି ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details