ପୁରୀ: ଆଉ କିଛି ସମୟର ଅପେକ୍ଷା । ମହକାଶ ବିଜ୍ଞାନରେ ବଡ଼ ଉପଲବ୍ଧୀ ହାସଲ କରିବ ଭାରତ । ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରପୃଷ୍ଠରେ ପାଦ ଥାପିବ ଚନ୍ଦ୍ରଯାନ-୩ । ଏହି ଐତିହାସିକ ମୂହୁର୍ତ୍ତକୁ ସାରା ଦେଶ ଉତ୍କଣ୍ଠାର ସହ ଅପେକ୍ଷା କରି ରହିଛି । ଚନ୍ଦ୍ରଯାନର ସଫଳ ଲ୍ୟାଣ୍ଡିଂ ନେଇ ସାରା ଦେଶରେ ପୂଜାର୍ଚ୍ଚନା ଚାଲିଛି । ଏହି କ୍ରମରେ ଚନ୍ଦ୍ରଯାନ-୩ର ସଫଳତା କାମନା କରିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ । ଇସ୍ରୋ ବୈଜ୍ଞାନିକଙ୍କ ଉଦ୍ୟମକୁ ପ୍ରଶଂସା କରି ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଚନ୍ଦ୍ରଯାନ-୩ର ସଫଳ ମନାସିଛନ୍ତି ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ।
ଏହା ମଧ୍ୟ ପଢ଼ନ୍ତୁ:Chandrayaan-3 soft-landing: ଆଜି ଚନ୍ଦ୍ରଯାନ-3ର ଅବତରଣ, ସଫ୍ଟ ଲ୍ୟାଣ୍ଡିଂ ଉପରେ ବିଶ୍ବର ନଜର
ଜଗତଗୁରୁ କହିଛନ୍ତି, "ଚନ୍ଦ୍ରଯାନ-୩ର ସଫଳତା କେବଳ ଇସ୍ରୋର ବୈଜ୍ଞାନିକ ମାନଙ୍କୁ ହିଁ ଦିଆଯାଇ ପାରିବ । ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାରେ ଚନ୍ଦ୍ରଯାନ-୩ ପ୍ରଥମ ହେବ । ଏହା ଭାରତକୁ ଗୌରବାନ୍ବିତ କରିବ। ମହକାଶ ବିଜ୍ଞାନକୁ ଚନ୍ଦ୍ରଯାନ-୩ ଏକ ନୂତନ ଦିଗ ଦେବ ।" ସେଠାରୁ ଫଟୋ ଉତ୍ତୋଳନ କରି ପଠାଇବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଚନ୍ଦ୍ରପୃଷ୍ଠର ଦକ୍ଷିଣ ମେରୁରେ ପ୍ରଥମ ଥର ପାଇଁ କୌଣସି ଦେଶର ଉପଗ୍ରହ ଲ୍ୟାଣ୍ଡ୍ କରିବ । ଏଠାରେ ପୂର୍ବରୁ ଚନ୍ଦ୍ରଯାନ ୨ ସଫ୍ଠ ଲ୍ୟାଣ୍ଡିଂ କରିବାକୁ ଯାଇ ବିଫଳ ହୋଇଥିଲା । କିନ୍ତୁ ଏଥର ଅଧିକ ପ୍ରସ୍ତୁତିର ସହ ସଫଳ ମିଶନ ଆଶା କରାଯାଉଛି । ଗତ ଜୁଲାଇ ୧୪ ତାରିଖରେ ଚନ୍ଦ୍ରଯାନ ୩ ଉତକ୍ଷେପଣ ହୋଇଥିଲା । ଅଗଷ୍ଟ ୫ ତାରିଖରେ ଚନ୍ଦ୍ର କକ୍ଷ ପଥରେ ପ୍ରବେଶ କରିଥିଲା ଚନ୍ଦ୍ରଯାନ ୩ । ଶେଷରେ ଆଜି ଚନ୍ଦ୍ରଯାନ ୩ ଚନ୍ଦ୍ରପୃଷ୍ଠରେ ଲ୍ୟାଣ୍ଡ୍ କରିବାକୁ ଯାଉଛି । ସାରା ବିଶ୍ବର ନଜର ଏହି ମୂହୁର୍ତ୍ତ ଉପରେ ରହିଛି ।