ଓଡିଶା

odisha

ETV Bharat / state

‘ଫେରାଇ ଆଣ କୋହିନୂର ହୀରା’ - get back kohinoor

ଚକ୍ରାନ୍ତ କରି ବ୍ରିଟିଶ ଚୋରାଇ ନେଇଥିଲେ ଶ୍ରୀ ଜଗନ୍ନାଥଙ୍କ କୋହିନୂର ହୀରା । ଯାହାକୁ ଫେରାଇ ଆଣିବାକୁ ଦାବି କରିଛନ୍ତି ଶଙ୍କରାଚାର୍ଯ୍ୟ ।

ଶଙ୍କରାଚାର୍ଯ୍ୟ

By

Published : Aug 9, 2019, 10:21 PM IST

ପୁରୀ: ପ୍ରଥମେ ଧାରା 25କୁ ତ୍ବରାନ୍ବିତ କରିବାକୁ ଦାବି । ଏବେ କୋହିନୂର ହୀରା ଫେରାଇ ଆଣିବାକୁ ଦାବି କରିଛନ୍ତି ଜଗତଗୁରୁ ଶଙ୍କରାଚାର୍ଯ୍ୟ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ମହାରାଜା ରଣଜିତ ସିଂହ କୋହିନୂର ହୀରାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଉଦ୍ଦେଶ୍ୟରେ ଦାନ କରିଥିଲେ ବୋଲି ଇଚ୍ଛା ପତ୍ରରେ ସ୍ପଷ୍ଟ ପ୍ରମାଣ ରହିଛି । କୋହିନୂର ଜଗନ୍ନାଥଙ୍କ ସମ୍ପତ୍ତି । କିନ୍ତୁ ଛଳ କପଟ କରି ଏହି ଦୁର୍ମୂଲ୍ୟ ହୀରାକୁ ଚୋରାଇ ନେଇଛନ୍ତି । ଯାହାକୁ ଜଗନ୍ନାଥଙ୍କ ନିକଟରେ ଫେରାଇ ଦିଅନ୍ତୁ ବ୍ରିଟିଶ ସରକାର । ଆଜି ଏହି ଦାବି କରିଛନ୍ତି ପୁରୀ ଗୋବର୍ଦ୍ଧନ ପୀଠ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀ ।

ମହାରାଜା ରଣଜିତ ସିଂଙ୍କ ଉତ୍ତରାଧିକାରୀ ଦିଲିପ ସିଂ ନାବାଳକ ଥିବାବେଳେ 1849ରେ ଛଳନା କରି ତାଙ୍କଠାରୁ ବ୍ରିଟିଶ ସରକାର ନେଇଯାଇଥିବା କହିଛନ୍ତି ଜଗତଗୁରୁ । ପୂର୍ବରୁ ସରକାର ପ୍ରୟାସ କରି ମଧ୍ୟ ବିଫଳ ହୋଇଥିଲେ । ତେବେ ପୁଣି କେନ୍ଦ୍ର ଏ ଦିଗରେ ଉଦ୍ୟମ କରି ସମସ୍ତ ଦସ୍ତାବିଜ ସହ ପ୍ରମାଣ ଉପସ୍ଥାପନ କରି କୋହିନୂରକୁ ଫେରାଇ ଆଣିବାକୁ ଆହ୍ବାନ ଦେଇଛନ୍ତି ଶଙ୍କରାଚାର୍ଯ୍ୟ ।


ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details