ଓଡିଶା

odisha

ETV Bharat / state

ଭଡା ଘରେ ଚାଲିଥିଲା ସେକ୍ସ ରାକେଟ, ୬ ଜଣଙ୍କୁ ବାନ୍ଧିଲା ପୋଲିସ - ପୁରୀରେ ସେକ୍ସ ରାକେଟ

ପୁରୀର ଏକ ଭଡା ଘରେ ଚାଲିଥିଲା ସେକ୍ସ ରାକେଟ । ଚଢ଼ାଉ କରି 6 ଜଣଙ୍କୁ ବାନ୍ଧିଲା ପୋଲିସ । ଅଧିକ ପଢନ୍ତୁ

ପୁରୀରେ ଭଡା ଘରେ ଚାଲିଥିଲା ସେକ୍ସ ରାକେଟ
ପୁରୀରେ ଭଡା ଘରେ ଚାଲିଥିଲା ସେକ୍ସ ରାକେଟ

By

Published : Oct 27, 2022, 10:46 PM IST

ପୁରୀ:ଭଡା ଘରେ ଚାଲିଥିଲା ସେକ୍ସ ରାକେଟ । ଚଢାଉ କରି ୬ଜଣଙ୍କୁ ଗିରଫ କଲା ପୋଲିସ । ପୁରୀ ପାଇକ ସାହି ସ୍ଥିତ ଏକ ଭଡା ଘରେ ସେକ୍ସ ରାକେଟ ଚାଲିଥିବା ବେଳେ ଚଢାଉ କରି ୬ଜଣକୁ ଗିରଫ କରିଛି ପୁରୀ ପୋଲିସ । ଗିରଫ ହୋଇଥିବା ୬ଜଣଙ୍କ ମଧ୍ୟରେ ୫ଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି । ଏନେଇ ବାସେଳି ସାହି ଥାନା ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

ପୁରୀରେ ଭଡା ଘରେ ଚାଲିଥିଲା ସେକ୍ସ ରାକେଟ

ଏହା ମଧ୍ୟ ପଢନ୍ତୁ: Chintan Shivir: ଆହୁରି ଶକ୍ତିଶାଳୀ ହେବ NIA, ୨୦୨୪ ସୁଦ୍ଧା ସମସ୍ତ ରାଜ୍ୟରେ ଖୋଲିବ ଶାଖା

ପୋଲିସର କହିବାନୁଯାୟୀ, ଜଣେ ମହିଳା ଓ ଜଣେ ଯୁବକ ନିଜକୁ ସ୍ୱାମୀ ସ୍ତ୍ରୀ ପରିଚୟ ଦେଇ ପାଇକ ସାହି ସ୍ଥିତ ଏକ ଭଡା ଘରେ ବାହାରୁ ଯୁବତୀଙ୍କୁ ଆଣି ଏହି ରାକେଟ ଚଲାଇ ଆସୁଥିଲେ । ସ୍ୱଚ୍ଛାସେବାଙ୍କ ଠାରୁ ଖବର ପାଇ ବାସେଳି ସାହି ପୋଲିସ ରେଡ଼ କରିବା ସମୟରେ ଏହି ରାକେଟ ଧରିଥିଲା । ସମସ୍ତ ଅଭିଯୁକ୍ତଙ୍କୁ ବାସେଳି ସାହି ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଏଥିରେ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି କି ନାହିଁ ସେନେଇ ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ସିଟି ଡିଏସପି କହିଛନ୍ତି।

ଅଭିଯୁକ୍ତଙ୍କ ଠାରୁ ଗୋଟିଏ କାର, ୪ଟି ବାଇକ, ୫ଟି ଫୋନ, ୫ ହଜାର ଟଙ୍କା ସମେତ ଆପତ୍ତିଜନକ ସାମଗ୍ରୀ ଜବତ କରିଛି ପୋଲିସ। ତେବେ ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ୪ଜଣ ପୁରୀର ହୋଇଥିବା ବେଳେ ୨ ଜଣ ଗଞ୍ଜାମର ହୋଇଥିବା ସୂଚନା ଦେଇଛନ୍ତି ପୁରୀ ସିଟି ଡ଼ିଏସପି କେକେ ହରିପ୍ରସାଦ।

ଏନେଇ ପୁରୀ ସିଟି ଡିଏସପି କହିଛନ୍ତି, "ପାଇକ ସାହିରେ ସେକ୍ସ ରାକେଟ ଚାଲୁଥିବା ନେଇ ବାସେଳି ସାହି ଥାନାକୁ ଖବର ଦିଆଯାଇଥିଲା । ଏହି ଖବରକୁ ଆଧାରକରି ପୁରୀ ପାଇକ ସାହି ସ୍ଥିତ ଏକ ଭଡା ଘରେ ଚଢାଉ କରାଯାଇଥିଲା । ଜଣେ ମହିଳା ଓ ଜଣେ ଯୁବକ ନିଜକୁ ସ୍ୱାମୀ ସ୍ତ୍ରୀ ପରିଚୟ ଦେଇ ପାଇକ ସାହି ସ୍ଥିତ ଏକ ଭଡା ଘରେ ବାହାରୁ ଯୁବତୀଙ୍କୁ ଆଣି ଏହି ରାକେଟ ଚଲାଇ ଆସୁଥିଲେ । ଗିରଫ ହୋଇଥିବା ୬ଜଣଙ୍କ ମଧ୍ୟରେ ୫ଜଣ ପୁରୁଷ ଓ ଜଣେ ମହିଳା ରହିଛନ୍ତି । ଏନେଇ ଅଧିକ ତଦନ୍ତ ଜାରି ରହିଛି ।"

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details