ଓଡିଶା

odisha

ETV Bharat / state

ଶ୍ରୀମନ୍ଦିର ପ୍ରବେଶ ପାଇଁ ମୁସଲିମ IRS ଅଫିସରଙ୍କ ଜିଦ, ବାରଣ କରିବାରୁ ପ୍ରୋଟକଲ ଅଫିସରଙ୍କୁ ବଦଳି - ଶ୍ରୀମନ୍ଦିର ଖବର

ମୁସଲିମ ହୋଇ ମଧ୍ୟ ଶ୍ରୀମନ୍ଦିରକୁ ପ୍ରବେଶ ନେଇ ଜିଦ ଧରିଲେ IRS ଅଫିସର ରେସମା ଲେଖାନୀ । ବାରଣ କରିବାରୁ ପ୍ରୋଟକଲ ଅଫିସରଙ୍କୁ କରାଗଲା ବଦଳି । ଯାହାକୁ ନେଇ ଦେଖାଦେଇଛି ତୀବ୍ର ଅସନ୍ତୋଷ । ଅଧିକ ପଢନ୍ତୁ

Muslim entry into Sri Mandir controversy
Muslim entry into Sri Mandir controversy

By

Published : Feb 28, 2023, 9:34 PM IST

ଶ୍ରୀମନ୍ଦିର ପ୍ରବେଶ ପାଇଁ ମୁସଲିମ IRS ଅଫିସରଙ୍କ ଜିଦ

ପୁରୀ:ଶ୍ରୀମନ୍ଦିର ଭିତରକୁ ଜଣେ ମୁସଲିମ ଧର୍ମାବଲମ୍ବୀ IRS ଅଫିସର ରେସମା ଲେଖାନୀ ପ୍ରଵେଶ ପାଇଁ ଉଦ୍ୟମ କରିଥିଲେ । ଏହାପରେ ପୁରୀ ପୋଲିସ ଓ ତାଙ୍କ ପ୍ରୋଟକଲ ଅଫିସର ରୋସନ ଯାଦବ ତାଙ୍କୁ ଅଟକାଇଥିଲେ । ଏହାପରେ ରେସମାଙ୍କ ରୋଷର ଶିକାର ହୋଇଛନ୍ତି ପ୍ରୋଟକଲ ଅଫିସର । ଅଫିସରଙ୍କୁ ବିନା ନୋଟିସରେ ତାଙ୍କୁ ବଦଳି କରାଯାଇଥିବା ଜଣାପଡ଼ିଛି । ଯାହାକୁ ନେଇ ସେବାୟତ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଶ୍ରୀମନ୍ଦିର ଭିତରକୁ ହିନ୍ଦୁଙ୍କ ବ୍ୟତୀତ ଅନ୍ୟ ଧର୍ମାବଲମ୍ବୀଙ୍କ ପ୍ରବେଶ ଉପରେ ବାରଣ କରାଯାଇଛି । ରେସମା ଜଣେ ମୁସଲିମ ଧର୍ମାବଲମ୍ବୀ ହୋଇଥିବା ବେଳେ ତାଙ୍କୁ ମଧ୍ୟ ବାରଣ କରାଯାଇଥିଲା । ମାତ୍ର ସେ ନିଜ ପାୱାର ବଳରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ଜଗନ୍ନାଥ ଦର୍ଶନ କରିବାକୁ ଅପଚେଷ୍ଟା କରୁଥିଲେ । ଏହାପରେ ତାଙ୍କୁ ପ୍ରୋଟୋକଲ ଅଫିସର ରୋସନ ଯାଦବ ଓ ପୁରୀ ପୋଲିସ ଅଟକାଇଥିଲା । ଏହି ଘଟଣାରେ ସେ ପ୍ରୋଟୋକଲ ଅଫିସର ରୋସନ ଯାଦବଙ୍କ ଉପରେ ରାଗି ଯାଇଥିଲେ । ତାଙ୍କୁ ସର୍ବସମ୍ମୁଖରେ ଆତଙ୍କବାଦୀ ଭଳି ବ୍ୟବହାର କରାଯାଇଥିବା ଅଭିଯୋଗ ନେଇ ସେ ଉପରିସ୍ଥ ଅଧିକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ଏହା ବି ପଢନ୍ତୁ- Environmental Pollution: ବାଲୁକା ଚିତ୍ରକଳାରେ ପରିବେଶ ସୁରକ୍ଷାର ବାର୍ତ୍ତା

ଏହାପରେ ତାଙ୍କ ଅଭିଯୋଗକୁ ନେଇ ଭୁବନେଶ୍ବର GST ଅଫିସର କମିଶନର ଉକ୍ତ ପ୍ରୋଟୋକଲ ଅଫିସରଙ୍କୁ ବଦଳି କରିଛନ୍ତି । ଯାହାକୁ ନେଇ ସେବାୟତ ମହଲରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ଶ୍ରୀମନ୍ଦିରକୁ ଅଣ ହିନ୍ଦୁ ପ୍ରବେଶ ବାରଣ ଥିବା ବେଳେ ଜଣେ ମୁସିଲମ ଜୋର ଜବରଦସ୍ତ ପ୍ରବେଶ କରିବା ଠିକ ନୁହେଁ ବୋଲି ସେବାୟତ କହିଛନ୍ତି । ଉକ୍ତ ପ୍ରୋଟକଲ ଅଫିସର ସଠିକ୍ ଡ୍ୟୁଟି କରିଥିବା ବେଳେ ତାଙ୍କୁ ବଦଳି କରିବା ଅତି ଦୁଃଖଦାୟକ ବୋଲି ସେବାୟତ କହିଛନ୍ତି।

ସାମାଜିକ ଗଣମାଧ୍ୟମରେ ତୀବ୍ର ଅସନ୍ତୋଷ

ପ୍ରତ୍ୟେକ ଧର୍ମପୀଠରେ ସ୍ଵତନ୍ତ୍ର ନିୟମ ରହିଛି। ଯାହାକୁ ସମସ୍ତେ ମାନିଥାନ୍ତି । କିନ୍ତ ମୁସଲିମ ହୋଇ ଶ୍ରୀମନ୍ଦିରକୁ ରେସମା ଲେଖାନୀ ପ୍ରବେଶ ପାଇଁ ଜିଦ ଧରିବା ଉଚିତ ନୁହେଁ ବୋଲି ସେବାୟତ କହିଛନ୍ତି । ତେବେ ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରେସମା ଲେଖାନୀଙ୍କୁ କଡ଼ା ସମାଲୋଚନା କରାଯାଇଛି । ଗତ ୨୪ ତାରିଖରେ ଏହି ଘଟଣା ପୁରୀ ଶ୍ରୀମନ୍ଦିର ସିଂହଦ୍ଵାର ନିକଟରେ ଘଟିଥିଲା ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details