ଓଡିଶା

odisha

ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

By

Published : Sep 27, 2022, 10:46 AM IST

ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟତାରେ ହେବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ଏହି ବୈଠକରେ ନୀତିକାନ୍ତି ଉପରେ ପର୍ଯ୍ୟାଲୋଚନା ହେବା ସହ ଜଗନ୍ନାଥଙ୍କ ଜମି, ସେବାୟତଙ୍କ ଲାଗି ଆଦର୍ଶ ଗୁରକୁଳ ପ୍ରତିଷ୍ଠା, ସେବାୟତ ବାସଗୃହ ଆଦି ଉପରେ ମଧ୍ୟ ହେବ ପୁଙ୍ଖାନୁପୁଙ୍ଖ ଆଲୋଚନା । ଅଧିକ ପଢନ୍ତୁ

ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ
ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ: ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ହେବ ଏହି ବୈଠକ । ଏହି ବୈଠକରେ ବିଶେଷ କରି ଗତ ଅଗଷ୍ଟ ୬ରେ ବସିଥିବା ପରିଚାଳନା କମିଟି ବୈଠକ ବିବରଣୀର ଦୃଢି କରଣ ଉପରେ ଆଲୋଚନା ହେବ। ଏଥିସହ ପୂର୍ବ ପରିଚାଳନା କମିଟି ବୈଠକ ବିବରଣୀର ଅନୁପାଳନ ଉପରେ ହେବ ଆଲୋଚନା ।

ତେବେ ଏହି ବୈଠକରେ ନୀତିକାନ୍ତି ଉପରେ ପର୍ଯ୍ୟାଲୋଚନା ହେବା ସହ ଜଗନ୍ନାଥଙ୍କ ଜମି, ସେବାୟତଙ୍କ ଲାଗି ଆଦର୍ଶ ଗୁରକୁଳ ପ୍ରତିଷ୍ଠା, ସେବାୟତ ବାସଗୃହ ଆଦି ଉପରେ ମଧ୍ୟ ହେବ ପୁଙ୍ଖାନୁପୁଙ୍ଖ ଆଲୋଚନା । ସେପଟେ କାର୍ତ୍ତିକ ମାସ ନିତିକ୍ରାନ୍ତି ଓ ହବିଷ୍ୟାଳିଙ୍କ ଦର୍ଶନ ଉପରେ ହେବ ଆଲୋଚନା । ଏନେଇ ନିଳାଦ୍ରୀ ଭକ୍ତ ନିବାସରେ ହେବାକୁ ଥିବା ପରିଚାଳନା କମିଟି ବୈଠକରେ ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ, ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମା, ପ୍ରଶାସନିକ ଅଧିକାରୀ, ଶ୍ରୀମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ, ଏଏସଆଇ ସୁପରିଟେଣ୍ଡେଣ୍ଟ ପ୍ରମୁଖ ଯୋଗଦାନ କରିବେ ।

ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ତେବେ ଏହାଛଡା ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାରକୁ ନେଇ କୌଣସି ଏଜେଣ୍ଡା ନାହିଁ । ହେଲେ ଗତ ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାରକୁ ନେଇ ଏଏସଆଇ ଉପରେ ଅସନ୍ତୋଷ ବ୍ଯକ୍ତ କରିଥିଲା ପରିଚାଳନା କମିଟି । ୨୦୧୮ ଏପ୍ରିଲ ୪ରେ ରତ୍ନଭଣ୍ଡାର ଖୋଲିବା ପାଇଁ ଯାଇଥିବା ଟିମ୍ ଯଦି ରତ୍ନଭଣ୍ଡାର ଅସୁରକ୍ଷିତ ବୋଲି ରିପୋର୍ଟ ଦେଇଥିଲେ ଆଜି ଯାଏ କାହିଁକି ପରିଚାଳନା କମିଟିକୁ ଅବଗତ କରିନାହାଁନ୍ତି । ଏନେଇ ତୁରନ୍ତ ଚିଠି ଲେଖିବାକୁ ପରିଚାଳନା କମିଟି ତାଗିଦ କରିଥିଲେ । ଯାହାକୁ ନେଇ ଏଏସଆଇ ସୁପରିଟେଣ୍ଡେଣ୍ଟ ଗତ ଅଗଷ୍ଟ ୮ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ରତ୍ନଭଣ୍ଡାର ଖୋଲି ଯାଞ୍ଚ ହେବା ନେଇ ଚିଠି ଲେଖିଛନ୍ତି । ଏଥିରେ ଇନିସପେକ୍ସନ ଅଫ ରତ୍ନଭଣ୍ଡାର ବୋଲି ଉଲ୍ଲେଖ ରହିଛି ।

ଏମିତିକି ଗତ ଜୁନ୍ ୧ତାରିଖରେ ଏଏସଆଇ ଦେଇଥିବା ଚିଠିରେ ASI ଦଶବର୍ଷ ମଧ୍ୟରେ ଶ୍ରୀମନ୍ଦିରରେ କେଉଁ କେଉଁ କାର୍ଯ୍ୟ କରିଛି ତାହାର ଟିକନିକ ହିସାବ ଦେଇଛି । ଏଣୁ ପରିଚାଳନା କମିଟି ବୈଠକରେ ରତ୍ନଭଣ୍ଡାର ପ୍ରସଙ୍ଗ ଉଠିବା ନିତାନ୍ତ ଆବଶ୍ୟକ । ରତ୍ନଭଣ୍ଡାର ମରାମତି ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହୋଇଥିବାରୁ ଏଜେଣ୍ଡା ନଥିଲେ ମଧ୍ୟ ଏହାକୁ ଗୁରୁତ୍ବ ଦେବା ସହ ଆଲୋଚନା ହେଉ ବୋଲି ଅଧ୍ୟକ୍ଷ ଗଜପତି ମହାରାଜାଙ୍କୁ ଚିଠି ଲେଖିଛନ୍ତି ସୂଚନାଧିକାର କର୍ମୀ ଦିଲ୍ଲୀପ ବରାଳ ।

ତେବେ ରତ୍ନ ଭଣ୍ଡାର ମରାମତି ନେଇ ପରିଚାଳନା କମିଟି ଆଲୋଚନା ନ ହେଲେ ସେ ହାଇକୋର୍ଟର ଦ୍ବାରସ୍ଥ ହେବେ ବୋଲି କହିଛନ୍ତି । ସେପଟେ ପରିଚାଳନା କମିଟି ବୈଠକରେ ରତ୍ନ ଭଣ୍ଡାର ପ୍ରସଙ୍ଗ ଆଲୋଚନା ନେଇ ଜଗନ୍ନାଥ ପ୍ରେମୀ ଓ ସେବାୟତ ମଧ୍ୟ ଦାବି କରିଛନ୍ତି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details