ପୁରୀ: ସୋ ଟାଇମ୍ ୨୦୨୧ ପକ୍ଷରୁ ପୁରୀ ସ୍ବର୍ଣ୍ଣାଭ ବେଳାଭୂମିରେ ରଙ୍ଗାରଂଗ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଛି ୧୯ ତମ ଓଡିଆ ଚଳଚ୍ଚିତ୍ର ଓ ଦୂରଦର୍ଶନ ସମ୍ମାନ ଉତ୍ସବ। କାର୍ଯ୍ୟକ୍ରମରେ ଜଣାଶୁଣା କଳାକାର ଓ ସମାଜସେବୀ ମାନଙ୍କୁ ସମ୍ମାନ ଓ ସମ୍ବର୍ଦ୍ଧନା ଦିଆଯାଇଛି । ଏହାସହ ୩୨ ଜଣ ପ୍ରଖ୍ୟାତ କଳାକାରଙ୍କୁ ସୋ ଟାଇମ୍ ପୁରସ୍କାର ଦିଆଯାଇଛି ।
Winning Sporting ପକ୍ଷରୁ ଆୟୋଜିତ ଉଦଘାଟନ ଉତ୍ସବରେ ଅତିଥି ଭାବେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା, ମୋ କଲେଜ ଅଭିଯାନର ଅଧ୍ୟକ୍ଷ ଆକାଶ ଦାଶ, ଅଭିନେତା ତଥା OFDC ଅଧ୍ୟକ୍ଷ କୁନା ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ । ଏଲି ପାଢୀ, ସୋଫିଆ ଆଲାମ୍, ପ୍ରଦ୍ୟୁମ୍ନ ଲେଙ୍କା, ସୋନାଲି ଓଝା, ପ୍ରେମାଞ୍ଜନ ପରିଡା, ମହାପ୍ରସାଦ କର, ଅଳକା ଶତପଥୀ, ନିତୁ ପ୍ରିୟଦର୍ଶିନୀ, ଦିପ୍ତି ପାଢୀ, ସ୍ମିତାଞ୍ଜଳୀ ପତି, ରଶ୍ମିରଞ୍ଜନ ସ୍ବାଇଁ, ଏଲିନା ଦାଶ ପ୍ରମୁଖ ୩୨ ଜଣ କଳାକାରଙ୍କୁ ସୋ ଟାଇମ୍ ପୁରସ୍କାର ଦିଆଯାଇଛି ।