ଓଡିଶା

odisha

ETV Bharat / state

ଅଚଳ ମାଲେସିଆ ଜାହାଜ ନେବାକୁ ପହଞ୍ଚିଲା ସିଙ୍ଗାପୁର ଜାହାଜ - ମାଲେସିଆ ଜାହାଜ

ଚିଲିକା ତଟରେ ଲାଗିଥିବା ମାଲେସିଆ ଜାହାଜକୁ ନେବା ପାଇଁ ସିଙ୍ଗାପୁରରୁ ଏକ ଜାହାଜ ଆସିଛି । ଅକାମୀ ଜାହାଜକୁ ତୁରନ୍ତ ହଟାଇବାକୁ ସରକାରଙ୍କ ନିର୍ଦ୍ଦେଶ ପରେ ଆଜି ଏହି ଜାହାଜ ଆସି ପହଞ୍ଚିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ବ୍ରହ୍ମଗିରି

By

Published : Sep 14, 2019, 11:57 PM IST

ବ୍ରହ୍ମଗିରି: ଚିଲିକା ତଟରେ ଲାଗିଥିବା ମାଲେସିଆ ଜାହାଜକୁ ନେବା ପାଇଁ ସିଙ୍ଗାପୁରରୁ ଏକ ଜାହାଜ ଆସିଛି । ଅକାମୀ ଜାହାଜକୁ ତୁରନ୍ତ ହଟାଇବାକୁ ସରକାରଙ୍କ ନିର୍ଦ୍ଦେଶ ପରେ ଆଜି ଏହି ଜାହାଜ ଆସି ପହଞ୍ଚିଛି । ପହଞ୍ଚିଥିବା ସିଙ୍ଗାପୁର ଜାହାଜକୁ ସମୁଦ୍ର ଢେଉମାଡ଼ରୁ ରକ୍ଷା କରିବା ପାଇଁ କୂଳ ଠାରୁ କିଛି ଦୂରରେ ରଖାଯାଇଛି । ଆସନ୍ତା କାଲି ଠାରୁ ଜାହାଜ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବ୍ରହ୍ମଗିରି

ଗତ ଅଗଷ୍ଟ 7 ତାରିଖରେ ଚିଲିକା ନିକଟ ସମୁଦ୍ର କୂଳରେ ମାଲେସିଆର ଏକ ଜାହାଜରେ ଯାନ୍ତ୍ରିକ ତ୍ରୁଟି କାରଣରୁ ନିୟନ୍ତ୍ରଣ ହରାଇ କୂଳରେ ଲାଗିଥିଲା । ଜାହାଜ ତେଲ ଥିବାରୁ ସାମ୍ଭାବ୍ୟ ପ୍ରଦୂଷଣ କୁ ଦୃଷ୍ଟିରେ ରଖି ସ୍ଥାନୀୟ ଧୀବର ଓ ପରିବେଶବିତ ମାନେ ଏହାକୁ ବିରୋଧ କରିଥିଲେ । ଏହାପରେ ରାଜ୍ୟ ସରକାର ଜାହାଜ ମାଲିକ ସହ ଆଲୋଚନା କରି ଘଟଣା ସ୍ଥଳରୁ ଜାହାଜ ନେବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ଜାହାଜ ମାଲିକ ଜାହାଜ ନେବା ପୂର୍ବରୁ ପ୍ରୋଟକଲ ଅନୁଯାୟୀ ସେଥିରୁ ମହଜୁଦ ଥିବା 30 ହଜାର ଡିଜେଲ କଢ଼ାଇଥିଲେ।

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

ABOUT THE AUTHOR

...view details